ପାଣାଜି: ନାଗରିକ ସଂଶୋଧନ ଅଧିନିୟମ(ସିଏଏ)ର କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ । ଗୋଆ କ୍ରାଇମବ୍ରାଞ୍ଚ ପକ୍ଷରୁ ଶନିବାର ଦକ୍ଷିଣ ଗୋଆ ଠାରେ ଆୟୋଜିତ ହେଉଥିବା ଏକ ରାଲିରେ ବିବାଦୀୟ ଟିପ୍ପଣୀ ଦେବା ଅଭିଯୋଗରେ ସିଏଏ କାର୍ଯ୍ୟକର୍ତ୍ତା ରାମାକ୍ରିଷ୍ଣା ଜଲମିଙ୍କୁ ରବିବାର ଗିରଫ କରିଛି ଗୋଆ କ୍ରାଇମବ୍ରାଞ୍ଚ ।
ସିଏଏକୁ ନେଇ ସାରା ଦେଶରେ ଏବେ ବି ପ୍ରତିବାଦ ଜାରି ରହିଛି । ଏହାକୁ ଏନେକ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ରାମାକ୍ରିଷ୍ଣା ଜଲମିଙ୍କୁ ଭାରତୀୟ ପିଙ୍ଗଳ କୋର୍ଡ(IPC)ଅନୁସାରେ ଧାରା 295(A) ଓ 153(A) ଆଧାରରେ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ କରାଯାଇଥିବା ପୋଲିସ ଅଧିକ୍ଷକ ପଙ୍କଜ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ ଜଲମିଙ୍କୁ କଥିତ ରୂପେ ଧାର୍ମିକ ଭାବନା ବିରୁଦ୍ଧରେ ଅପମାନ ଜନକ ଟିପ୍ପଣୀ ଦେଉଥିବା ଦେଖାଯାଇଛି ।