ହାଇଦ୍ରାବାଦ: ଆୟୁର୍ବେଦ ହେଉଛି ଭାରତର ପ୍ରାଚୀନତମ ଚିକିତ୍ସା ପଦ୍ଧତି । ଆଜିକାଲି ଲୋକେ ଆୟୁର୍ବେଦିକ ଉପଚାର ଉପରେ ଅଧିକରୁ ଅଧିକ ବିଶ୍ବାସ କରିବାରେ ଲାଗିଛନ୍ତି । ଆୟୁର୍ବେଦିକ ଔଷଧରେ ବ୍ୟବହାର ହେଉଥବା ଗିଲୟ ନାମକ ଏକ ଚେରମୂଳିର ବେଶ ଉପକାରିତା ରହିଛି । ଗିଲୟକୁ ‘ଅମରତ୍ୱର ଅମୃତ’ ବୋଲି ମଧ୍ୟ କୁହାଯାଏ । ଆମର ବିଶେଷଜ୍ଞ ଡକ୍ଟର ରାଜ୍ୟଲକ୍ଷ୍ମୀ ମାଧବମ ଗିଲୟର ଉପକାରିତା ସମ୍ପର୍କରେ କହିଛନ୍ତି । ଗିଲୟର ଇଂରାଜୀ ନାମ ହେଲା ‘ଟିନୋସ୍ପୋରା କର୍ଡିଫଲିଆ’ ।
ଅନେକ ଆୟୁର୍ବେଦିକ ଚିକିତ୍ସାରେ ଗିଲୟର ପ୍ରୟୋଗ ହୁଏ । ଏହି ଚେରମୂଳି ଗୁଡୁଚି ବା ଅମୃତା ନାଁରେ ବି ଲୋକପ୍ରିୟ । ଓଡିଆରେ ଏହା ଗୁଳଂଚ ଭାବେ ପରିଚିତ । ଆୟୁର୍ବେଦିକ ଶାସ୍ତ୍ରରେ ଗିଲୟ ଏକାଧିକ ନାଁରେ ପରିଚିତ ବୋଲି କହନ୍ତି ଆମର ବିଶେଷଜ୍ଞ ଡକ୍ଟର ରାଜ୍ୟଲକ୍ଷ୍ମୀ ମାଧବମ, ଯିଏ କି ହାଇଦ୍ରାବାଦ ସ୍ଥିତ ଏଏମଡି ଆୟୁର୍ବେଦିକ ମେଡିକାଲ କଲେଜରେ ପ୍ରଫେସର ଅଛନ୍ତି ।
ଗିଲୟର ଅନ୍ୟ ନାଁ ଅମୃତ । ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ମୃତ ବ୍ୟକ୍ତିଙ୍କୁ ପୁଣି ଜୀବିତ କରିବାକୁ ଅମୃତର ପ୍ରୟୋଗ କରାଯାଉଥିଲା । ଆଉ ଭଗବାନ ବି ଅସୁସ୍ଥତା ଓ ବାର୍ଦ୍ଧକ୍ୟରୁ ମୁକ୍ତ ରହୁଥିଲେ । ଅନେକ ରୋଗ ଭଲ କରିବା ଗୁଣ ଥିବାରୁ ଗିଲୟକୁ ମଧ୍ୟ ଅମୃତ ବୋଲି କୁହାଯାଏ ।
ଆସନ୍ତୁ ଜାଣିବା,ଗିଲୟ ବା ଗୁଡୁଚିର ବିଭିନ୍ନ ଉପକାରିତା...
୧. ଆଣ୍ଟି ଡାଏବେଟିକ: ଆଜିକାଲି ସାଧାରଣ ରୋଗରେ ପରିଣତ ହୋଇଥିବା ଡାଇବେଟିସ ବା ମଧୁମେହ ଚିକିତ୍ସାରେ ଗିଲୟର ବ୍ୟବହାର ହୁଏ । ଏହା ରକ୍ତରେ ଶର୍କରାର ସ୍ତର ହ୍ରାସ କରେ ।
୨. ଆଣ୍ଟି ପାୟେରଟିକ୍ : ଶରୀରରେ ତାପମାତ୍ରା ହ୍ରାସ କରିବାରେ ଗିଲୟ ସହାୟକ ହୋଇଥାଏ ।
୩. ଆଣ୍ଟି ସ୍ପାସମୋଡିକ୍ : ମାଂସପେଶୀଜନିତ ଯନ୍ତ୍ରଣା ହ୍ରାସ କରେ ଗିଲୟ ।
୪. ଆଣ୍ଟି ଇନଫ୍ଲେମୋଟରି : ଶରୀରରେ ଥିବା ଟିସୁ ଗୁଡିକରେ ଜ୍ବଳନ କମ କରେ ଗିଲୟ ।
୫. ଆଣ୍ଟି ଆର୍ଥରିଟିକ : ରୁମେଟଏଡ୍ ଆର୍ଥରିଟିସ ଚିକିତ୍ସାରେ ଗିଲୟ ବେଶ କାମରେ ଆସିଥାଏ । ଏହାଛଡା ଗଣ୍ଠିବାତରେ ଚିକିତ୍ସାରେ ବି ଉପଯୋଗୀ ସାବ୍ୟସ୍ତ ହୋଇ ୟୁରିକ ଏସିଡ ହ୍ରାସ କରିଥାଏ ଗିଲୟ ।
୬. ଗିଲୟ ଆଣ୍ଟି ଅକ୍ସିଡାଣ୍ଟ ଓ ପ୍ରତିରୋଧକ ମଡ୍ୟୁଲେଟର ଭାବେ ବି କାମ କରିଥାଏ ।
