ETV Bharat / bharat

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୀର ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ - କାଜିରଙ୍ଗା ଜାତୀୟ ଉଦ୍ୟାନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୀର ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ । କୋଭିଡ ନିୟମ ମାନି ପର୍ଯ୍ୟଟକ କରିବେ ପ୍ରବେଶ । ସେପଟେ,ଆସନ୍ତା 21ରୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ। ଅଧିକ ପଢନ୍ତୁ....

Gir National Park and Sanctuary re-opens for tourists with #COVID19 protocols
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୀର ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ
author img

By

Published : Oct 16, 2020, 1:43 PM IST

ଗାନ୍ଧୀନଗର/ଗୌହାଟୀ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୁଜାରାଟର ପ୍ରସିଦ୍ଧ ଗୀର ଜାତୀୟ ଉଦ୍ୟାନ ଓ ବନ୍ୟଜନ୍ତୁ ଅଭୟାରଣ୍ୟ । କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟକ ମାନେ ଉଦ୍ୟାନ ମଧ୍ୟକୁ ବୁଲି ବାକୁ ଯାଇ ପାରିବେ । କୋରୋନା ସଂକ୍ରମଣ ପାଇଁ ଦୀର୍ଘ 7 ମାସ ଧରି ବନ୍ଦ ରହିଥିଲା ।ଅଭୟାରଣ୍ୟ ମଧ୍ୟକୁ 10 ବର୍ଷରୁ କମ ବୟସର ପିଲାଙ୍କୁ ପ୍ରବେଶ ପାଇଁ ଅନୁମତି ନାହିଁ । ଅନ୍ୟ ସମସ୍ତ ଯାତ୍ରୀମାନେ ପ୍ରବେଶ ସମୟରେ ସାନିଟାଇଜର ସାଙ୍ଗରେ ନେବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେପଟେ, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ଆସନ୍ତା 21 ତାରିଖରୁ ଖୋଲିବ । କୋରୋନ ସଂକ୍ରମଣ ଓ ମୌସୁମୀ କାରଣରୁ ଉଦ୍ୟାନ ବନ୍ଦ ରହିଥିଲା । ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ଟାଇଗର ରିଜର୍ଭ ଖୋଲାଯିବ। ଉଦଘାଟନୀ ସମାରୋହ ସକାଳ 11 ଟାରୁ ଆରମ୍ଭ ହେବ। ଆସାମର ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.