ରାଜଘାଟ । ନା ଶୁଣିଲେ ମନକୁ ଆସେ ବାପୁଙ୍କ କଥା । ଏଠାରେ ଠିଆ ହେଲେ ଆପେ ଆପେ ନଇଁଯାଏ ମୁଣ୍ଡ । କୋଟି କୋଟି ଭାରତୀୟଙ୍କ ପାଇଁ ଏହି ସ୍ଥାନ କୌଣସି ତୀର୍ଥ ସ୍ଥଳୀଠାରୁ କମ ନୁହେଁ । ତେବେ ଆପଣ ଜାଣନ୍ତି କି, ଏଭଳି ଭାବେ ବାପୁଙ୍କ ଆଉ ଏକ ସମାଧି ସ୍ଥଳୀ ରହିଛି । ଯାହା ଆଜି ବି ଦୃଷ୍ଟି ଆଢୁଆଳରେ । ଏହି ପବିତ୍ର ସ୍ଥଳ ସମ୍ପର୍କରେ ଆପଣଙ୍କୁ ଜଣାଇବା ଲାଗି ଏଠାରେ ପହଞ୍ଚିଛି ‘ଇଟିଭି ଭାରତ’ ।
ଏ ହେଉଛି ମଧ୍ୟପ୍ରଦେଶର ନର୍ମଦା ନଦୀ କୂଳରେ ଅସ୍ଥାପିତ ଦ୍ବିତୀୟ ରାଜଘାଟ ‘ବରୱାନି’ । 1965 ମସିହା ଫେବୃଆରୀ 12ରେ କାଶିନାଥ ତ୍ରିବେଦୀ ଏହାକୁ ସ୍ଥାପନ କରିଥିଲେ । ଏଠାରେ ଜାତିର ପିତାଙ୍କ ଚିତା ଭସ୍ମ ରହିଛି । କେବଳ ବାପୁ ନୁହେଁ ତାଙ୍କ ପତ୍ନୀ କସ୍ତୁରବା ଓ ସଚିବ ମହାଦେବ ଦେଶାଇଙ୍କ ଅସ୍ଥି କଳସ ଅଛି । ଭାରତର ରାଜଧାନୀ ଛାତିରେ ଥିବା ବାପୁଙ୍କ ସମାଧି ସ୍ଥଳ ‘ରାଜଘାଟ’ର ନା ଅନୁଯାୟୀ ଏହି ସ୍ଥାନ ମଧ୍ୟ ରାଜଘାଟ ଭାବେ ନାମିତ ।
ଯଦିଓ ରାଜଧାନୀ ରାଜଘାଟ ଭଳି ଏଠାରେ ନେତା ମନ୍ତ୍ରୀଙ୍କ ଭିଡ ଜମେନି, ହେଲେ ସର୍ବଦା ସାଧାରଣ ନାଗରିକ ଏଠାରୁ ନତମସ୍ତକ ହୋଇ ଫେରୁଥିବା ନଜିର ରହିଛି । କିନ୍ତୁ ଅବଶୋଷ ଯେ, ଏଭଳି ସ୍ଥାନର ଅବେହଳା ଦିନକୁ ଦିନ ବଢିଚାଲିଛି । 2017ରେ ବାପୁଙ୍କ ଏହି ସମାଧୀ ପୀଠ କ୍କୁକ୍ରା ଗାଁକୁ ସ୍ଥାନନ୍ତରିତ ହୋଇଛି । ହେଲେ ସରକାରୀ ଅଣଦେଖା ଏବଂ ରକ୍ଷଣାବେକ୍ଷଣାର ଅଭାବ ଯୋଗୁଁ ଏହି ପବିତ୍ର ପୀଠ ଏବେ ସମସ୍ୟା ଘେରରେ । ଏ ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟ ଅସନ୍ତୋଷ ଜଣାଇଛନ୍ତି ।
କେବେ ସ୍ବତନ୍ତ୍ରତା ପାଇଁ ବ୍ରିଟିଶଙ୍କ ବିରୋଧରେ ସଂଘର୍ଷ କରୁଥିଲେ ଗାନ୍ଧୀ । ଆଜି ତାଙ୍କ ସମାଧି ସ୍ଥଳର ସ୍ଥାୟିତ୍ବ ନେଇ ପ୍ରଶାସନ ସହ ଲଢୁଛନ୍ତି ବରୱାନିବାସୀ । ସେପଟେ ନୂଆଦିଲ୍ଲୀସ୍ଥିତ ରାଜଘାଟ ତୁଳନାରେ ବାପୁଙ୍କ ଏହି ଶେଷ ବିଶ୍ରାମ ସ୍ଥଳ ଯେମିତି ଅସ୍ତିତ୍ବ ପାଇଁ ଲଢେଇ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