ETV Bharat / bharat

ମହାତ୍ମା ଗାନ୍ଧୀ: ସାମ୍ପ୍ରଦାୟିକ ସଦଭାବନା ଓ ସୌହାର୍ଦ୍ଦ୍ୟର ମହାନାୟକ - ସାମ୍ପ୍ରଦାୟିକ ସଦଭାବନା

ବାପୁଙ୍କ ସେହି ଗୋଟିଏ ଡାକରା ସାମ୍ପ୍ରଦାୟିକ ସଦଭାବନାକୁ ନୂଆ ମୋଡ ଦେଇଥିଲା । ତାଙ୍କ ଅହିଂସାର ଆହ୍ବାନ ଦେଶକୁ ଭାଇଚାରର ସ୍ବାଦ ଚଖାଇଛି । ଗାନ୍ଧୀ ଭାରତର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ମହାନାୟକ ।

ଡିଜାଇନ ଫଟୋ
author img

By

Published : Aug 18, 2019, 7:01 AM IST

Updated : Aug 18, 2019, 7:56 AM IST

ସେ ଜାତିର ପିତା । ସେ ବାପୁ । ସେ ଅହିଂସା ଓ ସତ୍ୟର ପୂଜାରୀ । ସେ ସଭିଁଙ୍କ ଦିଗଦର୍ଶକ । ସ୍ବାଧୀନ ଭାରତ ଗଠନ ପଛର ପ୍ରମୁଖ କର୍ଣ୍ଣଧାର, ବଳିଷ୍ଠ ଚେହେରା । ଦେଶକୁ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଢିତୋଳିବାରେ ତାଙ୍କର ଅବଦାନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ତଥା ଅବର୍ଣ୍ଣନୀୟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ ହେଲେ ଗାନ୍ଧୀ । ଜାତିର ଜନକ ମହାତ୍ମା ଗାନ୍ଧୀ । ସେ ଦେଇଥିଲେ ଏକତାର ସନ୍ଦେଶ । ସମାଜର ସାମ୍ପ୍ରଦାୟିକ ସଦଭାବନାର ପ୍ରତିଷ୍ଠାତା । ମାନବ ସମାଜ ପାଇଁ ତାଙ୍କର ମହାନ ମନ୍ତ୍ର ଥିଲା ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ବସୁଧୈବ କୁଟୁମ୍ବକମର ଅବାହକ । ସମ୍ପୂର୍ଣ୍ଣ ଜଗତ ଏକ । ତେବେ ସାମ୍ପ୍ରଦାୟିକ ସଦଭାବନା ପାଇଁ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ....

ଦେଶରେ ପ୍ରତିଟି ବୈଠକ ଆରମ୍ଭ ହୁଏ ତାଙ୍କର ଭକ୍ତିପୂତ ପ୍ରାର୍ଥନାରୁ । ସବୁ ଧର୍ମକୁ ସମ୍ମାନ ଦେଉଥିବା ମହାନ ପୁରୁଷ ସେ । ବିଭିନ୍ନ ଧାର୍ମିକ ଗ୍ରନ୍ଥ ପଢିବାରେ ରହିଥିଲା ଗାନ୍ଧିଙ୍କ ଅହେତୁକ ରୁଚି । ପିଲା ବେଳେ ନିଜ ବାପାଙ୍କ ସେବା କରୁଥିଲେ, ସେବେଠୁ ବାପାଙ୍କ ବିଭିନ୍ନ ଧର୍ମାବଲମ୍ବୀ ସାଙ୍ଗଙ୍କ କାହାଣୀ ଶୁଣୁଥିଲେ । ଇସଲାମ, ଜୋରୋଷ୍ଟ୍ରୀଆନ ଆଦି ବହୁ ଧର୍ମ ସମ୍ପର୍କରେ ସେ ନାନା କଥା ଶୁଣିଥିଲେ । ଖ୍ରୀଷ୍ଟ୍ରିଆନ ଧର୍ମରେ ମଦ୍ୟପାନ ଓ ଗୋମାଂସ ସେବନ ଏକ ଅଭିନ୍ନ ଅଙ୍ଗ ବୋଲି ସେ ବୁଝିଥିଲେ । କିନ୍ତୁ ଯେତେବଳେ ଗାନ୍ଧୀ ଇଂଲଣ୍ଡ ଯାଇଥିଲେ, ସେଠାରେ ସେ ଦେଖିଥିଲେ ଏପରି ଜଣେ ଖ୍ରୀଷ୍ଟ୍ରିଆନ ମଣିଷ, ଯିଏ ମଦକୁ ହାତ ଲଗାଉନଥିଲା ଆଉ ପୂରା ଶାକାହାରୀ ଥିଲା । ଯାହାକି ଗାନ୍ଧୀଙ୍କୁ ବାଇବେଲ ପଢିବା ପାଇଁ ଉତ୍ସାହିତ କରିଥିଲା । ଆଉ ଏଇ ବାଇବେଲର କେଇଟା ଶବ୍ଦ ତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଆଗକୁ ବଢିବା ଲାଗି ଉତ୍ସାହିତ କରିଥିଲା ।

