ETV Bharat / bharat

ବୌଦ୍ଧ ଧର୍ମ ଗ୍ରହଣ କଲେ ଗାଜିଆବାଦର 50 ପରିବାର, ଜାଣନ୍ତୁ କାରଣ...

author img

By

Published : Oct 20, 2020, 10:56 PM IST

ହାଥରସ ଘଟଣାରେ ମର୍ମାହତ ବାଲ୍ମୀକି ସମାଜର 50 ପରିବାର ଗ୍ରହଣ କରିନେଇଛନ୍ତି ବୌଦ୍ଧ ଧର୍ମ । ମୋଟ 236 ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଥିବା କୁହାଯାଉଛି । ଅଧିକ ପଢନ୍ତୁ...

ବୌଦ୍ଧ ଧର୍ମ ଗ୍ରହଣ କଲେ ଗାଜିୟାବାଦର 50 ପରିବାର, ଜାଣନ୍ତୁ କାରଣ...

ଗାଜିଆବାଦ: ଧର୍ମ ପରିବର୍ତ୍ତନକୁ ନେଇ ଗାଜିଆବାଦରୁ ଆସିଛି ଏକ ବଡ ଖବର । ହାଥରସ ଘଟଣାରେ ମର୍ମାହତ ବାଲ୍ମୀକି ସମାଜର 50 ପରିବାର ଗ୍ରହଣ କରିନେଇଛନ୍ତି ବୌଦ୍ଧ ଧର୍ମ । ମୋଟ 236 ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଥିବା କୁହାଯାଉଛି ।

ଗତ ଅକ୍ଟୋବର 14ରେ 236 ଜଣ ଲୋକ ଏକଜୁଟ ହୋଇ ବାବା ସାହେବ ଆମ୍ବେଦକରଙ୍କ ପଣନାତିଙ୍କ ଉପସ୍ଥିତିରେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଛନ୍ତି । ହାଥରସ ଘଟଣାରେ ମର୍ମାହାତ ହୋଇଥିବା 50 ପରିବାରର ସଦସ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ବୌଦ୍ଧ ଧର୍ମ ଗ୍ରହଣ କରିଥିବା ଲୋକଙ୍କ କହିବା ଅନୁଯାୟୀ ଏମାନଙ୍କୁ ଅଣଦେଖା କରାଯାଉଛି । ଏନେଇ ସେମାନେ ଦୁଃଖିତ ଅଛନ୍ତି । ତେବେ ଆଗାମୀ ଦିନରେ ଅନ୍ୟ ପରିବାର ମଧ୍ୟ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ ପ୍ରଶାସନକୁ ଅବଗତ କରାଯାଇଛି । ହେଲେ ପ୍ରଶାସନ ପକ୍ଷରୁ ମାମଲାକୁ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଘଟଣା ସାମ୍ନାକୁ ଆସିବା ପରେ ରାଜନୀତି ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.