ETV Bharat / bharat

ଆମେରିକା, ଇଟାଲୀ ଓ ଇଂଲଣ୍ଡରେ ମୃତ୍ୟୁର ବିଭୀଷିକା, ବିଶ୍ଵରେ ମାନବ ସମାଜର ଘଟୁଛି ବଡ ବିଲୟ !

ବିଶ୍ବରେ ତାଣ୍ଡବ ରଚୁଛି କୋରୋନା। ଏହି ମହାମାରୀର ବିଭୀଷିକାରେ ବଳି ପଡିଛନ୍ତି ବିଶ୍ବର ଅନେକ ଶକ୍ତିଶାଳୀ ରାଷ୍ଟ୍ର। ବ୍ରିଟେନ 30,689, ଇଟାଲୀ 29,684 ରେ, ସ୍ପେନ୍ 25,857 ରେ ଏବଂ ଫ୍ରାନ୍ସ 25,812 ସଂଖ୍ୟାରେ ଲୋକ ମୃତ୍ୟୁବରଣ କଲେଣି। ତେଵେ ଏହାକୁ କଡା ମୁକାବିଲା କରିବା ପାଇଁ ଆମେରିକା କୋଭିଡ୍ ବିଲ୍ ଆଣିଛି। ସରକାର ଠାରୁ ଜନସାଧାରଣ ଏଵେ ମହାମାରୀ ଯୁଦ୍ଧ ଲଢୁଛନ୍ତି।

global-coronavirus-covid-19
ଆମେରିକା, ଇଟାଲୀ ଓ ଇଂଲଣ୍ଡରେ ମୃତ୍ୟୁର ବିଭିଷୀକା, ବିଶ୍ଵରେ ମାନବ ସମାଜର ଘଟୁଛି ବଡ ବିଲୟ !
author img

By

Published : May 8, 2020, 11:54 AM IST

ନୂଆଦିଲ୍ଲୀ: ବିଶ୍ଵରେ ଏକ ବଡ଼ ଧରଣର ସଂକ୍ରମଣରେ ଆମେରିକାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଦେଖାଦେଇଛି । ମୃତ୍ୟୁ ସଂଖ୍ୟା 74,239 ରେ ପହଞ୍ଚିଛି। ଯାହା ମାନବ ସମୁଦାୟର ସବୁଠାରୁ ବଡ ଵିଲୟ କୁହାଯାଉଛି। ତା’ପରେ ବ୍ରିଟେନ 30,689, ଇଟାଲୀ 29,684 ରେ, ସ୍ପେନ୍ 25,857 ରେ ଏବଂ ଫ୍ରାନ୍ସ 25,812 ସଂଖ୍ୟାରେ ଲୋକ ମୃତ୍ୟୁବରଣ କଲେଣି। ତେଵେ ଏହାକୁ କଡା ମୁକାବିଲା କରିବା ପାଇଁ ଆମେରିକା କୋଭିଡ୍ ବିଲ୍ ଆଣିଛି। ସରକାର ଠାରୁ ଜନସାଧାରଣ ଏଵେ ମହାମାରୀ ଯୁଦ୍ଧ ଲଢୁଛନ୍ତି।

ଆମେରିକା ଭଳି ସମ୍ଭ୍ରାନ୍ତ ତଥା ଅର୍ଥନୈତିକ ବିକଶିତ ଦେଶର କୋରୋନା ମୁକାବିଲା ଶୈଳି ଓ ଆଭିମୁଖ୍ୟ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛି। ତେଵେ ଆମେରିକାର କୋଭିଡ୍ ବିଲ୍ ଏଵେ ଚର୍ଚ୍ଚାରେ। ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସି ଗୁରୁବାର ଦିନ ପରବର୍ତ୍ତୀ ବୃହତ୍ତ କୋରୋନା ଭାଇରସ୍-ପ୍ରତିକ୍ରିୟା ବିଲ୍ ପାରିତ କରିବେ। ଏବଂ ଆସନ୍ତା ସପ୍ତାହରେ ଯଥାଶୀଘ୍ର ଭୋଟ୍ ପ୍ରକ୍ରିୟା ଶେଷ କରାଯିଵ। ପେଲୋସି କହିଛନ୍ତି ଯେ, ଏହି ବିଲ୍‌ର ପ୍ରମୁଖ ଉପାଦାନ ଗୁଡ଼ିକରେ ରାଜ୍ୟ ତଥା ସ୍ଥାନୀୟ ସରକାରଙ୍କୁ ଅତିରିକ୍ତ ସହାୟତା, କୋରୋନା ଭାଇରସ୍ ପରୀକ୍ଷା ପାଇଁ ଅଧିକ ଅର୍ଥ ଏବଂ ଆର୍ଥିକ ଅସୁବିଧାଜନକ ଆମେରିକୀୟ ଡାକ ସେବା ପାଇଁ ସହାୟତା ଅନ୍ତର୍ଭୁକ୍ତ ହେବ।

