ରାୟପୁର: ଛତିଶଗଡ ପଲାରୀ ଥାନା ଅନ୍ତର୍ଗତ କେସାଲ ଗାଁରେ ଗୋଟିଏ ପରିବାରର 2 ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ପଲାରୀ ପୋଲିସ 11 ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି ।
ତେବେ ଦେଢ ମାସ ପୂର୍ବରୁ ଏହି ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଏକ ଭିଡିଓ ତିଆରି କରି ବ୍ଲାକମେଲ କରିଥିଲେ । ଘଟଣା ସମ୍ପର୍କରେ ଉଭୟ ପୀଡିତା ପରିବାର ସଦସ୍ୟଙ୍କୁ କହିଥିଲେ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପାଲାରୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