ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନବାଦୀ ନେତା ସୟଦ ଅଲ୍ଲୀ ଗିଲାନିଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଗୁଜବ ପ୍ରଚାର । ଗିଲାନୀଙ୍କ ସ୍ବାସ୍ଥ୍ୟ ଅତ୍ୟଧିକ ଗୁରୁତର ଥିବା ଗୁଜବ ପ୍ରଚାରକୁ ଦୃଷ୍ଟିରେ ରଖି ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
କିଛି ସମୟ ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦରୁ ଏକ ସୂଚନା ଜାରି କରାଯାଇ ନିଜ ଜୀବନର ଶେଷ ଅବସ୍ଥାରେ ଥିବା କୁହାଯାଇଥିଲା । ଏହାସହ ଲୋକଙ୍କୁ ଶ୍ରୀନଗଗର ଇଦ୍ଗାହରେ ଏକଜୁଟ ହେବାକୁ କୁହାଯାଇଛି । ଅନ୍ୟପକ୍ଷେ ଦିଲ୍ଲୀର ଏକ ସୂତ୍ରରୁ ସୂଚନା ମିଳିଛି ଯେ ଗିଲାନିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା, କିନ୍ତୁ ଏବେ ଏହା ସ୍ଥିର ରହିଛି ।
ସେହିପରି ଗତ ଶୁକ୍ରବାର ସଂଧ୍ୟାରେ ଗିଲାନିଙ୍କ ମୃତ୍ୟୁ ହୋଇସାରିଥିବା ନେଇ କିଛି ରିପୋର୍ଟ ପ୍ରଚାର ହେବାକୁ ଲାଗିଛି । ହେଲେ ଗିଲାନିଙ୍କ ପୁଅ ନସୀମ ଗିଲାନି ଏହି ଖବରକୁ ପ୍ରତ୍ୟାକ୍ଷାନ କରି ଏହାକୁ ଗୁଜବ କହିବା ସହ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ।
ଏକ 2 ପୃଷ୍ଠାର ସୂଚନାରେ ହୁରିୟତ ଘୋଷଣା କରିଛି ଯେ 90 ବର୍ଷୀୟ ଗିଲାନି ଶ୍ରୀନଗରର ମଜାର-ଏଶୁହାଦା ଇଦଗାହରେ କବର ନେବାକୁ ଚାହୁଁଛନ୍ତି । ଏନେଇ ଗିଲାନୀଙ୍କ ଅନ୍ତିମ ସଂସ୍କାର ବେଳେ ସବୁ ଲୋକଙ୍କୁ ଉପସ୍ଥିତ ରହିବାକୁ ମୁଜାଫରାବାଦ ଓ ଇସଲାମାବାଦରେ ଥିବା ହୁରିୟତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏ ସମସ୍ତ ତଥ୍ୟକୁ ଖଣ୍ଡନ କରିଛନ୍ତି ଶ୍ରୀନଗର ପୋଲିସର ବରିଷ୍ଠ ଅଧିକାରୀ । ସ୍ଥିତି ଉପରେ ଲଗାତାର ନଜର ରଖାଯାଇଥିବା କୁହାଯାଇଛି ।
@ians_india