ନୂଆଦିଲ୍ଲୀ: ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋମବାର ମୋଦିଙ୍କ ଟ୍ବିଟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ସୋସିଆଲ ମିଡିଆ ଛାଡିବା ବଦଳରେ ଘୃଣାଭାବ ଛାଡନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟର ସ୍କ୍ରିନସଟ୍ ସହ ପୋଷ୍ଟ କରିଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ତେବେ ମୋଦିଙ୍କ ଅଚାନକ ଏପରି ନିଷ୍ପତ୍ତିର କାରଣ ବିଷୟରେ ସମସ୍ତେ ଜାଣିବାକୁ ଚାହୁଁଥିବା ବେଳେ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର, ଗୁଜବ ଓ ଅପବ୍ୟବହାର କାରଣରୁ ମୋଦି ଛାଡି ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