ETV Bharat / bharat

ଓୱେସୀଙ୍କ ଗଡରେ ଗର୍ଜିଲେ ଯୋଗୀ, କହିଲେ ହାଇଦ୍ରାବାଦ ହେବ ଭାଗ୍ୟନଗର - ghmc-elections

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ହାଇଦ୍ରାବାଦ ଗସ୍ତ ପରେ ଶନିବାର ରାଜଧାନୀର ମଲକାଜଗିରିରେ ରୋଡ ଶୋ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାହେଲେ ହାଇଦ୍ରାବାଦକୁ ଭାଗ୍ୟନଗର ନାଁରେ ନାମିତ କରାଯିବ ବୋଲି କହିଛନ୍ତି ଯୋଗୀ । ଅଧିକ ପଢନ୍ତୁ...

ଓୱେସୀଙ୍କ ଗଡରେ ଗର୍ଜିଲେ ଯୋଗୀ, 'ହାଇଦ୍ରାବାଦ ହେବ ଭାଗ୍ୟନଗର'

author img

By

Published : Nov 28, 2020, 7:36 PM IST

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ ନିର୍ବାଚନରେ ବାଜି ମାରିବାକୁ ନିଜର ସମସ୍ତ ଶକ୍ତି ଲଗାଇଛି ଭାରତୀୟ ଜନତା ପାର୍ଟି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ହାଇଦ୍ରାବାଦ ଗସ୍ତ ପରେ ଶନିବାର ରାଜଧାନୀର ମଲକାଜଗିରିରେ ରୋଡ ଶୋ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ହାଇଦ୍ରାବାଦକୁ ଭାଗ୍ୟନଗରରେ ପରିବର୍ତ୍ତିତ କରିବା ପାଇଁ ଏଠାକୁ ଆସିଥିବା କହିଛନ୍ତି ଯୋଗୀ ।

ଓୱେସୀଙ୍କ ଗଡରେ ଗର୍ଜିଲେ ଯୋଗୀ, 'ହାଇଦ୍ରାବାଦ ହେବ ଭାଗ୍ୟନଗର'

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ଶନିବାର ଯୋଗୀ ଆଦିତ୍ୟନାଥ ଜିଏଚଏମସି ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ହାଇଦ୍ରାବାଦ ଆଗମନରେ ସହରବାସୀ ଜୋରଦାର ସ୍ବାଗତ କରିଛନ୍ତି । ଏହା ସହ ଜୟ ଶ୍ରୀରାମ ଓ ବନ୍ଦେମାତରମର ନାରାରେ ପ୍ରକମ୍ପିତ ହୋଇଛି ସମ୍ପୂର୍ଣ୍ଣ ହାଇଦ୍ରାବାଦ ସହର ।

ଏଆଇଏମଆଇଏମ ମୁଖ୍ୟ ଓୱେସୀଙ୍କ ଗଡରେ ଗର୍ଜିଛନ୍ତି ଯୋଗୀ । ସେ କହିଛନ୍ତି ‘କିଛି ଲୋକ ମୋତେ ପଚାରୁଥିଲେ କି ହାଇଦ୍ରାବାଦକୁ ଭାଗ୍ୟନଗର ନାଁରେ ନାମିତ କରାଯାଇପାରିବ କି? ମୁଁ କହିଲି - କାହିଁକି ନୁହେଁ | ମୁଁ ସେମାନଙ୍କୁ କହିଥିଲି ଯେ ୟୁପିରେ ବିଜେପି କ୍ଷମତାକୁ ଆସିବା ପରେ ଆମେ ଫୈଜାବାଦକୁ ଅଯୋଧ୍ୟା ଏବଂ ଆହ୍ଲାବାଦକୁ ପ୍ରୟାଗରାଜ ନାଁରେ ନାମିତ କରିଛୁ । ତାହେଲେ ହାଇଦ୍ରାବାଦକୁ ଭାଗ୍ୟନଗର ନାଁରେ ନାମିତ କରାଯାଇପାରିବ ନାହିଁ କାହିଁକି?’

ହାଇଦ୍ରାବାଦରେ ଯୋଗୀଙ୍କୁ ପ୍ରଚାର ମୈଦାନକୁ ଷ୍ଟାର ପ୍ରଚାରକ ଭାବରେ ଆଣି ହିନ୍ଦୁତ୍ବ କାର୍ଡ ଖେଳିଛି ବିଜେପି । 150 ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ ଭୋଟ ହାତେଇବାକୁ ଭରପୁର ପ୍ରୟାସ ଜାରି ରଖିଛି ବିଜେପି । ଏହା ପୂର୍ବରୁ ବେଙ୍ଗାଲୁର ସାଂସଦ ତେଜସ୍ବୀ ସୂର୍ଯ୍ୟା ହାଇଦ୍ରାବାଦରେ ପ୍ରଚାର ଅଭିଯାନର ମଙ୍ଗ ଧରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.