ହାଇଦ୍ରାବାଦ: ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମୋହନଦାସ କରମଚାନ୍ଦ ଗାନ୍ଧୀ । ଜାତିର ଜନକ ତଥା ମହାତ୍ମା ଗାନ୍ଧୀ ନାମରେ ସେ ଦେଶ ସହ ବିଦେଶରେ ପରିଚିତ । ତେବେ ଅହିଂସା ଓ ସତ୍ୟକୁ ନିଜ ଜୀବନର ବତି କରିଥିଲେ । ଲୋକଙ୍କୁ ସତ୍ୟ ଓ ଅହିଂସା ବାବଦରେ କହିବା ସହ ନିଜେ ମଧ୍ୟ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ।
ସତ୍ୟର ପୂଜାରୀ ଭାବେ ପରିଚିତ ବାପୁ ସଦାସର୍ବଦା ସତ କହିବାକୁ ପସନ୍ଦ କରୁଥିଲେ । ଦକ୍ଷିଣ ଆଫ୍ରିକାଠୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ସବୁଠି ସେ ଅହିଂସା ଓ ସତ୍ୟର ପ୍ରଚାର କରି ଖ୍ୟାତି ଲାଭ କରିଛନ୍ତି । କେବଳ ସତ୍ୟର ପ୍ରଚାର ନୁହେଁ ଏଥିଲାଗି ସେ ତାଙ୍କ ଆନ୍ଦୋଳନର ନାମ ସତ୍ୟାଗ୍ରହ ମଧ୍ୟ କରିଥିଲେ ।
ସେହିପରି ସାଧନ ବା ସିଦ୍ଧି ହେଉଛି ଗାନ୍ଧୀ କରୁଥିବା ସାମାଜିକ କର୍ମର ତତ୍ତ୍ବ ବା ଗୁଣ । ତାଙ୍କ ମତରେ ସମାପ୍ତ ଓ ସାଧନ ଦୁଇଟି ପରିବର୍ତ୍ତନଶୀଳ ଶବ୍ଦ । ସେ କହୁଥିଲେ,‘ ସେମାନେ କହୁଛନ୍ତି ସାଧନ ସବୁ ସାଧନର ପରେ, ହେଲେ ମୁଁ କହିବି ସାଧନ ସବୁକିଛି ପରେ ।’
ପିଲାଦିନରୁ ମୃତ୍ୟୁ ପର୍ଯ୍ୟନ୍ତ ଗାନ୍ଧୀ ସତ୍ୟ ଜାଣିବା ଲାଗି ବିଭିନ୍ନ ପ୍ରକାର ପରୀକ୍ଷଣ କରୁଥିଲେ । ପ୍ରାଥମିକ ପର୍ଯ୍ୟାୟରେ ବାପୁ ଭାବୁଥିଲେ ‘ଭଗବାନ ହିଁ ସତ୍ୟ’ । 1920 ମସିହା ପରେ ସେ ତାଙ୍କ ଚିନ୍ତାଧାରା ବଦଳାଇ ‘ସତ୍ୟ ହିଁ ଭଗବାନ’ ବୋଲି କହିଲେ । ଏହିପରି ଭାବେ ସେ ସତ୍ୟକୁ ଭଗବାନଙ୍କ ଉପରେ ରଖିଥିଲେ । ସତ୍ୟ ଯାହା ସତ୍ୟରୁ ହିଁ ଉଦ୍ଭାବନ ବୋଲି ସେ ମାନୁଥିଲେ ।
ତେବେ ସାଧନ ତଥା ସିଦ୍ଧିର କେବେ ବି ସମାପ୍ତ ନଥାଏ । ପ୍ରତି ସମାପ୍ତ ପରେ ପୁଣି ନୂଆ ଏକ ସାଧନ ବା ସିଦ୍ଧି ଆଡେ ଲୋକେ ଅଗ୍ରସର ହୁଅନ୍ତି । ଯାହାକି ଗାନ୍ଧୀଙ୍କ ଜୀବନରେ ଦେଖିବାକୁ ମିଳିଥିଲା । ସତ୍ୟ ଉପାୟରେ ନୂଆ ନୂଆ ସାଧନ ପ୍ରାପ୍ତ ତାଙ୍କ ଲକ୍ଷ୍ୟ ଥିଲା ।
ସଦାସର୍ବଦା ଲୋକଙ୍କ ସେବା ସତ ଉପାୟରେ କରିବା ହିଁ ସେ ପ୍ରକୃତ ସେବା ବୋଲି ମନେ କରୁଥିଲେ । ତେବେ ତାଙ୍କର ସତ୍ୟ, ସମାପ୍ତ ଓ ସାଧନ ଉପରେ ଥିବା ଏହି ବିଚାର ତାଙ୍କୁ ଜୀବନରେ ଜଣେ ଜନପ୍ରିୟ ନେତା ଭାବେ ଗଢିତୋଳିଥିଲା ।