ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ହାହାକାର ଖେଳାଇଛି କୋରୋନା ଭାଇରସ । ବିଶ୍ବର ମୋଟ 188 ଦେଶରେ ନିଜର ଆତଙ୍କ ଖେଳାଇଛି ଏହି ଭାଇରସ । ତେବେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 34.7 ମିଲିୟନରେ ପହଞ୍ଚିଛି । ଏହାଛଡା ମାରାତ୍ମକ ଭାଇରସ, କାରଣରୁ ବିଶ୍ବରେ ଏଯାବତ୍ 1,031,500 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ବିଶ୍ବର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 34 କୋଟି 7 ଲକ୍ଷ 91 ହଜାର 855 ରେ ପହଞ୍ଚିଛି । ମୋଟ ମୃତ୍ୟୁ ସଂଖ୍ୟା 1,031,528 କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଲ୍ୟାଟେଷ୍ଟ ଅପଡେଟ୍ ପ୍ରକାଶ କରିଛି। ସିଏସଏସଇ ଅନୁଯାୟୀ, ବିଶ୍ବରେ ଅନ୍ୟ ଦେଶ ତୁଳନାରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଆମେରିକାରେ ବର୍ତ୍ତମାନ 7,379,614 ଆକ୍ରାନ୍ତ ଥିବାବେଳେ 209,335 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।
ଏହାପରେ ଦ୍ବିତୀୟରେ ଭାରତ ଆସୁଛି । ଦେଶରେ ବର୍ତ୍ତମାନ ମାଟ ଆକ୍ରାନ୍ତଙ୍କ ସଂଖ୍ୟା 65 ଲକ୍ଷ 49 ହଜାର 374ରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ 1 ଲକ୍ଷ 1 ହଜାର 782 ଜଣ ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି। ଏହି କ୍ରମରେ ଟପ୍ -15ରେ ଥିବା ଦେଶ ଗୁଡିକ ହେଉଛି, ବ୍ରାଜିଲ (4,880,523), ଋଷ (1,198,663), କଲମ୍ବିଆ (848,147), ପେରୁ (821,564), ଆର୍ଜେଣ୍ଟିନା (790,818), ସ୍ପେନ୍ (789,932), ମେକ୍ସିକୋ (757,953), ଦକ୍ଷିଣ ଆଫ୍ରିକା ( 679,716), ଫ୍ରାନ୍ସ (629,492), ବ୍ରିଟେନ (482,654), ଚିଲି (468,471), ଇରାନ (468,119), ଇରାକ (375,931), ବାଂଲାଦେଶ (367,565) ଏବଂ ସାଉଦି ଆରବ (335,997)।
ତେବେ କୋରୋନା ମୃତ୍ୟୁରେ ବ୍ରାଜିଲ ବର୍ତ୍ତମାନ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରାଜିଲରେ ମୋଟ 1,45,388 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି । କୋରୋନା ମୃତ୍ୟୁହାର ଅଧିକ ଥିବା ଦେଶ ଗୁଡିକ ହେଉଛି ମେକ୍ସିକୋ (78,880), ବ୍ରିଟେନ (42,407), ଇଟାଲୀ (35,968), ପେରୁ (32,609), ଫ୍ରାନ୍ସ (32,171), ସ୍ପେନ୍ (32,086), ଇରାନ (26,746), କଲମ୍ବିଆ (26,556), ଋଷ (21,153), ଆର୍ଜେଣ୍ଟିନା (20,795), ଦକ୍ଷିଣ ଆଫ୍ରିକା (16,938), ଚିଲି (12,919), ଇକ୍ୟୁଏଡର୍ (11,597), ଇଣ୍ଡୋନେସିଆ (11,055) ଏବଂ ବେଲଜିୟମ (10,037) ।