ETV Bharat / bharat

ଅକ୍ଷୟ ତୃତୀୟାରେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମ କବାଟ - Gangotri Dham

ଆସନ୍ତାକାଲି(ରବିବାର) ଅକ୍ଷୟତୃତୀୟାରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର ଦ୍ବାର ଖୋଲାଯିବ । ଏହି ସମୟରେ ସୀମିତ ସଂଖ୍ୟକ ଲୋକ ରହିବା ସହ ସାମାଜିକ ଦୂରତା ଉପରେ ଧ୍ୟାନ ଦିଆଯିବ । ଅଧିକ ପଢନ୍ତୁ...

Gangotri and Yamunotri Dham kapat will open on Akshaya Tritiya
ଅକ୍ଷୟ ତୃତୀୟାରେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମ କବାଟ
author img

By

Published : Apr 25, 2020, 3:09 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚାରି ଧାମ ଭିତରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର ଦ୍ବାର 26 ଏପ୍ରିଲ ଅକ୍ଷୟ ତୃତୀୟା ଦିନ ବୈଦିକ ରୀତିରେ ମନ୍ତ୍ରୋଚାରଣ ସହିତ ଶୁଭମୁହୁର୍ତ୍ତରେ ଖୋଲାଯିବ। ମନ୍ଦିର କମିଟିର ଅଧିକାରୀ ଏବଂ ପୁରୋହିତ ମାନେ କବାଟ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।

ମାଆ ଗଙ୍ଗାଙ୍କ ଉତ୍ସବ ଡୋଲି ଆଜି (ଶନିବାର) କବାଟ ଖୋଲିବା ପୂର୍ବରୁ ଶୀତଦିନିଆ ମନ୍ଦିର ଠାରୁ ଗାଙ୍ଗୋତ୍ରି ଧାମ ଛାଡିବ । ଯାହାକି ଭୈରବ ଉପତ୍ୟକାର ଭୈରବ ମନ୍ଦିରରେ ପ୍ରବେଶ କରିବ । ମାତା ଗଙ୍ଗାଙ୍କ ଡୋଲି ଏପ୍ରିଲ 26ରେ ସକାଳ 8ରେ ଗଙ୍ଗୋତ୍ରୀ ଧାମରେ ​​ପହଞ୍ଚିବ । ତାପରେ ବିଦ୍ଧିବଦ୍ଧ ବାବେ ବୈଦିକ ମନ୍ତ୍ରୋଚାର ସହିତ ଦ୍ବିପହର 12 ଟା 35ରେ ସାମାଜିକ ଦୂରତା ପାଳନ ସହ ଆଗାମୀ 6 ମାସ ଯାଏଁ ମାଆ ଗଙ୍ଗୋତ୍ରୀଙ୍କ ଦ୍ବାର ଖୋଲା ରହିବ ।

ଅନ୍ୟପଟେ ଏପ୍ରିଲ 26ରେ ସକାଳ 8 ଟା 5 ରେ ଶନିଦେବଙ୍କ ଡୋଲି ନେତୃତ୍ୱରେ ପାରମ୍ପାରିକ ବାଦ୍ୟଯନ୍ତ୍ର ସହିତ ମାତା ଯମୁନାଙ୍କ ଡୋଲି ଖରସାଲିରୁ ଯମୁନେତ୍ରୀ ଧାମକୁ ଶୀତକାଳୀନ ସ୍ଥାନାନ୍ତରଣ ପାଇଁ ଯିବ । ଡୋଲି ସକାଳ 11ଟାରେ ଯମୁନେତ୍ରୀ ଧାମରେ ​​ପହଞ୍ଚିବ । ଏହାପରେ ରୀତି ନିତି ଓ ମନ୍ତ୍ରୋଚାରଣ ଦ୍ବାରା ମାତା ଯମୁନେତ୍ରୀ ଙ୍କ କବାଟ ଖୋଲାଯିବ ।

ଏହି ଉତ୍ସବରେ କେବଳ 21 ଜଣ ଲୋକ ଉପସ୍ଥିତ ରହିବେ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଙ୍ଗୋତ୍ରୀ, ଯମୁନେତ୍ରୀ ଧାମର କବାଟ ଖୋଲିବା ସମୟରେ ପ୍ରଶାସନ 21 ଜଣଙ୍କୁ ଅନୁମୋଦନ କରିଛି । ଏହି ସମୟରେ, ସାମାଜିକ ଦୂରତା ଉପରେ ବେଶ ଧ୍ୟାନ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.