ଶ୍ରୀନଗର: ଶପଥ ନେଇଛନ୍ତି ଗୁଜୁରାଟ କ୍ୟାଡର 1985 ବ୍ୟାଚର ଆଇଏଏସ ଅଫିସର ତଥା ଓଡିଆ ପୁଅ ଗିରିଶ ମୁର୍ମୁ । ଜାମ୍ମୁ ଓ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରୀଶ କଲେ ଶପଥ ଗ୍ରହଣ । ଜାମ୍ମୁ ଓ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଶପଥପାଠ କରାଇଛନ୍ତି ।
ମଧ୍ୟରାତ୍ରରୁ ଜାମ୍ମୁ ଓ କାଶ୍ମୀର ସହ ଲଦାଖ ନୂଆ କେନ୍ଦ୍ରଶାସିତ ପ୍ରଦେଶର ଔପଚାରିକ ମାନ୍ୟତା ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ପଦ ଥିଲା । ହେଲେ ଆଜିଠାରୁ ଏଠାରେ ପ୍ରଦେଶରେ ଉପରାଜ୍ୟପାଳ ରହିବେ ।