ନୂଆଦିଲ୍ଲୀ: ଜର୍ମାନୀ ଚାନ୍ସଲର ଏଞ୍ଜେଲା ମାର୍କେଲଙ୍କ ଭାରତ ଆସିବା ନେଇ ସମ୍ଭାବନା ରହିଛି । ଏଞ୍ଜେଲା 31 ଅକ୍ଟୋବରରୁ 2 ନଭେମ୍ବର ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । କିନ୍ତୁ ମାର୍କେଲଙ୍କ ଭାରତ ଗସ୍ତ ନେଇ ଦୁଇ ଦେଶ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ ।
ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିପକ୍ଷ ଏଞ୍ଜେଲା ମାର୍କେଲଙ୍କୁ ନ୍ୟୁୟର୍କରେ ଜାତିସଙ୍ଘର ସାଧାରଣ ପରିଷଦ ବୈଠକରେ ଭେଟିଥିଲେ । ଦୁଇ ନେତା ଅନେକ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।