ETV Bharat / bharat

ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ଫାଟି 2 ମୃତ, ଜଣେ ଗୁରୁତର - ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ

ରାଜସ୍ଥାନର ଜୟପୁରସ୍ଥିତ ଚାରଦିବାରୀ ଅଞ୍ଚଳରେ ସୋମବାର ଏକ ଘରେ ବ୍ଲାଷ୍ଟ ହୋଇଥିଲା ସିଲିଣ୍ଡର ଟାଙ୍କି । ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

gas cyllinder blast in rajasthan, rajasthan latest news, gas cyllinder blast, ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ, ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ, ରାଜସ୍ଥାନ ଲାଟେଷ୍ଟ ନ୍ୟୁଜ୍‌
ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ଫାଟି 2 ମୃତ, ଜଣେ ଗୁରୁତର
author img

By

Published : Mar 2, 2020, 12:56 PM IST

ଜୟପୁର: ରାଜସ୍ଥାନର ଜୟପୁରସ୍ଥିତ ଚାରଦିବାରୀ ଅଞ୍ଚଳରେ ସୋମବାର ଏକ ଘରେ ବ୍ଲାଷ୍ଟ ହୋଇଥିଲା ସିଲିଣ୍ଡର ଟାଙ୍କି । ଘଟଣାରେ ଘରର ଛାତ ଭୁଷୁଡି ପଡିବା ସହ ଫସି ରହିଛନ୍ତି ପରିବାରର ସଦସ୍ୟ । ସେପଟେ ବର୍ତ୍ତମାନ ସୁଦ୍ଧା ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ସବାଇ ମାନସିଂହ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ଫାଟି 2 ମୃତ, ଜଣେ ଗୁରୁତର

ସିଲିଣ୍ଡର ବ୍ଲାଷ୍ଟ ହେବା ପରେ ଘରୁ ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଡିସିପି(ନର୍ଥ) ରାଜୀବ ପଚାର, ଅତିରିକ୍ତ ଡିସିପି(ନର୍ଥ) ସୁମିତ ଗୁପ୍ତା, ଏସିପି ଅଶୋକ ଚୌହାନ ଓ ଅନ୍ୟ ପୋଲିସ କର୍ମଚାରୀ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ଅଧିକ ଲୋକ ଆହତ ହୋଇ ନଥିବା ଅନୁମାନ କରାଯାଉଛି ।

ତେବେ ସ୍ଥାନୀୟ ତାଡକେଶ୍ବର ମନ୍ଦିରର ଅତି ନିକଟରେ ଏହି ଦୁର୍ଘଟଣା ଘଟିଛି । ସେପଟେ ସୋମବାର ହୋଇଥିବାରୁ ମନ୍ଦିରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ ସମ୍ପୃକ୍ତ ଘରେ ଗ୍ୟାସ ପାଇପରେ ନିଆଁ ଲାଗିବାରୁ କିଛି ବିଚାର କରିବା ଆଗରୁ ସିଲିଣ୍ଡର ଫାଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.