ETV Bharat / bharat

ବିଶାଖାପାଟଣା ଗ୍ୟାସ ଟ୍ରାଜେଡି: ଏଲଜି ପଲିମର୍ସ ଉପରେ 50କୋଟିର ଏନଜିଟି ଛାଟ

ବିଶାଖାପାଟଣାରେ ଗୁରୁବାର ବିଷାକ୍ତ ଗ୍ୟାସ ଲିକ ଘଟଣାରରେ ଜୀବନ, ​​ଜନସ୍ୱାସ୍ଥ୍ୟ ଏବଂ ପରିବେଶର କ୍ଷତି ପାଇଁ ବିଶାଖାପାଟନମ୍ ପ୍ରଶାସନ ନିକଟରେ 50 କୋଟି ଟଙ୍କା ଜମା କରିବାକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଶୁକ୍ରବାର ଏଲଜି ପଲିମର୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଏନଜିଟି
ଏନଜିଟି
author img

By

Published : May 8, 2020, 5:33 PM IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଗୁରୁବାର ବିଷାକ୍ତ ଗ୍ୟାସ ଲିକ ହେବା ଓ ତାହା ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଓ ଶତାଧିକ ଗୁରୁତର ହୋଇଥିଲେ । ଏବେ ଘଟଣାରେ ଏନଜିଟି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଜୀବନ, ​​ଜନସ୍ୱାସ୍ଥ୍ୟ ଏବଂ ପରିବେଶର କ୍ଷତି ପାଇଁ ବିଶାଖାପାଟନମ୍ ପ୍ରଶାସନ ନିକଟରେ ପ୍ରାଥମିକତା ସ୍ବରୁପ 50 କୋଟି ଟଙ୍କା ଜମା କରିବାକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଶୁକ୍ରବାର ଏଲଜି ପଲିମର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନଜିଟି ଏହି ମାମଲାର କହିଛି ଯେ ଜୀବନ, ​​ଜନସ୍ବାସ୍ଥ୍ୟ ଏବଂ ପରିବେଶର କ୍ଷତି ସମ୍ପର୍କରେ ଏଲଜି ପଲିମର ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ପ୍ରାରମ୍ଭିକ ପରିମାଣ 50 କୋଟି ଟଙ୍କା ଜମା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହିତ ବିଶାଖାପାଟନମ୍ ନିକଟର ଜମା କରିବାକୁ ନିର୍ଦ୍ଦେଶ ଦେଉଛୁ।

ଏନଜିଟି ସଭାପତି ଆଦର୍ଶ କୁମାର ଗୋଏଲଙ୍କ ନେତୃତ୍ବରେ ଏକ ବେଞ୍ଚ ଏହି ସ୍ଥାନକୁ ଯାଞ୍ଚ କରିବା ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ପୂର୍ବରୁ ଏହାର ରିପୋର୍ଟ ଦାଖଲ କରିବା ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରିଛି । ପରବର୍ତ୍ତୀ ଶୁଣାଣି ତାରିଖ ମେ 18ରେ ହେବ । ପୀଡିତମାନଙ୍କୁ କ୍ଷତିପୂରଣ ଦେବା, ପରିବେଶର ରକ୍ଷଣାବେକ୍ଷଣା ଏବଂ ଏହି ଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.