ETV Bharat / bharat

କୋରୋନା ଭୟ: ଚଣ୍ଡିଗଡରେ ଗୋଟିଏ ସ୍ଥାନରେ ଏକାଠି ହେବେନି 50 ଲୋକ - coronavirus lattest news

ଚଣ୍ଡିଗଡରେ 50 ଜଣଙ୍କୁ ଏକାଠି ହେବା ଉପରେ ରୋକ । ଚଣ୍ଡିଗଡ ପ୍ରଶାସନ କଲେ ଏପରି ଘୋଷଣା । ଅଧିକ ପଢନ୍ତୁ...

gatherings of more than 50 people banned in chadigarh
ପ୍ରତିକାତ୍ମକ ଫଟୋ
author img

By

Published : Mar 21, 2020, 8:58 AM IST

ଚଣ୍ଡିଗଡ: କୋରୋନା କାୟାରେ ସାରା ବିଶ୍ବ । ଏହାର ପ୍ରଭାବରେ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଫଳରେ ଚଣ୍ଡିଗଡ ପ୍ରଶାସନ 50 ଜଣ ଏକାଠି ହେବାରେ ଲଗାଇଛି ରୋକ । ଗୋଟିଏ ସ୍ଥାନରେ 50 ଲୋକ ଏକାଠି ହୋଇ ପାରିବେ ନାହିଁ ।

ଯଦି ଏହିନିୟମକୁ କେହି ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଣ୍ଡିଗଡରେ ସମସ୍ତ ସାମାଜିକ, କ୍ରୀଡା,ରାଜନୀତି, ଧାର୍ମିକ ଏବଂ ଶିକ୍ଷାନୁଷ୍ଠାନ ସମେତ ପରିବାରରେ ଏକାଠି ହେବାରେ ଲାଗିଛି ସଂପୂର୍ଣ୍ଣ ରୋକ । ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ ।

ପୂର୍ବରୁ 100 ଜଣଙ୍କ ଏକାଠି ହେବାରେ ରୋକ ଲଗାଯାଇଥିଲା । କିନ୍ତୁ ପଞ୍ଜାବ ସରକାରଙ୍କ ଦ୍ବାରା ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏଭଳି ନୂତନ ନିଷ୍ପତ୍ତି ନିଆଯାଇଛି । କୌଣସି ସମସ୍ୟା ଦେଖାଦେଲେ ଚଣ୍ଡିଗଡବାସୀଙ୍କୁ 112 ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶରୁ କେହି ଆସିଲେ ସେମାନଙ୍କୁ 15 ଦିନ ଆଇସୋଲେସନ ରହିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଏହାସହ ରାଜ୍ୟର ସମସ୍ତ ମଣ୍ଡି, ପରିବହନ ଓ ଖାଦ୍ୟ ସପ୍ଲାଏ ଉପରେ କଟକଣା ଲାଗୁ କରାଯାଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.