ଅହମ୍ମଦାବାଦ: ଅଗ୍ରପୂଜ୍ୟଙ୍କ ଅଭିନନ୍ଦନ ରୂପ । ଭକ୍ତଙ୍କୁ ଦେଉଛନ୍ତି ଦେଶ ଭକ୍ତିର ଅନ୍ୟନ୍ୟ ଉଦାହରଣ । ଗଣେଶ ଚତୁର୍ଥୀ ଅବସରରେ ଅହମ୍ମଦାବାଦର ଏକ ଗଣେଶ ପେଣ୍ଡାଲରେ ଦେଖିବାକୁ ମିଳିଛି ବିଘ୍ନିନାଶଙ୍କ ୱିଙ୍ଗ କମାଣ୍ଡ ବେଶ ।
ଗୁଜୁରାଟ ଅହମ୍ମଦାବାଦରେ ଏକ ଗଣେଶ ପେଣ୍ଡାଲରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ରୂପରେ ପୂଜା ପାଉଛନ୍ତି ବିଘ୍ନବିନାଶକ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ପାକିସ୍ତାନର ଏଫ-16 ଫାଇଟର ଜେଟକୁ ଖସାଇଥିଲେ । ଆଉ ଅଭିନନ୍ଦନ ଏଲଓସିରୁ 7 କିମି ଦୂର ପାକିସ୍ତାନରେ ପଡିଯାଇଥିଲେ ।
ଘଟଣାରେ ୱିଙ୍ଗ କମାଣ୍ଡ ଅଭିନନ୍ଦନଙ୍କ ଜୀବନ ବଞ୍ଚିଥିଲା ସତ, କିନ୍ତୁ ପାକିସ୍ତାନ ସେନାଙ୍କ ହାବୁଡରେ ପଡିଯାଇଥିଲେ ଏହି ଭାରତୀୟ ଯବାନ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପାକିସ୍ତାନ ଚାପ ଆସି ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା । ତେବେ ତାଙ୍କର ଏହି ସାହାସିକତା ପାଇଁ ଦେଶବ୍ୟାପୀ ପ୍ରଶଂସା କରିବା ସହ ଦେଶଭକ୍ତିର ଅନ୍ୟନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଅହମ୍ମଦାବାଦ ପେଣ୍ଡାଲ ଆୟୋଜକ କହିବାନୁଯାୟୀ, ଅଭିନନ୍ଦନଙ୍କ ବାହାଦୂରୀକୁ ସଲାମ ଜଣାଇବା ସହ ତାଙ୍କର ସାହାସିକତାର ମିସାଇଲ ରୂପେ ଉପସ୍ଥାପନା କରାଯାଇଛି । ଏଥିସହ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଥିମରେ ପ୍ରତିମା ନିର୍ମାଣ କରାଯାଇଥିବା ସେ କହିଛନ୍ତି ।