ETV Bharat / bharat

ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ଯୁବତୀ ମୃତ - ବିଦ୍ୟୁତ ଖୁଣ୍ଟ

କାର୍ଗିଲ ଚୌକ ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟକୁ ଭୁଲ ବସତଃ ଛୁଇଁ ଦେବାରୁ ଘଟଣା ସ୍ଥଳରେ କାଜଲ ନାମକ ଜଣେ 20 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ । ଘଟଣାକୁ ଗମ୍ଭୀରତାର ସହ ନେବା ସହ ବିଦ୍ୟୁତ କମ୍ପାନୀ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁନା ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jun 30, 2019, 6:11 PM IST

Updated : Jun 30, 2019, 6:19 PM IST

ସୁରଟ: ସବୁଦିନ ପରି ଚାଭଡା ପରିବାର ମଧ୍ୟାହ୍ନ ଭୋଜନ ପାଇଁ କାଜଲର ଆସିବା ବାଟକୁ ଚାହିଁ ବସିଥିଲେ । କିନ୍ତୁ ପରିବାରକୁ କଣ ଜଣା ଥିଲା ତାଙ୍କ 20 ବର୍ଷର ଝିଅ ଆଉ ଘରକୁ ଫେରିବନି ବୋଲି ।

ଯୁବତୀ ଜଣକ ନିଜ ଘର ପାଖ କାର୍ଗିଲ ଚୌକ ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟକୁ ଭୁଲ ବସତଃ ଛୁଇଁ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । କାଜଲ ଦ୍ବିପ୍ରହର ସମୟରେ ପୁନାର ପ୍ରଭୁ ଦର୍ଶନ ସୋସାଇଟିରେ ଥିବା ନିଜ ଘରକୁ ଯାଉଥିଲେ । ସକାଳୁ ବର୍ଷା ଲାଗି ରହିଥିଲା । କାଜଲ ଭୁଲ ବସତଃ ରାସ୍ତା କଡରେ ଥିବା ଏକ ଖରାପ ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଦେଇଥିଲେ । ସଙ୍ଗେ ସଙ୍ଗେ କାଜଲଙ୍କୁ ସ୍ମିମର ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଓଦା ହୋଇଥିବା ରାସ୍ତା କଡର ବିଦ୍ୟୁତ ଖୁଣ୍ଟ ଏହି ବାଟ ଦେଇ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ମୃତ୍ୟୁର ନିମନ୍ତ୍ରଣ ସାଜିଛି । ଯୁବତୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ଏକାଠି ହେବା ସହ ଦାୟିତ୍ବରେ ଥିବା ଦକ୍ଷିଣ ଗୁଜୁରାଟ ଭିଜ କମ୍ପାନୀ ଲିମିଟେଡର ଅଫିସରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଘଟଣାକୁ ଗମ୍ଭୀରତାର ସହ ନେବା ସହ ବିଦ୍ୟୁତ କମ୍ପାନୀ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁନା ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

DFGD

Conclusion:
Last Updated : Jun 30, 2019, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.