ETV Bharat / bharat

ଖତରନାକ୍ ସ୍ପେଶାଲ ଫୋର୍ସ ଗରୁଡ କମାଣ୍ଡୋ: ଦେଖନ୍ତୁ ଅପରେସନ୍‌ର ଡେମୋ ଭିଡିଓ - ଖତରନାକ୍ ସ୍ପେଶାଲ ଫୋର୍ସ ଗରୁଡ କମାଣ୍ଡୋ

କାରଗିଲ ବିଜୟ ଦିବସର ବିଂଶ ବାର୍ଷିକ ଉପଲକ୍ଷେ ଖତରନାକ୍ ସ୍ପେଶାଲ ଫୋର୍ସ ଗରୁଡ କମାଣ୍ଡୋ ଗୁଜୁରାଟର ଗାନ୍ଧୀନଗର ବିମାନବନ୍ଦରରେ ଅପରେସନର ଏକ ଡେମୋ ଭିଡିଓ ପ୍ରଦର୍ଶନ କରାଇଥିଲେ ।

ଡିଜାଇନ ଫଟୋ
author img

By

Published : Jul 28, 2019, 1:35 PM IST

ଗାନ୍ଧୀନଗର: ଗୁଜୁରାଟର ଗାନ୍ଧୀନଗର ବିମାନବନ୍ଦର । ହଠାତ୍‌ କେହି କିଛି ବୁଝିବା ପୂର୍ବରୁ ସେନା ହେଲିକପ୍ଟର ଏମଆଇ-17 ରୁ ଗରୁଡ କମାଣ୍ଡୋ ଜଣକ ପରେ ଜଣେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଓହ୍ଲାଇଥିଲେ । ଏହା ପରେ କୌଣସି ଏକ ବଡ ଧରଣର ଅପରେସନକୁ ଅପରେଟ୍‌ କରିବା ଭଳି ରନୱେରେ ପୋଜିସନ୍‌ ନେଇ ଆଗକୁ ବଢିଥିଲେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ । କ୍ଷଣିକ ପାଇଁ ସମସ୍ତେ ଆଚମ୍ବିତ ହୋଇଯାଇଥିଲେ । ବିମାନବନ୍ଦର ପାଖରେ ଏହି କାରାନାମାକୁ ଦେଖିବା ପାଇଁ ଭିଡ ଜମିବାରେ ଲାଗିଥିଲା । ଘଟଣା ହେଉଛି 'କାରଗିଲ ବିଜୟ ଦିବସ'କୁ 20 ବର୍ଷ ପୂରଣ ଅବସରରେ କରୁଡ କମାଣ୍ଡୋ ଫୋର୍ସ ନିଜର ଶକ୍ତି, ପରାକ୍ରମ ଓ ଅପରେସନ ଅପରେଟ୍‌ କରିବାର ପ୍ରସ୍ତୁତି ପ୍ରଦର୍ଶନ କରୁଥିଲା ।

ଗରୁଡ କମାଣ୍ଡୋ ଫୋର୍ସ

ଗରୁଡ଼ କମାଣ୍ଡୋ ଫୋର୍ସ(ଗରୁଡ଼ କମାଣ୍ଡୋ ବଳ) ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବାହିନୀ। ଏହା ସେପ୍ଟେମ୍ବର ୨୦୦୪ ଗଠନ କରାଯାଇଥିଲା । ଏହି ବାହିନୀର ତତ୍କାଳୀନ ଶକ୍ତି ଓ ସାମର୍ଥ୍ୟକୁ ନେଇ ଏହାକୁ ହିନ୍ଦୁ ପୁରାଣରେ ବର୍ଣ୍ଣିତ ଏକ ଅଜେୟ ପକ୍ଷୀ ଗରୁଡ ନାମରେ ନାମିତ କରାଯାଇଥିଲା । ଦେଶର ସବୁଠାରୁ ଖତରନାକ୍ ସ୍ପେଶାଲ ଫୋର୍ସ ଗରୁଡ କମାଣ୍ଡୋ ଅଟନ୍ତି ।

ଗରୁଡ଼ କମାଣ୍ଡୋଙ୍କୁ ସ୍ଥଳବାହିନୀର ପାରା କମାଣ୍ଡୋ ଓ ଜଳବାହିନୀର ମର୍କୋସ୍ ବାହିନୀ ଶୈଳୀରେ ପ୍ରଶିକ୍ଷଣ ଦିଆଯାଏ । ସେମାନେ ଆକାଶମାର୍ଗରେ ଅପରେସନ୍ ସହିତ ସ୍ଥଳସେନା ଭଳି ପାହାଡ ପର୍ବତରେ ଏବଂ ଜଳସେନା ଭଳି ପାଣି ଭିତରେ ବି ଶତ୍ରୁ ସହ ଲଢ଼ିବାକୁ ସକ୍ଷମ । ସେମାନଙ୍କୁ ବିଶେଷ ଭାବରେ ଆକ୍ରମଣକୁ ପ୍ରତିହତ କରିବାର ଶୈଳୀ, ଆତଙ୍କବାଦୀଙ୍କୁ କାବୁ କରିବାର କୌଶଳରେ ଟ୍ରେନିଂ ଦିଆଯାଏ । ଅତୀତରେ ସେମାନେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ କାବୁ କରିବାରେ ସଫଳ ହେବା ସହ ଅନେକ କାର୍ଯ୍ୟରେ ସଫଳତାର ସହ କାମ କରିଛନ୍ତି । ଶାନ୍ତି ସମୟରେ ସେମାନେ ବାୟୁସେନାର ବେସ୍ ଗୁଡ଼ିକର ସୁରକ୍ଷା ଦାୟିତ୍ୱରେ ଥାନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ବିଧିବଦ୍ଧ ଭାବରେ ଗରୁଡ଼ ବାହିନୀରେ ଅଂଶଗ୍ରହଣ କରିବା ପରେ କିଛି ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଥାଏ । ଯେମିତି କି ଆଣ୍ଟି ହାଇଜାକ, କାଉଣ୍ଟର ଇନ୍ସରଜେନ୍ସି, ଜଙ୍ଗଲ ଆଣ୍ଡ ସ୍ନୋ ସର୍ଭାଇଭଲ, ୱେପନ ହାନ୍ଡ଼ଲିଙ୍ଗ, ଡାଇଭିଙ୍ଗ ଟ୍ରେନିଂ ଇତ୍ୟାଦି । ପ୍ରଥମେ ଏହି ଫୋର୍ସର ନାମ ଟାଇଗର ଫୋର୍ସ ରଖାଯାଇଥିଲା । ପରେ ଏହାକୁ ବଦଳାଯାଇ 'ଗରୁଡ କମାଣ୍ଡୋ ଫୋର୍ସ' ରଖାଗଲା ।

ଗରୁଡ଼ କମାଣ୍ଡୋମାନେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାର ପ୍ରଶିକ୍ଷଣ ପାଇଛନ୍ତି । ସେମାନଙ୍କ ନିକଟରେ ଶକ୍ତିଶାଳୀ ଟେଭୋର ଟାର୍-୨୧,ଜିଲକ୧୭,ଜିଲକ ୧୯,ସେମିଆଟମିକ ପିସ୍ତଲ,ଲାଇଟ ମେସିନ ଗନ,M4 କର୍ବାଇନ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ।

୧୯୯୯ କାରଗିଲ୍ ଯୁଦ୍ଧରେ ମାର୍କୋସ କମାଣ୍ଡୋ ଭାରତୀୟ ସେନାକୁ ସାହାଯ୍ୟ କରି ଭାରତକୁ ବିଜୟ ଭେଟି ଦେଇଥିଲେ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.