୭. ଅବସାଦ ଓ ବ୍ୟଗ୍ରତା ହ୍ରାସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଗିଲୟ ।
୮. ମ୍ୟାଲେରିଆ ନିରୋଧୀ ଭାବେ ହି ଗିଲୟ ଜଣାଶୁଣା ।
୯. ଆଲର୍ଜି ପ୍ରଭାବିତ ଲୋକଙ୍କ ପାଇଁ ଗିଲୟ ବେଶ୍ ଉପକାରୀ ହୋଇପାରିବ ।
୧୦. ଏକଜିମା ଓ କୁଷ୍ଠ ପରି କିଛି ଚର୍ମ ରୋଗର ଚିକିତ୍ସାରେ ମଧ୍ୟ ଏହାର ବ୍ୟବହାର କରାଯାଏ ।
୧୧. ଯକୃତର ସୁରକ୍ଷାରେ ସହାୟକ ହୋଇଥାଏ ଗିଲୟ । କାରଣ ଗିଲୟ ହେଉଛି ହେପାଟୋପ୍ରୋଟେକଟିଭ୍ ।
୧୨. କ୍ୟାନସର ରୋଗର ଚିକିତ୍ସାରେ ବି ବ୍ୟବହାର ହୋଇପାରିବ ଗିଲୟ ।
ଗିଲୟ ବା ଗୁଡୁଚି ଟାବଲେଟ୍ ଭାବେ ସେବନ କରିହେବ । ଆୟୁର୍ବେଦିକ ଡାକ୍ତରଙ୍କ ସହ ପରାମର୍ଶ ପରେ କଷାୟମ ଟାବଲେଟ୍ ବା ଗୁଡୁଚିସତ୍ବ ଟାବଲେଟ୍ ସେବନ କରିହେବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଟାବଲେଟ୍ ପାଣି ବା ମହୁ ସହିତସେବନ କରିହେବ । ଗୁଡୁଚି ଉପରେ ଏକାଧିକ ଗବେଷଣା କରାଯାଇଛି । ଏହା ଅନେକ ରୋଗ ଭଲ କରିପାରିବ ବୋଲି ପ୍ରମାଣ ମିଳିଛି । ନିମ୍ବ ଗଛରେ ଯଦି ଗୁଡୁଚି ଲତା ମାଳେ, ତାହା ହେଲେ ଏଥିରେ ଔଷଧୀୟ କ୍ଷମତା ଅଧିକ ରହିଥାଏ ବୋଲି ରିଗବେଦ ଓ ଅଥବ ର୍ବେଦରେ ଉଲ୍ଲେଖ ଥିବା ଡକ୍ଟର ରାଜ୍ୟଲକ୍ଷ୍ମୀ କହନ୍ତି ।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, କୋରୋନା ଭାଇରସର ମୁକାବିଲା ପାଇଁ ଗୁଡୁଚି ଓ ଅନ୍ୟ ଆୟୁର୍ବେଦିକ ଚେରିମୂଳିର ପରୀକ୍ଷଣ ପାଇଁ ଆୟୁଷ ମନ୍ତ୍ରାଳୟ ଓ ସିଏସଆଇର ମିଳିତ ଉଦ୍ୟମ ଆରମ୍ଭ ହୋଇଛି । କ୍ଲିନାକାଲ ଟ୍ରାଏଲ ଟେଷ୍ଟିଂ ଆରମ୍ଭ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଉଚ୍ଚମାତ୍ରାରେ ଆଣ୍ଟିଟକ୍ସିଡାଣ୍ଟ ଥିବାରୁ ଗୁଡୁଚି ବା ଗିଲୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଶ୍ବାସଜନିତ ସମସ୍ୟା ବି ଦୂର କରିବାର ସାମର୍ଥ୍ୟ ରଖେ ଗିଲୟ ।
ଗିଲୟର ଔଷଧୀୟ ଉପଯୋଗିତାକୁ ବିଚାର କରି ନିକଟରେ ଭାରତ ସରକାର ଏହାକୁ ‘ରାଷ୍ଟ୍ରୀୟ ଔଷଧୀ’ ଭାବେ ଘୋଷଣା କରିଛନ୍ତି । ବହୁ ପ୍ରାଚୀନ କାଳରୁ ଗିଲୟ ଚେରମୂଳି ଆମ ଦେଶରେ ବ୍ୟବହାର ହୋଇଆସୁଛି । ଏହାର ରହିଛି ଅନେକ ଉପକାରିତା । ଆମେ ଆଶା କରିବା ଯେ, ଗିଲୟ ଓ ଅନ୍ୟ ଚେରମୂଳି ଭାରତର କୋରୋନା ମୁକାବିଲାରେ ବି ସହାୟକ ହୋଇପାରିବ ।