ETV Bharat / bharat

ପସାପାଲି ଗୋଟି ଓ ଦାନାରେ ଗଜାନନ

author img

By

Published : Sep 8, 2019, 5:26 PM IST

ଗଣେଶ ଚତୁର୍ଥୀ ଅବସରରେ ବିଘ୍ନରାଜଙ୍କ ଏକ ନିଆରା ମୂର୍ତ୍ତି ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ପସା ପାଲିରେ ବ୍ୟବହୃତ ହେଉଥିବା ଦାନା ଓ ଗୋଟିରେ ମଣ୍ଡପରେ ଶୋଭା ପାଉଛନ୍ତି ଗଜାନନ ।

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁର ଆଦ୍ୟ ପର୍ବ । ଧରାପୃଷ୍ଠରେ ଅବତରଣ କରି ବିଭିନ୍ନ ପୂଜା ମଣ୍ଡପରେ ଭଳି ଭଳି ବେଶରେ ପୂଜା ପାଉଛନ୍ତି ଗଜାନନ । ସମସ୍ତଙ୍କ ଠାରୁ ଭିନ୍ନ ହେବା ସହ କିଛି ନୂଆ କରିବା ଆଶାରେ ମୂର୍ତ୍ତି କାରିଗରମାନେ ଭଳି ଭଳିକି ମୂର୍ତ୍ତି ନିର୍ମାଣ କରିଛନ୍ତି । ସେହିଭଳି ବିଘ୍ନରାଜଙ୍କ ଏକ ନିଆରା ମୂର୍ତ୍ତି ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ପସା ପାଲିରେ ବ୍ୟବହୃତ ହେଉଥିବା ଦାନା ଓ ଗୋଟିରେ ଶୋଭା ପାଉଛନ୍ତି ଗଜାନନ । ଏହି ମୂର୍ତ୍ତି ଭକ୍ତଙ୍କୁ ବେଶ ଆକର୍ଷଣ କରୁଥିବାବେଳେ ଏହାକୁ ଦେଖିବା ପାଇଁ ମଣ୍ଡପକୁ ଭକ୍ତଙ୍କ ସୁଅ ଛୁଟୁଛି ।

Ganesha Idol
ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ

ପ୍ରତିବର୍ଷ ଆମେ ଇକୋ-ଫ୍ରେଣ୍ଡଲୀ ଗଣେଶ ତିଆରି କରୁଛୁ । ଚଳିତ ବର୍ଷ ଆମେ ପସାପାଲିର ଦାନା ଓ ଗୋଟିରେ ଗଣେଶ ମୂର୍ତ୍ତି ତିଆରି କରିଛୁ । ମୂର୍ତ୍ତି ବିସର୍ଜନ ସମୟରେ ଆମେ ଏହି ଦାନା ଓ ଗୋଟିକୁ ସାଧାରଣ ଲୋକଙ୍କୁ ବାଣ୍ଟିଦେବୁ ବୋଲି ପୂଜା ମଣ୍ଡପର ଆୟୋଜକ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଗତ 14 ବର୍ଷ ଧରି ମୁଁ ଏହି ସ୍ଥାନରେ ନିଆରା ଓ ଭିନ୍ନ ଚିନ୍ତାଧାରାରେ ଗଣେଶ ପ୍ରସ୍ତୁତ କରି ଆସୁଛୁ । ସୂଚନାନୁସାରେ ସେପ୍ଟେମ୍ବର 2 ତାରିଖରେ ବେଶ ଆନନ୍ଦ ଉଲ୍ଲାସର ସହ ଆରମ୍ଭ ହୋଇଥିବା ଗଣେଶ ପୂଜା ଆସନ୍ତା ସେପ୍ଟେମ୍ବର 12 ତାରିଖରେ ବିସର୍ଜନ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.