ETV Bharat / bharat

ଭିନ୍ନ ଗରବା, ସ୍କେଟିଂ ସାଙ୍ଗକୁ ନିଆଁରେ ନାଚିଲେ ଛାତ୍ରଛାତ୍ରୀ

author img

By

Published : Oct 1, 2019, 5:39 PM IST

ଆପଣ ସ୍କେଟିଂ ଏବଂ ଗରବା ନୃତ୍ୟ ଦେଖିଥିବେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି, ସ୍କେଟିଂ ଡ୍ୟାନ୍ସ ? ଦେଖନ୍ତୁ କିପରି ସୁରଟରେ ଚାଲିଥିଲା ସ୍କେଟିଂ ଓ ନିଆଁରେ ଗରବା ନୃତ୍ୟ । ଅଧିକ ପଢନ୍ତୁ...

ଗୁଜୁରାଟରେ ସ୍କେଟିଂ ସାଙ୍ଗକୁ ନିଆଁରେ ଗରବା ନୃତ୍ୟ

ସୁରଟ: ଧରାପୃଷ୍ଠରେ ପୂଜିତ ହେଉଛନ୍ତି ମା' ମହିଷାମର୍ଦ୍ଦିନୀ । ନଅଦିନ ଧରି ପୂଜା ପାଇବେ ଦୁର୍ଗତି ନାଶିନୀ । କାଶ୍ମୀରରୁ କନ୍ୟା କୁମାରୀ ସବୁଠି ଚାଲିଛି ମା'ଙ୍କ ଆରାଧନା । ଏହି ସମୟରେ ଘଣ୍ଟ ଘଣ୍ଟାଦିରେ ପ୍ରକମ୍ପିତ ହେଉଛି ସବୁ ଶକ୍ତିପୀଠ । ସେପଟେ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଯାଇଛି ଗରବା ନୃତ୍ୟ । ତେବେ ଚଳିତ ଥର ମୁଖ୍ୟ ଆକର୍ଷଣ ପାଲିଟିଥିଲା ଖିଲାଡି ଗରବା ଓ ନିଆଁରେ ଗର୍‌ବା ପରିବେଷଣ ।

ଗୁଜୁରାଟରେ ସ୍କେଟିଂ ସାଙ୍ଗକୁ ନିଆଁରେ ଗରବା ନୃତ୍ୟ

ଗୁଜୁରାଟର ସୁରଟରେ 80 ଜଣ ଆଥଲେଟିକଙ୍କୁ ନେଇ ପରିବେଷଣ ହୋଇଥିଲା ଗରବା । ଯେଉଁଠି ସ୍କେଟିଂ ମାଧ୍ୟମରେ ନୃତ୍ୟ କରୁଥିଲେ ଛୋଟରୁ ବଡ ପିଲାମାନେ । କେବଳ ଗରବା ନୁହେଁ ଏଥିରେ ସାମିଲ ଥିଲା ମଡର୍ଣ୍ଣ ଡ୍ୟାନ୍ସ । ସାଧାରଣ ଗରବା ଅପେକ୍ଷା ସେକ୍ଟିଂରେ ଡ୍ୟାନ୍ସ ଅପେକ୍ଷାକୃତ କଷ୍ଟସାଧ୍ୟ । କିନ୍ତୁ ତଥାପି ପିଲାଙ୍କ ମଧ୍ୟରେ କିଛି ନୂଆ କରିବାର ଜୋଶ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଥିଲା ।

