ETV Bharat / bharat

GHMC ନିର୍ବାଚନରେ ବିଜେପିକୁ ବଡ ସଫଳତା, ସର୍ବବୃହତ ଦଳ ହେଲା TRS

author img

By

Published : Dec 4, 2020, 10:34 PM IST

ହାଇଦ୍ରାବାଦ GHMC ନିର୍ବାଚନରେ ବିଜେପିର ଜବଦସ୍ତ ପ୍ରଦର୍ଶନ । 150ଟି ଆସନରୁ 49ଟି ଆସନରେ ଜିତି ଦ୍ବିତୀୟ ବଡ ଦଳ ହୋଇଛି ବିଜେପି । 56ଟି ଆସନରେ ବିଜୟ ହାସଲ କରି ସର୍ବବୃହତ ପାର୍ଟି ଭାବରେ ଉଦ୍ଭା ହୋଇଛି ଟିଆରଏସ । ଅଧିକ ପଢନ୍ତୁ...

GHMC ନିର୍ବାଚନରେ ବିଜେପିକୁ ବଡ ସଫଳତା
GHMC ନିର୍ବାଚନରେ ବିଜେପିକୁ ବଡ ସଫଳତା

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ (GHMC) ନିର୍ବାଚନରେ ବିଜେପିକୁ ମିଳିଛି ଜବରଦସ୍ତ ସଫଳତା । ହେଲେ ନଗର ନିଗମରେ ପୂନର୍ବାର ନିଜର ଦଖଲ ବଜାୟ ରଖିବାକୁ ଯାଉଛି ରାଜ୍ୟରେ କ୍ଷମତାସୀନ ଟିଆରଏସ ।

GHMC ନିର୍ବାଚନରେ ବିଜେପିକୁ ବଡ ସଫଳତା

ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାୱଙ୍କ ପାର୍ଟି ଟିଆରଏସ 56ଟି ଆସନରେ ବିଜୟ ହାସଲ କରି ସର୍ବ ବୃହତ ପାର୍ଟି ଭାବରେ ଉଦ୍ଭା ହୋଇଛି । ତେବେ ବହୁମତ ପାଇଁ 76ଟି ଆସନର ରହିଛି ଆବଶ୍ୟକତା ।

ସେପଟେ ମୋଟ 150ଟି ଆସନରୁ 49ଟି ଆସନରେ ଦ୍ବିତୀୟ ବଡ ଦଳ ହୋଇଛି ବିଜେପି । ସେହିପରି ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ 43ଟି ଆସନ ସହ ତୃତୀୟ ନମ୍ବରରେ ରହିଛି । ଏହି ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ମାତ୍ର 2ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଛି । ଦଳର ପରାଜୟ ପରେ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ଉତ୍ତମ ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଗୃହମନ୍ତ୍ରୀଙ୍କ ଟ୍ବିଟ
ଗୃହମନ୍ତ୍ରୀଙ୍କ ଟ୍ବିଟ

2016 ନିର୍ବାଚନରେ ଟିଆରଏସ 99ଟି ଆସନରେ ବୃହତ ବିଜୟ ହାସଲ କରିଥିବା ବେଳେ ଏଆଇଏମଆଇଏମ 44, ବିଜେପି 4, କଂଗ୍ରେସ 2 ଓ ଟିଡିପି 1 ସିଟ ହାତେଇଥିଲେ । ଚଳିତ ନିର୍ବାଚନରେ ଜୋରସୋରରେ ପ୍ରଚାର କରିଥିଲା ବିଜେପି । ଏପରି କି ଦଳ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବଡ ବଡ ନେତା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ହାଇଦ୍ରାବାଦ ନିର୍ବାଚନରେ ଆଶାତିତ ଫଳାଫଳକୁ ନେଇ ବେଶ ଉତ୍ସାହିତ ରହିଛି ବିଜେପି । ଏପରିକି କର୍ମୀମାନେ ବାଣ ଫୁଟାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ହାଇଦ୍ରାବାଦ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପିର ବିକାଶ ରାଜନୀତିରେ ଆତ୍ମବିଶ୍ବାସ ପ୍ରକଟ କରିଥିବାରୁ ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ । ହାଇଦ୍ରାବାଦ ମ୍ୟୁନିସିପାଲିଟି ନିର୍ବାଚନରେ ​​ବିଜେପିର ଚମତ୍କାର ପ୍ରଦର୍ଶନ ପାଇଁ ଜେପି ନଡ୍ଡା ଏବଂ ବନ୍ଦୀ ସଞ୍ଜୟ କୁମାରଙ୍କୁ ଅଭିନନ୍ଦନ । ବିଜେପି କର୍ମୀଙ୍କ କଠିନ ପରିଶ୍ରମ ପ୍ରଶଂସନୀୟ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.