ETV Bharat / bharat

ଗୌରବ ଚନ୍ଦେଲ ହତ୍ୟାକାଣ୍ଡ: ମିଳିଲା ଚୋରି ହୋଇଥିବା କାର - ଗୌରବ ଚନ୍ଦେଲ ହତ୍ୟାକାଣ୍ଡ

ବହୁ ଚର୍ଚ୍ଚିତ ଗୌରବ ସିଂହ ଚନ୍ଦେଲଙ୍କ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ । ସପ୍ତାହେ ପୂର୍ବେ ଗ୍ରେଟର ନୋଏଡାରେ ହୋଇଥିବା ଗୌରବ ସିଂହ ଚନ୍ଦେଲଙ୍କ ହତ୍ୟାକାଣ୍ଡର ଗାଜିଆବାଦ ଲିଙ୍କ୍ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

gaurav chandel murder case
ଗୌରବ ଚନ୍ଦେଲ ହତ୍ୟାକାଣ୍ଡ
author img

By

Published : Jan 15, 2020, 7:31 PM IST

ଗାଜିଆବାଦ: ବହୁ ଚର୍ଚ୍ଚିତ ଗୌରବ ସିଂହ ଚନ୍ଦେଲଙ୍କ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ । ସପ୍ତାହେ ପୂର୍ବେ ଗ୍ରେଟର ନୋଏଡାରେ ହୋଇଥିବା ଗୌରବ ସିଂହ ଚନ୍ଦେଲଙ୍କ ହତ୍ୟାକାଣ୍ଡର ଗାଜିଆବାଦ ଲିଙ୍କ୍ ସାମ୍ନାକୁ ଆସିଛି । ହତ୍ୟା ସମୟରେ ଚୋରି ହୋଇଥିବା ଗୌରବଙ୍କ କାର ଗାଜିଆବାଦର ମସୁରୀ ଥାନା ଅନ୍ତର୍ଗତ ଆକାଶନଗରରୁ ଉଦ୍ଧାର କରାଯାଇଛି ।

ଗତ 6 ଜାନୁଆରୀରେ ଗ୍ରେଟର ନୋଏଡାଠାରେ ଗୌରବଙ୍କୁ ହତ୍ୟା କରାଯାଇଥିଲା । ପରେ 7 ଜାନୁଆରୀ ସକାଳେ ସର୍ଭିସ ରୋଡ୍ ପାଖରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରକାଶଥାଉକି, ଗୌରବ ଗୁରୁଗ୍ରାମରେ ଏକ ପ୍ରାଇଭେଟ କମ୍ପାନିରେ ଚାକିରି କରୁଥିଲେ ।

ଏହାକୁ ନେଇ ପରିବାର ଲୋକ ବିଭିନ୍ନ ପୋଲିସ ଷ୍ଟେସନକୁ ଯାଇ ଗୁହାରି କରିଥିଲେ ସୁଦ୍ଧା କୌଣସି ପୋଲିସ ଅଫିସର ସହାୟତା କରିନଥିଲେ । ପରେ ତାଙ୍କ ମୃତଦେହ ଜବତ କରାଯାଇଥିଲା । ତେବେ ଏନେଇ ପରିବାର ଲୋକେ ପୋଲିସ ଅବହେଳାକୁ ଦାୟୀ କରିଥିଲେ ।

ଘଟଣା ସାମ୍ନାକୁ ଆସିବା ପରେ 4ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହାକୁ ନେଇ ଗୌରବଙ୍କ ପୁଅ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ପିତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ଗୁହାରି କରିଥିଲେ । ପରେ ଏହାକୁ ନେଇ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ କରି ସରକାରଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ ମଙ୍ଗଳବାର ଏହାକୁ ନେଇ ସ୍ଥାନୀୟ ଗ୍ରେଟର ନୋଏଡାଠାରେ କିଛି ଲୋକ କ୍ୟାଣ୍ଡେଲ ମାର୍ଚ୍ଚ ମଧ୍ୟ କରିଥିଲେ ।

ଅନ୍ୟପକ୍ଷେ ଉତ୍ତରପ୍ରଦେଶ ଜିଲ୍ଲାପାଳ ଗୌରବଙ୍କ ପରିବାରକୁ 20 ଲକ୍ଷର ସହାୟତା ରାଶି ପ୍ରଦାନ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.