ପାଣାଜୀ: ଗୋଆରେ ପ୍ରଥମ କୋରୋନା ମୃତ୍ୟୁ ରେକର୍ଡ ହୋଇଛି । ରାଜ୍ୟର ମୋରଲେମରେ ଜଣେ 85 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି । ସଂକ୍ରମିତ ହେବାପରେ ଚିକିତ୍ସାଧୀନ ଥିଲେ ।
ଏହି ଘଟଣାରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି । ସେ ଆଶ୍ବାସନା ଦେଇ କହିଛନ୍ତି ଯେ, ''ମୁଁ ନାଗରିକମାନଙ୍କୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଯାହା ଆବଶ୍ୟକ ଆମେ ସେ ସମସ୍ତ କାର୍ଯ୍ୟ କରୁଛୁ । ଏଥିପାଇଁ ଲୋକମାନେ ଆମକୁ ସହଯୋଗ କରିବା ସହ ସଚେତନ ହେବା ଆବଶ୍ୟକ ରହିଛି'' ।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ 818ଟି ମାମଲା ରହିଥିବାବେଳେ, ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 135 ଜଣ ସୁସ୍ଥ ହୋଇଥିବାବେଳେ, 682 ଜଣ ଚିକିତ୍ସାଧୀନ ଅଛନ୍ତି ।