ETV Bharat / bharat

ଆଜି ବି ଝାନସୀରେ ରହିଛି ଗାନ୍ଧୀଙ୍କ ଚିଠି, ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ - ଝାନସୀରେ ରହିଛି ଗାନ୍ଧୀଙ୍କ ଚିଠି

1930 ମସିହାରେ ଉତ୍ତରପ୍ରଦେଶ ଝାନସୀର ବାସିନ୍ଦା ଦୁର୍ଗାପ୍ରସାଦ ଶର୍ମା ଗାନ୍ଧୀଜୀଙ୍କୁ ଚିଠି ଲେଖି ସ୍ବାଧୀନତା ଆନ୍ଦୋଳନରେ ଯୋଗଦେବାକୁ ନିଜର ଇଚ୍ଛା ପ୍ରକଟ କରିଥିଲେ । ଯାହାର ପ୍ରତିଉତ୍ତର ଦେବାକୁ ଯାଇ ଗାନ୍ଧୀଜୀ ସେ ଅଞ୍ଚଳର ଅଧିକରୁ ଅଧିକ ଯୁବକଙ୍କୁ ଆନ୍ଦୋଳନରେ ସାମିଲ କରିବା ପାଇଁ ନିଜ ସେକ୍ରେଟାରୀ ମାଧ୍ୟମରେ ଚିଠି ଲେଖି ଜଣାଇଥିଲେ ।ତେବେ ଗାନ୍ଧୀଜୀ ଦୁର୍ଗା ପ୍ରସାଦ ଶର୍ମାଙ୍କୁ ଲେଖିଥିବା ସେହି ଚିଠି ଆଜି ବି ତାଙ୍କ ବୋହୂ ମନୋରମା ଦେବୀଙ୍କ ପାଖରେ ରହିଛି । ଯାହାକୁ ଦେଖିବା ଲାଗି ଆଖପାଖର ଅନେକ ଲୋକଙ୍କ ଏଠାକୁ ଆସନ୍ତି ।

ଫାଇଲ ଫଟୋ
author img

By

Published : Sep 9, 2019, 6:42 AM IST

ହାଇଦ୍ରାବାଦ: ମୋହନଦାସ କରମଚାନ୍ଦ ଗାନ୍ଧୀ ତଥା ଅହିଂସାର ଜନକ ବାପୁଜୀ । ନିଜ କାର୍ଯ୍ୟ ଓ ଲେଖା ମାଧ୍ୟମରେ ଯୁବପୀଢି ତଥା ସାଧାରଣ ନାଗରିକଙ୍କ ମଧ୍ୟରେ ଅହିଂସାକୁ ପ୍ରସାରିତ କରିଥିଲେ ସେ । ଅହିଂସା ହିଁ ହିଂସାକୁ ପରାଜିତ କରିପାରିବ ବୋଲି ସେ ଲୋକଙ୍କୁ ବୁଝାଉଥିଲେ ।

ଆଜି ବି ଝାନସୀରେ ରହିଛି ଗାନ୍ଧୀଙ୍କ ଚିଠି

ଅହିଂସା ଉପାୟରେ ଅନୁପ୍ରାଣୀତ ହୋଇ ଅନେକ ଯୁବକ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଲାଗି ଗାନ୍ଧୀଜୀ ବିଭିନ୍ନ ସ୍ଥାନରେ ସଭା ସମିତି କରି ଆନ୍ଦୋଳନରେ ଯୋଗଦେବାପାଇଁ ଲୋକଙ୍କୁ କହୁଥିଲେ । ଏଥିରେ ପ୍ରଭାବିତ ହୋଇ 1930 ମସିହାରେ ଉତ୍ତରପ୍ରଦେଶ ଝାନସୀର ବାସିନ୍ଦା ଦୁର୍ଗାପ୍ରସାଦ ଶର୍ମା ଗାନ୍ଧୀଜୀଙ୍କୁ ଚିଠି ଲେଖି ନିଜର ଇଚ୍ଛା ପ୍ରକଟ କରିଥିଲେ ।

ଦୁର୍ଗାପ୍ରସାଦଙ୍କ ଚିଠିର ପ୍ରତିଉତ୍ତର ଦେବାକୁ ଯାଇ ଗାନ୍ଧୀଜୀ ସେ ଅଞ୍ଚଳର ଅଧିକରୁ ଅଧିକ ଯୁବକଙ୍କୁ ଆନ୍ଦୋଳନରେ ସାମିଲ କରିବା ପାଇଁ ନିଜ ସେକ୍ରେଟାରୀ ମାଧ୍ୟମରେ ଚିଠି ଲେଖି ଜଣାଇଥିଲେ । ସେହି ଦିନଠାରୁ ଦୁର୍ଗାପ୍ରସାଦ ସ୍ବାଧୀନତା ଆନ୍ଦୋଳନ ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରିଥିଲେ ।

ତେବେ ଗାନ୍ଧୀଜୀ ଦୁର୍ଗା ପ୍ରସାଦ ଶର୍ମାଙ୍କୁ ଲେଖିଥିବା ସେହି ଚିଠି ଆଜି ବି ତାଙ୍କ ବୋହୂ ମନୋରମା ଦେବୀଙ୍କ ପାଖରେ ରହିଛି । ଯାହାକୁ ଦେଖିବା ଲାଗି ଆଖପାଖର ଅନେକ ଲୋକଙ୍କ ଏଠାକୁ ଆସନ୍ତି ।

ମୁମ୍ବାଇ, ଦିଲ୍ଲୀ କିମ୍ବା ରାଜସ୍ଥାନକୁ ନ ଆସି ବୁନ୍ଦେଲଖଣ୍ଡରେ ରହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ଦୁର୍ଗା ପ୍ରସାଦଙ୍କୁ ଗାନ୍ଧୀଜୀ ଦେଇଥିବା ଚିଠିରେ ଦର୍ଶାଇଥିଲେ । ଏହାସହ ସେଠାରେ ଏକ ମଜଭୁତ ଟିମ୍‌ ଗଠନ କରି ସ୍ବାଧୀନତା ଆନ୍ଦୋଳନକୁ ତୀବ୍ରତର କରିବାକୁ ସେ ଚିଠିରେ ଉଲ୍ଲେଖ କରିଥିଲେ ।

ଗାନ୍ଧୀଜୀ ଯେତେବେଳେ ଆନ୍ଦୋଳନ ପାଇଁ ଟଙ୍କା ଯୋଗାଡ କରିବାକୁ ଲୋକଙ୍କୁ କହୁଥିଲେ ସେହି ସମୟରେ ମନୋରମା ଦେବୀଙ୍କ ମା ଦେବକା ଦେବୀ ପାଠକ ନିଜ ଗହଣା ବିକି ଆନ୍ଦୋଳନ ପାଇଁ ଟଙ୍କା ଯୋଗାଡ କରିଥିଲେ । ଏଥିସହ ସେ ମଧ୍ୟ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.