‘ଯଦି ଆପଣଙ୍କ ଡାହାଣ ଗାଲରେ କେହି ଚାପୁଡା ମାରେ, ତେବେ ତାକୁ ଆପଣ ନିଜ ବାମ ଗାଲ ଦେଖାଇ ଦିଅନ୍ତୁ ।’

ବାଇବେଲ ପଢିବା ପୂର୍ବରୁ ମଧ୍ୟ ବହୁ ଗ୍ରନ୍ଥର ଅଧ୍ୟୟନ କରି ସେ ବୁଝିପାରିଥିଲେ ଯେ, ଜଣେ ମଣିଷର ବ୍ୟକ୍ତିତ୍ବ ତାଙ୍କ ମହତପଣିଆରୁ ଗଣାଯାଏ ନା କି କିଛି ମନ୍ଦ ଉଦ୍ଦେଶ୍ୟରୁ । ଛୋଟବେଳୁ ତାଙ୍କର ଦୃଢ ବିଶ୍ବାସ ଥିଲା ସବୁ ଧର୍ମ ସମାନ ସମ୍ମାନର ପାତ୍ର । ଏପରି ଭାବେ ସାମ୍ପ୍ରଦାୟିକ ସଦଭାବର ମଞ୍ଜି ଧୀରେ ଧୀରେ ତାଙ୍କ ମନରେ ଉଜ୍ଜିବୀତ ହୋଇଥିଲା । ବାସ୍ତବରେ ସେ ମନୁସ୍ମୃତି ପଢିବା ପରେ ନାସ୍ତିକ ହେବାକୁ ଲାଗିଲେ । ତେବେ ଏହି ସବୁ ଧାର୍ମିକ ଗ୍ରନ୍ଥରୁ ସେ ଯେଉଁ ଆବଶ୍ୟକୀୟ ଶିକ୍ଷା ଲାଭ କରିଥିଲେ ତାହା ହେଲା, ଏ ଦୁନିଆ ସିଦ୍ଧାନ୍ତ ଉପରେ ଜୀବିତ ଏବଂ ସିଦ୍ଧାନ୍ତକୁ ସତ୍ୟ ଭାବେ ନିର୍ବାହ କରାଯାଇଥାଏ । ଏପରି ଭାବେ ଗାନ୍ଧୀଙ୍କ ବାଲ୍ୟାବସ୍ଥାରୁ ସତ୍ୟ ଉପରେ ମହତ୍ବ ଦେଉଥିଲେ । ଯାହାକି ତାଙ୍କୁ ଜଣେ ସଚ୍ଚୋଟ ମଣିଷ ଭାବେ ବଞ୍ଚିବାକୁ ସହଯୋଗ କରିଥିଲା ।

ଭାରତ ସ୍ବତନ୍ତ୍ର ହେବା ସମୟରେ ଗାନ୍ଧୀ ସାମ୍ପ୍ରଦାୟିକ ଦଙ୍ଗାକୁ ରୋକିବା ଲାଗି ଅନଶନ କରିଥିଲେ । ସାର୍ବଜନୀନନ ରୂପରେ ସହିଷ୍ଣୁତା, ଅହିଂସା ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଅବମାନନା କରୁଥିବା ଲୋକଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିବା ସହ ଅନୁଭବ କରିଥିଲେ ଯେ, ଏସବୁ ଏମାନେ ଅଗ୍ରାହ୍ୟ କରୁଛନ୍ତି । ଏହି ସମୟରେ କେବଳ ଗୋଟିଏ ପଥ ଥିଲା, ସାମ୍ପ୍ରଦାୟିକ ବିଚାର ଓ ହିଂସାତ୍ମକ କାର୍ଯ୍ୟରୁ ନିବୃତ୍ତ ରହିବା ।

