ପାଣାଜି: ଗୋଆ କେନ୍ଦ୍ରୀୟ ଜେଲର କୋରୋନା ପଜେଟିଭ ଚିହ୍ନଟ । ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି । ଜେଲରଙ୍କ ସଂସ୍ପର୍ଶରେ ଆସିଥିବା 42 ଅନ୍ତେବାସୀ ଓ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । ଏବଂ ସମସ୍ତଙ୍କୁ ସ୍କ୍ରିଂନିଂ କରାଯାଇଛି । ଉତ୍ତର ଗୋଆର କଲଭାଲେରେ ଥିବା ଏହି ଜେଲରେ 161 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ଯାହାର ସମସ୍ତ ରିପୋର୍ଟ ନେଗେଟିଭ ଆସିଥିଲା ।
ଶୁକ୍ରବାର ମଧ୍ୟ 221 ନମୁନା ସଂଗ୍ରହ କରାଯାଇ ଥିବାବେଳେ ଶନିବାର ମଧ୍ୟ ଏହି କାର୍ଯ୍ୟ ଜାରି ରହିବ । ସେହିପରି ଶିକ୍ଷା ବିଭାଗରେ ଜଣେ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିଲେ । ସେହି କର୍ମଚାରୀଙ୍କ ସହିତ ଯେଉଁମାନେ କାର୍ଯ୍ୟ କରୁଥିଲେ । ସେମାନଙ୍କର ମଧ୍ୟରୁ 10ରୁ 20 ନମୁନା ସଂଗ୍ରହ କରାଯାଇଛି । ପରେ ପୁରା କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ସହିତ ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି ।
ସୌଜନ୍ୟ @ IANS