ETV Bharat / bharat

ଗୋଆରେ ପହଞ୍ଚିଲେ ରାଜ୍ୟପାଳ ଭଗତ ସିଂ କୋଶାରିୟା

ଗୋଆର ଅତିରିକ୍ତ ଦାୟିତ୍ବ ପାଇଥିବା ରାଜ୍ୟପାଳ ଭଗତ ସିଂ କୋଶାରିୟା ଆସନ୍ତାକାଲି ନେବେ ଦାୟିତ୍ବ । ସତ୍ୟପାଳ ମଲ୍ଲିକଙ୍କ ବଦଳି ପରେ ମିଳିଛି ଅତିରିକ୍ତ ଦାୟିତ୍ବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Bhagat Singh Koshyari
Bhagat Singh Koshyari
author img

By

Published : Aug 19, 2020, 4:37 PM IST

ପାଣାଜି: ଗୋଆ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟର ରାଜ୍ଯପାଳ ଭାବେ ବଦଳି କରିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ଭଗତ ସିଂ କୋଶାରିୟାଙ୍କୁ ଗୋଆର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରପତି ।

ଏଥିପାଇଁ ଆଜି ( ବୁଧବାର) ଗୋଆରେ ପହଞ୍ଚିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରିୟା । ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଭବ୍ୟ ସ୍ବାଗତ କରିବା ସହ ରାଜଭବନକୁ ପାଛୋଟି ନେଇଛନ୍ତି । ଆସନ୍ତାକାଲି ରାଜଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ଗୋଆ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବେ ନେବେ କୋଶାରିୟା ।

ସେପଟେ ମେଘାଳୟ ରାଜ୍ୟପାଳ ଥିବା ତଥାଗତ ରାୟଙ୍କ କାର୍ଯ୍ୟକାଳ ଶେଷ ପରେ ତାଙ୍କ ସ୍ଥାନରେ ସତ୍ୟପାଳ ମଲ୍ଲିକଙ୍କୁ ଅବସ୍ଥାପିତ କରିଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ସତ୍ୟପାଳ ବିହାର ଜମ୍ମୁ କାଶ୍ମୀର ଗୋଆରେ ସମ୍ପୂର୍ଣ୍ଣ ଦାୟିତ୍ବରେ ରହିବା ସହ ଓଡିଶାର ମଧ୍ୟ ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ବରେ ଥିଲେ ସତ୍ୟପାଳ ମଲ୍ଲିକ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.