ସେ କହିବା ପୂର୍ବରୁ ହାଉସ୍ ମାଇନରିଟି ନେତା କେଭିନ ମ୍ୟାକକାରି ନାମକ ଜଣେ ରିପବ୍ଲିକାନ୍ କହିଛନ୍ତି ଯେ, ଏଭଳି ବିଲ୍ ନିଶ୍ଚିତ ଉଦାହରଣ ଯୋଗ୍ୟ। ଡଲାର ଆକଳନ କିମ୍ବା ବିବରଣୀ ପ୍ରଦାନ ନକରି ପେଲୋସି “ଲୋକଙ୍କ ପକେଟରେ ଟଙ୍କା ରଖିବା, ପ୍ରତ୍ୟକ୍ଷ ଦେୟ” ଉପରେ ମଧ୍ୟ ଆଲୋଚନା କରିଥିଲେ। ଏବଂ ସେ କହିଥିଲେ ଯେ, ସେ ଆଶା କରୁଛନ୍ତି ଯେ ଡେମୋକ୍ରାଟିକ୍ ନେତୃତ୍ୱାଧୀନ ଗୃହ ଆସନ୍ତା ସପ୍ତାହରେ ଅଧିବେଶନରେ ହେବ।

ତେଵେ ଅନ୍ୟପକ୍ଷରେ 187 ଟି ଦେଶରେ ସମୁଦାୟ କୋରୋନା ଭାଇରସ୍ ତଥା କୋଭିଡ୍-19 ମାମଲାର ସଂଖ୍ୟା 3,784,085 ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା 264,679 ରେ ଗୁରୁବାର (ମେ, 7) ରାତି ସୁଦ୍ଧା ପହଞ୍ଚିଲାଣି। ଉଭୟ ପଜିଟିଭ୍ କେସରେ ଏବଂ ମୃତ୍ୟୁସଂଖ୍ୟାରେ ସର୍ବାଧିକ ସଂଖ୍ୟାରେ ମୋଟ୍ 1,231,992 ମାମଲା ଆସିଛି। ତନ୍ମଧ୍ୟରେ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ସ୍ପେନ୍ ରେ 220,325 ମାମଲା, 215,858 ମାମଲାରେ ଇଟାଲୀ, 202,359 ମାମଲାରେ ବ୍ରିଟେନ ଏବଂ 177,160 ମାମଲା ରୁଷରେ ରହିଛି।

ମିଳିଥିଵା ସୂଚନା ଅନୁସାରେ, ବ୍ୟାଙ୍କ ଅଫ୍ ଇଂଲଣ୍ଡ ଗୁରୁବାର ଚେତାବନୀ ଦେଇଛି ଯେ, ଏହି କୋରୋନା ଭାଇରସ୍ ମହାମାରୀ ହେତୁ ବ୍ରିଟିସ୍ ଅର୍ଥନୀତି ଭୁଷୁଡି ପଡିବ।ତିନି ଶତାବ୍ଦୀ ପୂର୍ବରୁ ତଥା ସ୍ପେନର ଉତ୍ତରାଧିକାର ଯୁଦ୍ଧ ପରଠାରୁ ବ୍ରିଟିଶ ଅର୍ଥନୀତି ଏହା ସବୁଠାରୁ ବଡ ବାର୍ଷିକ ସଂକୋଚନାର ସମ୍ମୁଖୀନ ଦୃଶ୍ୟ ହେଵ। ବ୍ୟାଙ୍କ କହିଛି ଯେ ବର୍ଷର ପ୍ରଥମାର୍ଦ୍ଧରେ ବ୍ରିଟିଶ ଅର୍ଥନୀତି ଏହା ଆରମ୍ଭ ତୁଳନାରେ 30% ସଂକୁଚିତ ହେବ। ଏବଂ ପରେ 25% ହ୍ରାସ ଘଟିବ। ଯାହା ଭୟଙ୍କର ଅର୍ଥନୈତିକ କ୍ଷତି। ଏଠାରେ ଵେରୋଜଗାରୀ ଦ୍ୱିଗୁଣିତରୁ ପ୍ରାୟ 9% ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି। ତେଵେ ଏହି ବିଲୟକୁ ନେଇ ବିଶ୍ଵର ଅର୍ଥନୈତିକ ଆଗୁଆ ଦେଶ ମଧ୍ୟରେ ଉଦବେଗ୍ ପ୍ରକାଶ ପାଇଲାଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.