ETV Bharat / bharat

23 ଦିନରେ ଫଇସଲା, ଦୁଷ୍କର୍ମ ଦୋଷୀକୁ ଫାଶୀ ଦଣ୍ଡାଦେଶ - ଗାଜିଆବାଦ କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶ

ଅଢେଇ ବର୍ଷର ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଜିଆବାଦ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । 23 ଦିନରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ ....

ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲା, 23 ଦିନେରେ ଶୁଣାଣି ଶେଷ କରି ଦୋଷୀକୁ ଫାସୀ ଦଣ୍ଡାଦେଶ

author img

By

Published : Jan 20, 2021, 6:32 PM IST

ନୂଆଦିଲ୍ଲୀ: ଅଢେଇ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଜିଆବାଦ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ମାତ୍ର 23 ଦିନରେ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି କୋର୍ଟ । ଶୁଣାଣିରେ ପ୍ରମାଣ ଏବଂ ସାକ୍ଷୀ ଆଧାରରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି । ଗତବର୍ଷ ଡିସେମ୍ବର 29 ରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ଏବଂ ମାତ୍ର 23 ଦିନ ମଧ୍ୟରେ କୋର୍ଟ ଏହାର ବିଚାର ପ୍ରକ୍ରିୟା ଶେଷ କରିବା ସହ ଦଣ୍ଡ ଶୁଣାଇଛନ୍ତି ।

ଅକ୍ଟୋବର 21 ରେ ଗାଜିଆବାଦର କବିନଗର ଅଞ୍ଚଳରୁ ଏହି ଜଘନ୍ୟ ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ବୁଦା ଭିତରୁ ଏକ ଶିଶୁ ମୃତଦେହ ଉଦ୍ଧାର କରାଯାଇଥିଲା | ଏହି ମାମଲାରେ ଶିଶୁର ପିତାଙ୍କ ବନ୍ଧୁ ଚନ୍ଦନଙ୍କୁ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ଦାୟର କରିଥିଲା ପୋଲିସ ।

ତେବେ ଡିସେମ୍ବର 29 ରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ । ପରେ ମାତ୍ର 23 ଦିନର ଶୁଣାଣି ପରେ ଅଭିଯୁକ୍ତକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.