ETV Bharat / bharat

ଏନଆରସି ଚୂଡ଼ାନ୍ତ ତାଲିକା: ‘ପ୍ରକୃତ ଭାରତୀୟ ନିଶ୍ଚିତ ପାଇବେ ସେମାନଙ୍କ ଅଧିକାର'

ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ପରିଚୟ ସ୍ପଷ୍ଟ କରୁଥିବା ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର  ଚୂଡ଼ାନ୍ତ ତାଲିକା ଆସନ୍ତାକାଲି ସକାଳ 10 ଟା ସମୟରେ ପ୍ରକାଶ ପାଇବ । ଏହି ତାଲିକା  ତୃଟିପୂର୍ଣ୍ଣ ଭାବେ କରିବାକୁ  ଆସାମ ସରକାରଙ୍କୁ ନିବେଦନ କରିଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗାଇ ।

author img

By

Published : Aug 30, 2019, 9:23 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଗୌହାଟୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଆଉ ଏକ ବଡ ନିଷ୍ପତ୍ତି ଶନିବାର ହେବାକୁ ଯାଉଛି । ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ପରିଚୟ ସ୍ପଷ୍ଟ କରୁଥିବା ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ଚୂଡ଼ାନ୍ତ ତାଲିକା ଆସନ୍ତାକାଲି ସକାଳ 10 ଟା ସମୟରେ ପ୍ରକାଶ ପାଇବ । ଆସାମ ବାସୀନ୍ଦା ଇଣ୍ଟରନେଟ ଜରିଆରେ ନିଜ ସ୍ଥିତି ସମ୍ପର୍କରେ ଜାଣିବାକୁ ପାଇବେ । ତେବେ ଏହି ଏନଆରସି ତାଲିକା ତୃଟିପୂର୍ଣ୍ଣ ଭାବେ କରିବାକୁ ଆସାମ ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗାଇ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଇଟିଭି ଭାରତକୁ ଦେଇଥିବା ସାକ୍ଷାତକାରରେ ଗୋଗାଇ କହିଛନ୍ତି, ଏନଆରସିର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ହଜାର ହଜାର ଲୋକଙ୍କ ମଧ୍ୟରେ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେବ । ତେଣୁ ଏହି ଅନିଶ୍ଚିତତାକୁ ରୋକିବା ପାଇଁ ସରକାର ସଠିକ୍‌ ନିଷ୍ପତ୍ତି ନିଅନ୍ତୁ । ଯିଏ ବାସ୍ତବ ରୂପରେ ଭାରତୀୟ ନାଗରିକ ଅଟନ୍ତି ସେମାନଙ୍କୁ ତାଙ୍କ ଅଧିକାର ମିଳିବା ଉଚିତ ବୋଲି ଗୋଗାଇ କହିଛନ୍ତି ।

ତେବେ 31 ଅଗଷ୍ଟରେ ପ୍ରକାଶ ପାଇବାକୁ ଥିବା ଏହି ତାଲିକାରୁ ବାଦ୍‌ ପଡିଥିବା ବାସ୍ତବିକ ଭାରତୀୟ ନାଗରିକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବାକୁ କଂଗ୍ରେସର ବରିଷ୍ଠ ନେତା ଆଗେଇ ଆସିବେ ବୋଲି ସେ କହିଛନ୍ତି । ସେମାନଙ୍କୁ ଆଇନ ଏବଂ ନୈତିକ ସହାୟତା ପ୍ରଦାନ କରିବାକୁ ଆମେ ପ୍ରସ୍ତୁତ ଅଛୁ । ଏଥିପାଇଁ ଆମକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍L ହେବାକୁ ପଡିଲେ ମଧ୍ୟ ଆମେ ପଛାଇବୁ ନାହିଁ ବୋଲି କହିଛନ୍ତି ଗୋଗାଇ । ଏହା ସହିତ ଏନଆରସି ତାଲିକାକୁ ରାଜନୀତିକରଣ ନକରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.