ETV Bharat / bharat

ନିର୍ବାଚନ ପରେ ବିଜେପି ସହ ହାତ ମିଳାଇବ କି 'ହାତୀ' ?  ମନାକଲେ ଅଖିଳେଶ

ନିର୍ବାଚନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ବିଜେପିକୁ ସମର୍ଥନ କରୁଥିବା ଭଳି ଉଡା ଖବର ଶୁଣିବାକୁ ମିଳୁଛି । ଏହି ଉଡା ଖବରରେ କେତେ ସତ୍ୟତା ଲୁଚି ରହିଛି ? ସେ ନେଇ ଉତ୍ତର ରଖିଛନ୍ତି ଏସ୍‌ପି ମୁଖିଆ ଅଖିଳେଶ ସିଂ ଯାଦବ ।

author img

By

Published : May 14, 2019, 2:50 PM IST

Updated : May 14, 2019, 5:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ ଟ୍ବିଟର

ଲକ୍ଷ୍ନୌ: ସପ୍ତଦଶ ଲୋକସଭା ନିର୍ବାଚନର ଅନ୍ତିମ ଚରଣ ବାକି ରହିଛି । ଦିନ କେଇଟା ପରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ । ଏବେ ଚାଲିଛି ଜୋରଦାର ପ୍ରଚାର । ଉତ୍ତରପ୍ରଦେଶର ଗାଜିପୁରରେ ଏକ ନିର୍ବାଚନ ରାଲିରେ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବ ଉଭୟ ବିଜେପି-କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଏହାସହ ୟୁପି ରାଜନୀତିରେ ଗୋଟିଏ ବଡ ଖବରକୁ ନେଇ ଏବେ ଚର୍ଚ୍ଚା ଉପରେ ବୟାନ ରଖିଛନ୍ତି । ନିର୍ବାଚନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ବିଜେପିକୁ ସମର୍ଥନ କରୁଥିବା ଭଳି ଉଡା ଖବର ଶୁଣିବାକୁ ମିଳୁଛି । ଏହି ଉଡା ଖବରରେ କେତେ ସତ୍ୟତା ଲୁଚି ରହିଛି, ସେ ନେଇ ଉତ୍ତର ରଖିଛନ୍ତି ଏସ୍‌ପି ମୁଖିଆ ଅଖିଳେଶ ସିଂ ଯାଦବ ।

ଏସ୍‌ପି-ବିସଏ୍‌ପି ମେଣ୍ଟ ପରେ ୟୁପିରେ ଏହି ଦୁଇ ଦଳଙ୍କ ଦବଦବା ଦେଖିବାକୁ ମିଳିଛି । ସମାଜବାଦୀ ପାର୍ଟି ସୁପ୍ରିମୋ କିଛି ଦିନ ତଳେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରିବା କଥା ମଧ୍ୟ ଉଠାଇଥିଲେ । ଏପଟେ ଉଡା ଖବରରେ କୌଣସି ସତ୍ୟତା ନଥିବା କହିଛନ୍ତି ଅଖିଳେଶ । ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ଆବଶ୍ୟକ ଓ ମେ' 23ରେ ଏହାର ଉତ୍ତର ମିଳିଯିବ । ଏପରି ସ୍ଥଳେ ମହାମେଣ୍ଟର କୌଣସି ଜଣେ ହେଲେ ବି ସାଥି ମୋଦିଙ୍କ ସାଥ୍‌ ଦେବେ ନାହିଁ ବୋଲି ଅଖିଳେଶ ସ୍ପଷ୍ଟ କରିଛନ୍ତି । ଏହାସହ କେନ୍ଦ୍ରରୁ ବିଜେପି ସରକାରକୁ ଗାଦି ଚ୍ୟୁତ କରିବା ପାଇଁ ମହାମେଣ୍ଟ ଗଠନ କରାଯାଇଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ 19 ମେ'ରେ ମତଦାନ ଗ୍ରହଣ କରାଯିବ । ଏହା ପରେ ଚାଲିବ ସରକାର ଗଢିବା ପାଇଁ ହରଣ ଗୁଣନ । କିଏ କାହା ସହ ମେଣ୍ଟ କରିବ ? କିଏ ସଂଖ୍ୟା ଗରିଷ୍ଠତା ହାସଲ କରିବ ? କିଏ ପ୍ରଧାନମନ୍ତ୍ରୀ ହେବେ ସେ ପ୍ରଶ୍ନରୁ ପରଦା ହଟିବ । ଉତ୍ତରପ୍ରଦେଶର ଯିଏ ଅଧିକା ସିଟ୍‌ ହାସଲ କରିବ ଦିଲ୍ଲୀରେ ସରକାର ଗଢିବାରେ ସେ କିଙ୍ଗ ମେକର ସାଜିବ ।

Intro:Body:

sdfd

Conclusion:
Last Updated : May 14, 2019, 5:41 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.