ନୂଆଦିଲ୍ଲୀ: ଗାନ୍ଧୀ ପରିବାରରୁ ଏସପିଜି ସୁରକ୍ଷାକୁ ହଟାଯିବା ପରେ ଆଜି ଏହାର ସମୀକ୍ଷା କରାଯାଇଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଘରେ ସିଆରପିଏଫର ଏକ ଟିମ ସୁରକ୍ଷାର ଅନୁଧ୍ୟାନ କରିଛନ୍ତି । ଏଥିସହ ସିଆରପିଏଫ 'Z' ପ୍ଲସର ସୁରକ୍ଷା ଦିଆଯାଇଛି । 'Z' ପ୍ଲସ ସିଆରପିଏଫ ସୁରକ୍ଷାରେ ସାମିଲ ହେବେ ।
ଏସପିଜି ସୁରକ୍ଷା ଦେଶର ପ୍ରଧାନମନ୍ତ୍ରୀ ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଥାଏ । କିନ୍ତୁ ଏହି ସୁରକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହର କରି ଦେଇଛନ୍ତି । ସମସ୍ତ ଏନଜିଓରୁ ମିଳୁଥିବା ଟ୍ରେଡ ଇନପୁଟର ