ଲକ୍ଷ୍ନୌ: କୋରୋନା ସଂକ୍ରମଣ ରୋକିବାକୁ ସବୁ ଆଡେ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦେବାକୁ କୁହାଯାଉଛି । ନିଜେ ସୁରକ୍ଷିତ ରହିବା ସହ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରହିବା ନେଇ କୁହାଯାଉଛି । ଆଉ କୋଭିଡ-19 ରୋଗୀଙ୍କୁ ରଖିବା ପାଇଁ ସ୍ବତନ୍ତ୍ର ୱାର୍ଡ କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଇଟାୱାର ଏକ ଡାକ୍ତରଖାନାର କୋଭିଡ ୱାର୍ଡରେ ଦେଖାଦେଇଛି ସମ୍ପୂର୍ଣ୍ଣ ଅବ୍ୟବସ୍ଥା ।
ଲକ୍ଷ୍ନୌଠାରୁ ପ୍ରାୟ 224 କିଲୋମିଟର ଦୂରରେ ଥିବା ଏହି ସରକାରୀ ହସ୍ପିଟାଲରେ ରବିବାର ଯାଞ୍ଚ କରାଯାଇଥିଲା । ହସ୍ପିଟାଲର ୱାଶରୁମରେ ଭରି ରହିଥିବା ଆବର୍ଜନା ଦୁର୍ଗନ୍ଧରେ ହସ୍ପିଟାଲ ପରିସର ଫାଟିପଡୁଥିଲା । ହସ୍ପିଟାଲରେ ଥିବା କିଛି ରୋଗୀ ଏହି ଆବର୍ଜନାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଏହି ହସ୍ପିଟାଲରେ ସାମାଜିକ ଦୂରତା ପାଳନ କରାଯାଉ ନାହିଁ। ରୋଗୀମାନେ କିପରି ସୁସ୍ଥ ହେବେ?" ଜଣେ ବ୍ୟକ୍ତି ଭିଡିଓରେ ରେକର୍ଡ କରୁଥିବା ବେଳେ କ୍ଲିପ୍ରେ ପଚାରୁଥିବାର ଶୁଣାଯାଏ । "ଆମେ ଏଠାରେ ସୁସ୍ଥ ହୋଇପାରୁ ନାହୁଁ। ମନେହେଉଛି ଆମକୁ ମରିବାକୁ ଏଠାକୁ ଅଣାଯାଇଛି। ମୋଟ 40 ରୋଗୀଙ୍କ ପାଇଁ ଏଠାରେ କେବଳ ଦୁଇଟି ୱାଶରୁମ୍ ଅଛି । ଗୋଟିଏ ପୁରୁଷଙ୍କ ପାଇଁ, ଅନ୍ୟଟି ମହିଳାଙ୍କ ପାଇଁ। ଏହି ୱାଶରୁମ୍ ଗୁଡିକ ମଧ୍ଯ ଅତ୍ୟନ୍ତ ମଇଳା ହୋଇଛି।