ବେଙ୍ଗାଲୁରୁ ଫେରିଆସିବା ପରେ 1948 ଜାନୁଆରୀରେ ସେ ଦିଲ୍ଲୀରେ ଅନଶନ କରିଥିଲେ । ଏହି ଉପବାସ ସେ ଭାରତର ସଂଖ୍ୟା ଲଘୁ ମୁସଲମାନ ଓ ପାକିସ୍ତାନର ହିନ୍ଦୁ ତଥା ଶିଖଙ୍କ ପାଇଁ କରିଥିଲେ । ଏହି ସମୟରେ ପାକିସ୍ତାନକୁ ଭାରତ ପକ୍ଷରୁ 55 କୋଟିର ଆର୍ଥିକ ସହାୟତା ଦିଆଯାଉ ବୋଲି କାଳେ ଗାନ୍ଧୀ କହିଥିଲେ ବୋଲି ବି କୁହାଯାଇଥିଲା । ଯେଉଁଥିପାଇଁ ଭାରତ ବିଭାଜନ ଓ ସେହି ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଲକ୍ଷ ଲକ୍ଷ ହିନ୍ଦୁଙ୍କ ହତ୍ୟା ପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରି ସ୍ବର ଉତ୍ତୋଳନ ହୋଇଥିଲା । ଆଉ ଏହାକୁ ଉଠାଇଥିଲେ କିଛି ହିନ୍ଦୁ କଠୋରପନ୍ଥୀ । ଏପରି କରି ଗାନ୍ଧୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା ।

କିଛି ଲୋକ କହୁଥିଲେ ଯେ, ଗାନ୍ଧୀ ମୁସଲମାନଙ୍କୁ କଠୋର ଶବ୍ଦରେ କହିପାରିବେ ନାହିଁ କାରଣ ସେ ଜଣେ ହିନ୍ଦୁ । କିନ୍ତୁ ବାସ୍ତବରେ ଏହା ସତ ନଥିଲା । ସେ ତାଙ୍କ ଉପବାସ ସମୟରେ ରାଷ୍ଟ୍ରବାଦୀ ମୁସଲମାନଙ୍କୁ ଆଶ୍ବସ୍ତ କରିଥିଲେ ଯେ, ପାକିସ୍ତାନରେ ଥିବା ଅଳ୍ପସଂଖ୍ୟକ ଅଣ ମୁସଲମାନ ଓ ଅନୈତିକ ବ୍ୟବହାର କରୁଥିବା ଲୋକଙ୍କୁ ନିନ୍ଦା କରୁଛନ୍ତି । ତେବେ ସେହିସମୟରେ ତାଙ୍କ ହତ୍ୟା ଅଧିକ ନାଟକୀୟ ପ୍ରଭାବ ପକାଇଥିଲା । ଏଥିସହ ସମସ୍ତ ହିଂସାର ଅନ୍ତ ହୋଇଥିଲା ।

ଏଭଳି ପ୍ରତିୟମାନ ହୁଏ ଯେମିତି ସାମ୍ପ୍ରଦାୟିକତାର ମଞ୍ଜି ଆମ ମଧ୍ୟରେ ହିଁ ରହିଯାଇଛି । ବୋଧହୁଏ ଉଭୟ ଭଲ ଓ ଖରାପର । ଆମେ ବଢିଥିବା ପରିବେଶ ହିଁ ନିର୍ଦ୍ଧାରିତ କରିବ ଆମ ଭାବନା । ବାବରୀ ମସଜିଦ ଧ୍ବଂସ ହେବା ପରେ ସାମ୍ପ୍ରଦାୟିକ ରାଜନୀତି ଆରମ୍ଭ ହୋଇଥିଲା ।

