ETV Bharat / bharat

ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଯାଞ୍ଚ ମାମଲା: ନିଲମ୍ବିତ ହେଲେ ପ୍ରିନ୍ସିପାଲ - ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଯାଞ୍ଚ ମାମଲା

ଗୁଜୁରାଟର ଭୁଜ୍ ସ୍ଥିତ ଏକ କଲେଜରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରାଯିବା ମାମଲାରେ କଲେଜର ପ୍ରିନ୍ସିପାଲ, ପିଅନକୁ ନିଲମ୍ବିତ କରାଯାଇଛି । ପୋଲିସ ପାଖରେ ମାମଲା ରୁଜୁ ହେବାପରେ ଏପରି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

Girls' forced menstruation check
ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଯାଞ୍ଚ ମାମଲା
author img

By

Published : Feb 17, 2020, 10:53 PM IST

ଅହମ୍ମଦାବାଦ: ଗୁଜୁରାଟର ଭୁଜ୍ ସ୍ଥିତ ଏକ କଲେଜରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରାଯିବା ମାମଲାରେ କଲେଜର ପ୍ରିନ୍ସିପାଲ, ପିଅନକୁ ନିଲମ୍ବିତ କରାଯାଇଛି । ପୋଲିସ ପାଖରେ ମାମଲା ରୁଜୁ ହେବାପରେ ଏପରି ପଦକ୍ଷେପ ନିଆଯାଇଛି ।

ପ୍ରିନ୍ସିପାଲ ରିତା ରଣିଙ୍ଗା, ରେକ୍ଟର ରମିଲାବେନ୍ ଓ କଲେଜ ପିଅନ ନୈନାଙ୍କୁ ନିଲମ୍ବିତ କରାଯାଇଛି । କଲେଜର ଟ୍ରଷ୍ଟି ପ୍ରଭିନ୍ ପିନ୍ଦୋରିଆ ସୋମବାର ଏହି ସୂଚନା ଦେଇଛନ୍ତି । ଏହାସହ ଅନିତା ନାମକ ମହିଳାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଆଇପିସି 384, 355 ଓ 506 ଧାରା ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିବା ବେଳେ ଏଯାବତ୍ କାହାକୁ ଗିରଫ କରାଯାଇନାହିଁ ।

ଅନ୍ୟପକ୍ଷେ ଘଟଣା ସାମ୍ନାକୁ ଆସିବା ପରେ ଜାତୀୟ ମହିଳା ଆୟୋଗର 7 ଜଣିଆ ମେମ୍ବର ରବିବାର ଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଫେବୃଆରୀ 11ରେ ଏହି ମାମଲା ହୋଇଥିବା ସେମାନେ ସୂଚନା ଦେଇଥିଲେ । ଏନେଇ କଲେଜର କୁଳପତିଙ୍କ କହିବାନୁସାରେ, ହଷ୍ଟେଲର ନିୟମ ଅନୁସାରେ ମାସିକ ଧର୍ମ ଥିବା ଛାତ୍ରୀ ଅଲଗା ଛାତ୍ରୀଙ୍କ ସହ ଭୋଜନ କରିପାରିବେ ନାହିଁ । ଏପରି ପରିସ୍ଥିତିରେ କିଛି ଛାତ୍ରୀ ନିୟମ ଭାଙ୍ଗିଥିବା ଜଣାପଡିଥିଲା ତେଣୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ତେବେ ଏହାକୁ ନେଇ SIT ଗଠିତ କରାଯାଇଛି । ଏଥିରେ ମହିଳା ଅଧିକାରୀ ମାମଲାର ଯାଞ୍ଚ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.