ETV Bharat / bharat

ଏନକାଉଣ୍ଟରରେ ଟଳିଲା ଗ୍ୟାଙ୍ଗଷ୍ଟର ବିକାଶ, ଉଠିଲା ନାନା ପ୍ରଶ୍ନ ?

author img

By

Published : Jul 10, 2020, 6:22 PM IST

Updated : Jul 10, 2020, 7:20 PM IST

କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନକାଉଣ୍ଟରରେ ନିହତ । ଏହା ପରେ ୟୁପି ପୋଲିସକୁ କିଏ ବାଃ ବାଃ କରୁଛି, ତ କିଏ ଏନକାଉଣ୍ଟର ଷ୍ଟାଇଲକୁ ନେଇ ଛିଡା କରଛି ନାନାଦି ପ୍ରଶ୍ନ । ଦୁବେ ଭଳି କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରି ଚାପ୍ଟର କ୍ଲୋଜ କରିବାକୁ ପୋଲିସର ଏହା ଯୋଜନାବଦ୍ଧ ଷଡଯନ୍ତ୍ର କି ? ନାଁ ଦୁବେର ଅସାଧୁ ସଙ୍ଗଠନରେ ସାମିଲ ଥିଲେ ରାଜନେତା ଓ ବଡ ବଡ ପୋଲିସ ବାବୁ ? କଣ ଏସବୁ ପର୍ଦ୍ଧାଫାଶ ହେବା ଭୟରେ ଅପରାଧୀ ବିକାଶକୁ ସବୁଦିନ ପାଇଁ ସଫା କରିଦିଆଗଲା ରାସ୍ତାରୁ । ତେବେ କାହିଁକି କୁଖ୍ୟାତ୍ ଅପରାଧୀକୁ ବିନା ସୁରକ୍ଷାରେ ଅଣାଯାଉଥିଲା ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ଏନକାଉଣ୍ଟରରେ ଟଳିଲା ଗ୍ୟାଙ୍ଗଷ୍ଟାର ବିକାଶ, ଉଠିଲା ନାନା ପ୍ରଶ୍ନବାଚୀ ???

ହାଇଦ୍ରାବାଦ: ଏନକାଉଣ୍ଟରରୁ ଆରମ୍ଭ, ଏନକାଉଣ୍ଟରରେ ଶେଷ । ୟୁପି ପୋଲିସର ନିଦ ହଜାଇଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀ ବିକାଶ ଦୁବେର ଖେଳ ଖତମ୍ । ମଧ୍ୟପ୍ରଦେଶରୁ କାନପୁର ଆସିବା ବାଟରେ ବାରା ଅଞ୍ଚଳରେ ଓଲଟି ପଡିଥିଲା କନଭେର ଗାଡି । ଏହି ସମୟରେ ପୋଲିସଙ୍କୁ ଆକ୍ରମଣ କରି ଖସିଯିବା ବେଳେ ବିକାଶକୁ ଏନକାଉଣ୍ଟର କଲା ଏସଟିଏଫ୍ । ପରେ କାନପୁର ହସ୍ପିଟାଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ ମୃତ ଘୋଷଣା କଲେ ଡାକ୍ତର । ଆଉ ଏହି ଏନକାଉଣ୍ଟର ପରେ ୟୁପି ପୋଲିସକୁ କିଏ ବାଃ ବାଃ କରୁଛି, ତ କିଏ ଏନକାଉଣ୍ଟରକୁ ନେଇ ଛିଡା କରଛି ନାନାଦି ପ୍ରଶ୍ନ । ଦୁବେ ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରି ଚାପ୍ଟର କ୍ଲୋଜ କରିବାକୁ ପୋଲିସର ଏହା ଯୋଜନାବଦ୍ଧ ଷଡଯନ୍ତ୍ର କି ? ନାଁ ଦୁବେର ଅସାଧୁ ସଙ୍ଗଠନରେ ସାମିଲ ଥିଲେ ରାଜନେତା ଓ ବଡ ବଡ ପୋଲିସ ବାବୁ । କଣ ଏସବୁ ପର୍ଦ୍ଦାଫାସ ହେବା ଭୟରେ କ୍ରିମିନାଲ ବିକାଶକୁ ସବୁଦିନ ପାଇଁ ସଫା କରିଦିଆଗଲା ରାସ୍ତାରୁ । ତେବେ କାହିଁକି କୁଖ୍ୟାତ୍ ଅପରାଧୀକୁ ବିନା ସୁରକ୍ଷାରେ ଅଣାଯାଉଥିଲା ? ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ଏନକାଉଣ୍ଟରରେ ଟଳିଲା ଗ୍ୟାଙ୍ଗଷ୍ଟର ବିକାଶ, ଉଠିଲା ନାନା ପ୍ରଶ୍ନ ?

