ETV Bharat / bharat

କେରଳରେ ଫସିଥିବା ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିବ ଜର୍ମାନୀ ସରକାର

author img

By

Published : Mar 29, 2020, 5:05 PM IST

କେରଳରେ ଫସିଥିବା ପ୍ରାୟ 150 ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିବ ଜର୍ମାନ ସରକାର । ଏଥିପାଇଁ ମଙ୍ଗଳବାର ଏକ ଚାଟାର୍ଡ ପ୍ଲେନ୍ ଯୋଗେ ସମସ୍ତ ନାଗରିକଙ୍କୁ ଉଦ୍ଧାର କରାଯିବ । ଅଧିକ ପଢନ୍ତୁ...

150 people from Kerala on Tuesday
ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିବ ଜର୍ମାନୀ ସରକାର

ଥିରୁଅନନ୍ତପୁରମ୍: କେରଳରେ ଫସିଥିବା ପ୍ରାୟ 150 ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିବ ଜର୍ମାନ ସରକାର । ଏଥିପାଇଁ ମଙ୍ଗଳବାର ଏକ ଚାଟାର୍ଡ ପ୍ଲେନ୍ ଯୋଗେ ସମସ୍ତ ନାଗରିକଙ୍କୁ ଉଦ୍ଧାର କରାଯିବ । ପ୍ରଥମେ ଗତ ଶନିବାର ସମସ୍ତଙ୍କୁ ଉଦ୍ଧାର କରାଯାଇଥାନ୍ତା ମାତ୍ର କିଛି କାରଣ ଯୋଗୁଁ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯିବ ।

ଫସିରହିଥିବା ସମସ୍ତ 150ଜଣଙ୍କ ପାଖରେ ଜର୍ମାନ ପାସପୋର୍ଟ ଥିବା ଜଣା ପଡିଛି । ଏହାସହ ସେମାନଙ୍କ ମଧ୍ୟରୁ କିଛି ୟୁରୋପ ନାଗରିକ ଥିବା ମଧ୍ୟ ଜାଣିବାକୁ ମିଳିଛି । ଭବିଷ୍ୟତରେ ଜର୍ମାନ ଯଦି ଆଉ କେଉଁଠି ନାଗରିକ ଫସିଥିବା ଜାଣିବାକୁ ପାଏ ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବା ନେଇ ସୂଚନା ମିଳିଛି ।

ଭାରତରେ ଥିବା ଜର୍ମାନ ବିଦେଶ ମନ୍ତ୍ରଣାଳୟ ସମସ୍ତ ନାଗରିକଙ୍କୁ ଅନଲାଇନ ଆପ୍ ଜରିଆରେ ରେଜିଷ୍ଟ୍ରର କରିବାକୁ କୁହାଯାଇଛି । ଏହାସହ ଜର୍ମାନରେ ପହଞ୍ଚିବା ପରେ ସମସ୍ତଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.