ETV Bharat / bharat

କୋରୋନାମୁକ୍ତ ଟ୍ୟାଗ୍ ହଟିବା ପରେ ସଙ୍କଟରେ ଗୋଆ, ପୁଣି ବଢୁଛି ଆକ୍ରାନ୍ତ

author img

By

Published : May 20, 2020, 6:35 AM IST

ଗତମାସରେ ଗୋଆ କୋରୋନା ଫ୍ରି ଘୋଷିତ ହୋଇଥିଲା । ଏଠାରେ ବାହିରିଥିବା ସମସ୍ତ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଅଧିକ ପଢନ୍ତୁ...

କୋରୋନାମୁକ୍ତ ଟ୍ୟାଗ୍ ହଟିବା ପରେ ସଙ୍କଟରେ ଗୋଆ, ପୁଣି ବଢୁଛି ଆକ୍ରାନ୍ତ
କୋରୋନାମୁକ୍ତ ଟ୍ୟାଗ୍ ହଟିବା ପରେ ସଙ୍କଟରେ ଗୋଆ, ପୁଣି ବଢୁଛି ଆକ୍ରାନ୍ତ

ପାଣାଜୀ: କୋରୋନାମୁକ୍ତ ଟ୍ୟାଗ୍ ହଟିବାର ଦିନକ ପରେ ପୁଣି ଗୋଆରେ ବଢିଚାଲିଛି କୋରୋନା ଆକ୍ରାନ୍ତ । ମଙ୍ଗଳବାର ଏଠାରେ ଆହୁରି 8 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସୋମବାର 35 ଜଣ ପଜିଟିଭ ବାହାରିଥିଲେ ।

ଗତମାସରେ ଗୋଆ କୋରୋନା ଫ୍ରି ଘୋଷିତ ହୋଇଥିଲା । ଏଠାରେ ବାହିରିଥିବା ସମସ୍ତ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାପରେ ଆଉ କୌଣସି ନୂଆ ମାମଲା ବାହାରିନଥିଲା । ହେଲେ ସୋମବାର 35 ଜଣ ପଜିଟିଭ ବାହାରିବା ପରେ ଏହା ପୁଣି ପୁରୁଣା ଅବସ୍ଥାକୁ ଫେରିଥିଲା ।

ସେହିପରି ମଙ୍ଗଳବାର ଆହୁରି 8 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 46କୁ ବୃଦ୍ଧି ପାଇଛି । ଏହାସହ ମୋଟ 6 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.