ତେବେ ବର୍ତ୍ତମାନ ମଧ୍ୟ ଗାନ୍ଧୀଙ୍କ ସେହି ସାମ୍ପ୍ରଦାୟିକ ସଦଭାବନାର ଆହ୍ବାନ ଯୋଗୁଁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ସମସ୍ତେ ମିଳିମିଶି ବସବାସ କରୁଥିବାବେଳେ ଏହାର ବାସ୍ତବତା ସତରେ ବିଚାର ଯୋଗ୍ୟ ।

ଭୁବନେଶ୍ୱର:ମଣିଷ କିଭଳି ଲାଳସାର ବଶବର୍ତ୍ତୀ ହୋଇ ଗର୍ଭରେ ଥିବା ଭୃଣ ହତ୍ୟା କରେ। ଆଉ ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ନାରୀ ପ୍ରତି ଅକଥନୀୟ ନିର୍ଯ୍ୟାତନା ଦେଇପାରେ ତାହାର ନିଛକ ପ୍ରଦର୍ଶନ ହେଉଛି  ରବୀନ୍ଦ୍ର ମଣ୍ଡପ ରେ ମଞ୍ଚସ୍ତ ନାଟକ "କୋମା"।
ଉତ୍ତର ପୁରୁଷର ବାର୍ଷିକ ନାଟ୍ୟପରିକ୍ରମା 2019 ରେ ତୃତୀୟ ସନ୍ଧ୍ୟାରେ ସଂସ୍ଥାର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକର ରଚନା ଅଧ୍ୟାପକ ମନୋଜ ରଥ କରିଥିବାବେଳେ ଏହାର ନିର୍ଦେଶନା ଦାଇତ୍ୱ ତୁଲାଇଛନ୍ତି ରାସ ବିହାରୀ ବେହେରା।ନାଟକ ଟିରେ କିପରି ଗୋଟେ ଅର୍ଥ ପିପାଶୁ ଡାକ୍ତର ଭୃଣ ହତ୍ୟା କରି ଅର୍ଥ ଉପାର୍ଜନ କରିବାରେ ଆତ୍ମସନ୍ତୋଷ ଲାଭ କରିବା ସହିତ ନାରୀ ର ଦେହ ପ୍ରତି ଲୋଭ ହେତୁ ନିଜ ପତ୍ନୀ ମଧ୍ୟ ତାଙ୍କ ଠାରୁ ଦୂରେଇ ରହୁଛନ୍ତି।ଫଳରେ କୋମାଗ୍ରସ୍ତ ବାଳିକା ଗର୍ଭବତୀ ହେବାରୁ ତାଙ୍କର ସନ୍ଦେହ ସ୍ୱାମୀଙ୍କ ଉପରେ ରହୁଛି।ଯାହାକି ଦର୍ଶକମାନଙ୍କ ମନରେ ଉତ୍କଣ୍ଠା କୁ ବଢ଼େଇ ଦେଇଥିବା ଦେଖିବାକୁ ମିଳିଥିଲା।ଶେଷରେ ଘରର ଚାକର ଗୋଟିଏ ଘର ଭିତରେ ରହି ନିଷ୍ପେସିତ ହେବା ସହ କୋମାଗ୍ରସ୍ତ ଯୁବତୀରର ସଂସ୍ପର୍ଶରେ ଆସି ତାପ୍ରତି ଅନୁରାଗ ହେବାରୁ ଦୁହିଁଙ୍କ ମଧ୍ୟରେ ଜଡାତା ସତ୍ୱେ ସମ୍ବନ୍ଧ ସ୍ଥାପିତ ହୁଏ।ଯାହାର ଫଳ ସ୍ୱରୂପ କୋମା ଗ୍ରସ୍ତ ଯୁବତୀ ଗର୍ଭବତୀ ହୋଇଥିବା ସେ ସ୍ୱୀକାର କରେ। ଯାହାକୁ ଦର୍ଶକମାନେ ଭରପୁର ଉପଭୋଗ କରିଥିବା ଦେଖି ବାକୁ ମିଳିଥିଲା।
ଆଜି ସନ୍ଧ୍ୟାର ଅତିଥିଭାବେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ହରେନ୍ ସାହୁ,ନାଟ୍ୟକାର ମନୋଜ ରଥ ଓ ସଂସ୍ଥାର ସମ୍ପାଦକ ଗୌରୀ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
Laxmikanta Das
Bhubaneswar
Visual already sent by mojo
Avb
Byte-Director-Rasabihari Behera

Last Updated : Aug 18, 2019, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.