ETV Bharat / bharat

ଗାଜିପୁର ସୀମାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ମେରଟ ଏକ୍ସପ୍ରେସୱେ ବନ୍ଦ

author img

By

Published : Feb 1, 2021, 7:43 AM IST

ଆଜି ସଂସଦରେ ବଜେଟ ଉପସ୍ଥାପନ ହେବାକୁ ଦୃଷ୍ଟିରେ ରଖି ଚାଷୀମାନେ ଦିଲ୍ଲୀ ମୁହାଁ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଗାଜିପୁର ସୀମାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ମେରଠ ଏକ୍ସପ୍ରେସୱେକୁ ବନ୍ଦ କରିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ଅଭିମୁଖେ ଯାଉଥିବା ମେରଠ ଏକ୍ସପ୍ରେସୱେ ବନ୍ଦ

ନୂଆଦିଲ୍ଲୀ: ନୂଆ କୃଷିଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଜାରି ରଖିଛନ୍ତି ନିଜର ଆନ୍ଦୋଳନ । ବର୍ତ୍ତମାନ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଗାଜିପୁର ସୀମାରେ ବହୁ ସଂଖ୍ୟକ ଚାଷୀ ଏକଜୁଟ ହୋଇଛନ୍ତି । ଏହି ଚାଷୀମାନେ ଦିଲ୍ଲୀ ସହର ଭିତରକୁ ପ୍ରବେଶ ନକରିବା ପାଇଁ ଦିଲ୍ଲୀର ସମସ୍ତ ମୁଖ୍ୟରାସ୍ତା ଗୁଡିକୁ ବନ୍ଦ କରିଦିଆଯାଇଛି । କାରଣ ଆଜି ସଂସଦରେ ବଜେଟ ଉପସ୍ଥାପନ ହେବ । ଏଥିରେ ଚାଷୀମାନେ ହୋହାଲ୍ଲା କରିବାର ଆଶଙ୍କା ରହିଛି ।

ଜାନୁଆରୀ 26 ରେ ହୋଇଥିବା ଟ୍ରାକ୍ଟର ପରେଡ ହିଂସା ପରେ ଦିଲ୍ଲୀ ପୋଲିସ ଏପରି ନିଷ୍ପତ୍ତି ନେଇଛି । ଚାଷୀଙ୍କ ପ୍ରବେଶକୁ ରୋକିବା ପାଇଁ ବିଳମ୍ବିତ ରାତିରେ ଗାଜିପୁର ସୀମାଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ମେରଟ ଏକ୍ସପ୍ରେସୱେକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ଏପରିସ୍ଥଳେ ଆଜି ସକାଳ ନୋଏଡାରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ଯାତାୟତରେ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ଗୋଟେପଟେ ସରାୟ କାଲୋ ଖାଁ- ପ୍ରଗତି ମୈଦାନରୁ ଅକ୍ଷରଧାମ - ଗାଜିପୁର ଯାଉଥିବା ରାସ୍ତାରେ ସମସ୍ତ ବସକୁ ଠିଆକରାଯାଇଛି । ଅନ୍ୟପଟେ ଗାଜିପୁରରୁ ଅକ୍ଷରଧାମ ରୁ ପ୍ରଗତିମୈଦାନ ଅଭିମୁଖେ ଯାଉଥିବା ରାସ୍ତାରେ ପଥରର ବ୍ୟାରିକେଡ କରିଛି ପୋଲିସ ।

ଆଜି ସଂସଦରେ ବଜେଟ ଉପସ୍ଥାପନକୁ ଦୃଷ୍ଟିରେ ରଖି ଚାଷୀମାନେ ଦିଲ୍ଲୀ ମୁହାଁ ହେବେ ବୋଲି ପୋଲିସ ଆଶଙ୍କା କରୁଛି । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ସୂଚନା ଥାଉକି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଘଟିଥିବା ଚାଷୀ ହିଂସା ପରଠାରୁ ଚାଷୀ ଆନ୍ଦୋଳନରୁ ଓହରୁଥିଲେ ଏବଂ ଉତ୍ତର ପ୍ରଦେଶ ସରକାର ଗାଜିପୁର ସୀମା ଖାଲି କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ଚାଷୀନେତା ରାକେଶ ଟିକାୟତ ଗଣମାଧ୍ୟମ ସମ୍ମୁଖରେ କାନ୍ଦିବାରୁ ଗାଜିପୁର ସୀମାରେ ପୁଣି ତେଜିଲେ ଆନ୍ଦୋଳନରତ ଚାଷୀ । ଆଉ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.