ବିଳାସପୁର: ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି ମୃତ ନାବାଳିକା ଜଣଙ୍କ ସୁଇସାଇଡ ନୋଟରେ ହୋମୱାର୍କ କରିପାରିନଥିବା ଲେଖିଛନ୍ତି । ଏନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
କୋଟା ସ୍କୁଲରେ ପଢୁଥିବା 12 ବର୍ଷୀୟ ନାବାଳିକା ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ 23 ଫେବୃୟାରୀରୁ ଘରୁ କୁଆଡେ ପଳାଇଥିଲେ । ଘର ଛାଡିବା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଥିଲେ । ଯେଉଁଥିରେ ସେ ନିଜ ହୋମୱାର୍କକୁ ନେଇ ଚିନ୍ତିତ ଥିବା ଲେଖିଥିଲେ ।
ପରିବାରଙ୍କ ପକ୍ଷରୁ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଅନେକ ଖୋଜାଖୋଜି ପରେ 25 ଫେବୃୟାରୀରେ ଏକ ପୋଖରୀରୁ ମୃତଦେହ ଜବତ କରିଥିଲା । ଏନେଇ ପରିବାର ଲୋକଙ୍କୁ ଖବର ଦେବାପରେ ସେମାନେ ମୃୃତ ଦେହକୁ ଚିହ୍ନଟ କରିଥିଲେ ।