ଗୁଜୁରାଟର ଜାମନଗରରେ ନିଆଁରେ ଗରବା କରୁଥିବା ଦେଖିବାକୁ ମିଳିଥିଲା । ବାଜା ବାଣ ସାଙ୍ଗକୁ ଢୋଲ ନିଶାନରେ ଝୁମିଥିଲେ ସମସ୍ତେ । ତେବେ ପୂର୍ବରୁ ଗରବା ମାଧ୍ୟମରେ ଗୁଜୁରାଟରେ ଲୋକଙ୍କୁ ସଚେତନ କରାଯାଇଥିଲା । ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କୁ ସଚେତନା କରିବା ନେଇ ହେଲମେଟ ପିନ୍ଧି ଗରବା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Intro:ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରୁ ମାଁ ହିଙ୍ଗୁଳାଙ୍କ ପୀଠ ହେଉଛି ଅନ୍ୟତମ । ସମଗ୍ର ଭାରତର ଏହା ଏଭଳି ଏକ ଶକ୍ତି ପୀଠ ଯେଉଁ ଠି ଭକ୍ତ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । କିମ୍ବଦନ୍ତୀ କହେ ଏହି ପୀଠର ସିଧାସଳଖ ସମ୍ପର୍କ ରହିଛି ଶ୍ରୀକ୍ଷେତ୍ର ସହ । କାରଣ ମା ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ର ଠାକୁରାଣୀ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି । ଏଠାରେ ମାଁ ହିଙ୍ଗୁଳା ଅଗ୍ନି ରୁପରେ ବିରାଜମାନ କରିଛନ୍ତି । ମାଁ ହିଙ୍ଗୁଳାଙ୍କ 12 ମାସରେ 13 ପର୍ବ ହୋଇଥିଲେ ମଧ୍ୟ ଚୈତ୍ର ମାସ ଶୁକ୍ଳ ପକ୍ଷରେ ହେଉଥିବା ବାର୍ଷିକ ଯାତ୍ରା ଓ ଦଶହରାରେ ହେଉଥିବା ନବରାତ୍ର ପୁଜାର ମହନୀୟତା ଅତ୍ୟନ୍ତ ସ୍ବତନ୍ତ୍ର। Body:Vo - 1
ଅନୁଗୋଳ ଜିଲା ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ହିଙ୍ଗୁଳା । ତାଳଚେରେ ର ଗୋପାଳ ଗଡରେ ମା ପ୍ରକଟିତ । କୁହାଯାଏ ସତୀ ଙ୍କ ଅଂଶ ବିଶେଷ ହେଉଛନ୍ତି ମା । ଅଗ୍ନି ରୂପରେ ଏଠାରେ ବିରାଜିତ ମା ହିଙ୍ଗୁଳା। ଅଞ୍ଚଳବାସୀଙ୍କ ବିଶ୍ଵାସ ମାଁ ଡାକିଲେ ସେ ଡାକ ଶୁଣନ୍ତି । ମାଁଙ୍କ କରୁଣା ଅପାର ।ମା ଙ୍କ ପାଖରେ ଯିଏ ଯାହା ମାନସେ ତାହା ପାଇ ଯାଏ । କାହିଁ କେଉଁ ଆବାହମାନ କାଳରୁ ଏଠାରେ ବିରାଜିତ ମା ହିଙ୍ଗୁଳା । ଦୈନିନିନ୍ଦିନ ପୁଜାର୍ଚ୍ଚନା ଛଡ଼ା ମାଁଙ୍କ ପୀଠରେ ବର୍ଷ ସାରା କିଛିନା କିଛି ସ୍ବତନ୍ତ୍ର ପୁଜା ଚାଲି ଥାଏ । କିନ୍ତୁ ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମାଁଙ୍କର ବାର୍ଷିକ ପୁଜା ଅନୁଷ୍ଠିତ ହୁଏ । ସେହି ଦିନ ମାଁ ଅଗ୍ନି ରୁପରେ ପ୍ରକଟ ହୁଅନ୍ତି । ୯ ଦିନ ଧରି ଅଗ୍ନି ରୁପରେ ପୁଜା ପାଆନ୍ତି । ଯାହା ମା ଙ୍କର ନବ ଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଏହି ଯାତ୍ରା ସମୟରେ ମା କୁଆଡେ ଶ୍ରୀକ୍ଷତ୍ର ଛାଡି ଗୋପାଳ ଗଡ ଚାଲି ଆସନ୍ତି । ଲକ୍ଷାଧିକ ଭକ୍ତଙ୍କୁ ଅଗ୍ନି ରୁପରେ ଦର୍ଶନ ଦେବାପାଇଁ । ଏହାଛଡ଼ା ସାରଦୀୟ ପୁଜା ଆସିଲେ ଚଳ ଚଞ୍ଚଳ ହୋଇ ପଡ଼େ ମାଁଙ୍କ ପୀଠ । ସମସ୍ତ ରିତୀନିତୀରେ ନବରାତ୍ର ପୁଜା ହୁଏ । ଷୋଡ଼ଶ ଉପଚାରରେ ମାଁଙ୍କ ପୁଜା କରାଯାଏ । ଏଠାକାର ବିଶେସତ୍ବ ହେଲାଯେ ମାଁଙ୍କର ଖଡ଼ଗ, ଚକ୍ର ଆଦି ଯେତେ ଅସ୍ତ୍ର ରହିଛି ସବୁ କିଛି ନବ ରାତ୍ରରେ ପୁଜା କରାଯାଏ । ନଅ ଦିନ ବ୍ୟାପି ଚଣ୍ଡିପାଠ, ଯଜ୍ଞ ଓ ସ୍ବତନ୍ତ୍ର ପୁଜା ଅନୁଷ୍ଠିତ ହୁଏ । ଏହି ନଅ ଦିନ କୁଆଡ଼େ ମାଁ ଚଣ୍ଡି ରୁପ ଧାରଣ କରନ୍ତି । ସେହି ନଅ ଦିନ ମାଁଙ୍କ ପୀଠ ଚଳ ଚଞ୍ଚଳ ହୋଇ ପଡ଼େ । ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗେ । ଏଠାରେ ନଳ ବଂଶ ରାଜା ମାନଙ୍କ ସମୟରୁ ଦେହୁରୀ ମାନେ ମାଁଙ୍କ ପୁଜାର୍ଚ୍ଚନା କରି ଆସୁଛନ୍ତି । ଆଉ ସେହି ସମଯରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି ।
Byte - 1 କିଶୋର ଚନ୍ଦ୍ର ଦେହୁରୀ ,ମୁଖ୍ୟ ପୁଜକ (ନିଶ ଥିବା ବ୍ୟକ୍ତି Byte 1)
Byte - 2ବିପିନୀ ବିହାରୀ ମହାନ୍ତି, ଶ୍ରଦ୍ଧାଳୁ (ଗାମୁଛା ପକାଇଥିବା ବ୍ୟକ୍ତି byte 2)
Vo- 2
ପୈାରାଣିକ ମତରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ପାର୍ବତୀ କ୍ରୋଧିତ ହୋଇ ନିଜକୁ ଝାସ ଦେଇଥିଲେ । ଯାହା ଦେଖି ସହ୍ୟ କରି ପରି ନଥିଲେ ଦେବ ଦେବ ମହାଦେବ । ପାର୍ବତୀଙ୍କ ଅଗ୍ନିଦଗ୍ଧ ଶରୀରକୁ ବହନ କରି ତାଣ୍ଡବ ନୃତ୍ୟ କରିବାରେ ଲାଗିଲେ । ମହାଦେବଙ୍କ ଏଭଳି ଭୟଙ୍କର ରୁପ ଦେଖି ଦେବତା ମାନେ ସୃଷ୍ଟି ରକ୍ଷା ପାଇଁ ସ୍ବୟଂ ବିଷ୍ଣୁଙ୍କୁ ସ୍ମରଣ କରିବା ପରେ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କ ଦେହକୁ ଖଣ୍ଡ ବିଖଣ୍ଡ କରିଦେଲେ । ସେହି ଖଣ୍ଡରୁ ବିରାଜିତ ମାଁ ହିଙ୍ଗୁଳା । ଗବେଷକଙ୍କ ମତରେ ପୁରୀ ଜଗନ୍ନାଥ ମନ୍ଦିର ସହ ମାଁ ହିଙ୍ଗୁଳା ପୀଠର ସମ୍ପର୍କ ରହିଛି । ବିଦର୍ଭ ରାଜ୍ୟର ରାଜା ନଳ ହିଙ୍ଗୁଳାଙ୍କ ପରମ ଭକ୍ତ ଥିଲେ । ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରନ୍ଧନ ନିମନ୍ତେ ବିଶୁଦ୍ଧ ଅଗ୍ନିର ଆବଶ୍ୟକତା ଅନୁଭବ କରି ପୁରୀ ରାଜା ନଳରାଜାଙ୍କ ସହାୟତାରେ ମାଁ ହିଙ୍ଗୁଳାଙ୍କ କୃପାଭିକ୍ଷା କରିଥିଲେ । ଫଳରେ ନଳରାଜା ପ୍ରାର୍ଥନା କରି ହିଙ୍ଗୁଳାଙ୍କୁ ପୁରୀ ବିଜେ କରାଇଥିଲେ । ମାଁଙ୍କ ଅଗ୍ନିରେ ପ୍ରଥମ ମହାପ୍ରସାଦ ରନ୍ଧନ କରା ଯାଇଥିଲା । ମାଁ ହିଙ୍ଗୁଳାଙ୍କ ସମ୍ପର୍କରେ ଏମିତି ଅନେକ କଥା ଓ ବିଶ୍ବାସ ରହିଛି । ଦେଖିବାକୁ ଗଲେ ମାଁ ହିଙ୍ଗୁଳା ବହୁ ପ୍ରତକ୍ଷ୍ୟ, ଶକ୍ତିରୁପିଣୀ ଓ ବରଦାୟିନୀ । ସେ କେତେବେଳେ କେଉଁ ରୁପରେ ବିରାଜମାନ କରନ୍ତି ଓ ପୁଜା ପାଆନ୍ତି ତାହାର କିଛି ସୀମା ନାହିଁ ।
Byte - 3 ସ୍ଵାମୀ ଅଖଣ୍ଡାନନ୍ଦ ପୁରୀ , ଗବେଷକ (ଗେରୁଆ ବସ୍ତ୍ର ସହିତ ଚିତା ଚୈତନ ଲଗାଇଥିବା ବ୍ୟକ୍ତି ଲଣ୍ଡା byte 3)
Conclusion:ଅଗ୍ନି ରୁପରୁ ଚଣ୍ଡିରୁପରେ ଆବିର୍ଭାବ ହେବେ ମାଁ । ଶତୃ ବିନାଶ ପାଇଁ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ପ୍ରସ୍ତୁତ କରା ଯାଉଛି । ସେଗୁଡ଼ିକୁ ପୁଜା କରାଯିବ । ମାଁ ଅସ୍ତ୍ର ଅଳଙ୍କୃତ କରି ଧରାପୃଷ୍ଠରୁ ପାପ ରୁପକ ଶତୃ ବିନାଶ ପାଇଁ ବାହାରିବେ । ଦଶମୀରେ ବିଜୟ ଲାଭ କରି ପୁଣି ଆମ ମାନଙ୍କ ଠାରୁ ବିଦାୟ ନେବେ ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.