ETV Bharat / bharat

ରେସ୍ତୋରାଁରୁ ବି ପିଆଜ ଉଭାନ!

ବଜାର ପରେ ଏବେ ରେସ୍ତୋରାଁରୁ ବି ଉଭାନ ହେଲାଣି ପିଆଜ । ଗୋଆର ଏକ ରେସ୍ତୋଁରେ ଦେଖାଦେଇଛି ଏଭଳି ଦୃଶ୍ୟ। ଆଗକୁ ପଢନ୍ତୁ...

onion,restuarant
ଡିଜାଇନ ଫଟୋ
author img

By

Published : Dec 8, 2019, 2:12 PM IST

ପାଣାଜୀ: ସାରା ଦେଶରେ ପିଆଜର ବର୍ଦ୍ଧିତ ଦର ଲୋକଙ୍କୁ ଘାଇଲା କରିଥିବାବେଳେ କିଛି ବଜାରରୁ ଉଭାନ ହେଲାଣି ଏହି ଦାମି ପରିବା । ତେବେ ଆପଣ ଭାବୁଥିବେ ଘରେ ନହେଉ ପଛେ ରେସ୍ତୋରାଁରେ ତ ପିଆଜକୁ ନେଇ ତିଆରି ହେଉଥିବ ଭିନ୍ନ ଭିନ୍ନ ଆଇଟମ। ହେଲେ ଗୋଆର ଏକ ରେସ୍ତୋରାଁରେ ଦେଖାଦେଇଛି ବ୍ୟତିକ୍ରମ। ପିଆଜର ସ୍ଥାନ ନେଇଛି ବନ୍ଧାକୋବି ଓ ଗାଜର ।

ସାଧାରଣତଃ ଆମେ ସାଲାଡ ଓ ବିରିୟାନୀର କଚମ୍ବରରେ ପିଆଜର ଅଧିକ ବ୍ୟବହାର କରିଥାଉ । ହେଲେ ଏବେ ପିଆଜ ସ୍ଥାନରେ ବ୍ୟବହାର ହେଉଛି ଅଧିକ ବନ୍ଧାକୋବି ଆଉ ଗାଜର । ଗୋଆରେ ବର୍ତ୍ତମାନ ପିଆଜ ଦର 160 । ତେଣୁ ରେସ୍ତୋରାଁରେ ମଧ୍ୟ ଏତେ ମାତ୍ରାରେ ପିଆଜର ବ୍ୟବହାର ସମ୍ଭବ ନୁହେଁ।

ଏହି ରେସ୍ତୋରାଁକୁ ଆସିଥିବା ଜଣେ ଗ୍ରାହକ ରାଗ ଖାଦ୍ୟସହ ପିଆଜ ଖାଇବା ପସନ୍ଦ କରନ୍ତି । ହେଲେ ଏଠାରେ ପିଆଜ ମିଳିନଥିଲା । ଏପଟେ ରେସ୍ତୋରାଁ ମାଲିକ ମଧ୍ୟ ପ୍ରତିଦିନ ପିଆଜ ପାଇଁ ଗ୍ରାହକଙ୍କ ସହ ପାଟିତୁଣ୍ଡ କଥା କହିଛନ୍ତି । କିନ୍ତୁ ଏହି ସମସ୍ୟାର ଏବେ ସେମାନେ କିଛି ସମାଧାନ କରିପାରିବେ ନାହିଁ ବୋଲି କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.