ସ୍କୁଲ କ୍ୟାରିୟରରେ ହେଡମାଷ୍ଟରଙ୍କୁ ହତ୍ୟା କରିଥିବା ବିକାଶ ଦୁବେ ଉତ୍ତରପ୍ରଦେଶ ପୋଲିସର ୱାଣ୍ଟେଡ ଲିଷ୍ଟର ଟପରେ ଥିଲା । 60ରୁ ଊର୍ଦ୍ଧ୍ବ ଅପରାଧୀକ ମାମଲାରେ ସାମିଲ ଥିବା ବିକାଶ ପୋଲିସ ଆଗରେ ଛିଡା କରିଥିଲା ବଡ ଚ୍ୟାଲେଞ୍ଜ । ନିକଟରେ ବିକାର ଗାଁରେ ତାର ସାମ୍ରାଜ୍ୟ ଉପରେ ରେଡ୍ ସମୟରେ 8 ପୋଲିସ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ବିକାଶ ଓ ତାର ସହଯୋଗୀ । ଆଉ ଏହାପରେ କାଠଗଡାରେ ଛିଡା ହୋଇଥିଲା ୟୁପି ପୋଲିସ । ଜଣେ କୁଖ୍ୟାତ୍ ଅପରାଧୀ କିପରି ରେଡ୍ ସମୟରେ 8 ପୋଲିସ କର୍ମଚାରୀଙ୍କୁ ହତ୍ୟା କଲା ତାହାର ସରଜମିନ ଖୋଳଡାଡ ପାଇଁ ପୋଲିସ ଉପରେ ପଡିଥିଲା ପବ୍ଲିକ୍ ପ୍ରେସର । ରେଡର ସୁରାକ୍ କେମିତି ପାଇଲା ବିକାଶ ? ତାର ସିଣ୍ଡିକେଟ ସହିତ କିଏ ଥିଲା ସାମିଲ ଏହାର ଛାନଭିନ ପାଇଁ ମିଶନ ଲଞ୍ଚ କରିଥିଲା ୟୁପି ପୋଲିସ ।

25 ସ୍ପେଶାଲ ଟିମ ଗଠନ କରି ବିକାଶକୁ ଧରିବାକୁ ଚାରିଆଡେ ଛାପା ମାରିଥିଲା ପୋଲିସ । ହେଲେ ପୋଲିସ ଆଖିରେ ଧୂଳିଦେଇ ଲକଡାଉନ ଓ ସଟଡାଉନ ସମୟରେ ସହରରୁ ସହର ବୁଲୁଥିଲା ବିକାଶ । ଗଡୁଥିଲା ଦିନ ପୋଲିସ ଉପରେ ବଢୁଥିଲା ପ୍ରେସର । ତେବେ ହଠାତ୍ ଗୁରୁବାର ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଫିଲ୍ମ ଷ୍ଟାଇଲରେ ଗିରଫ କଲା ମଧ୍ୟପ୍ରଦେଶ ପୋଲିସ । ଏହା ପରେ ଉତ୍ତରପ୍ରଦେଶ ପୋଲିସକୁ ଘେରିଥିଲେ ଜନତା ଠୁ ନେତା । ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର କିଭଳି ଅନାୟସରେ ପୋଲିସ ଜାଲରେ ଫସିଲା ? ଏନେଇ ପୋଲିସ ଉପରକୁ ଉଠିଥିଲା ଅଙ୍ଗୁଳି। କାହା ଇସାରାରେ ଚାଲିଥିଲା ଆଉ କିଏ ଲେଖିଥିଲା ବିକାଶ ଦୁବେର ‘ଆରେଷ୍ଟ ସ୍କ୍ରିପ୍ଟ’ ତାହା ଜାଣିବାକୁ ଚାରିଆଡେ ଉଠିଥିଲା ସ୍ବର । ଆଉ ଏହା ଭିତରେ ମଧ୍ୟପ୍ରଦେଶ ପୋଲିସ ବିକାଶକୁ ୟୁପି ପୋଲିସକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଥିଲା ।

ବିକାଶକୁ ଏନକାଉଣ୍ଟର ପରେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଶହୀଦ ପୋଲିସ ପରିବାରଙ୍କ ଘରେ ଖୁସିର ଲହରୀ। ୟୁପି ପୋଲିସକୁ ସମସ୍ତେ ପ୍ରଶଂସା କରୁଛି ତ ଆଉ କିଏ ଏନକାଉଣ୍ଟର ଷ୍ଟାଇଲକୁ ସାବାସୀ ଦେଉଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଏନକାଉଣ୍ଟର ଆଳରେ ବର୍ତ୍ତିଗଲେ କି ସରକାରୀ ବାବୁ ଓ ନାମଜାଦା ରାଜନେତା । ଅପରାଧିକ ସାମ୍ରାଜ୍ୟ ସାମ୍ନାକୁ ଆସିବା ପୂର୍ବରୁ ସବୁଦିନ କିଙ୍ଗପିନର ଦ ଏଣ୍ଡ କରି ଦେଲାକି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2020, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.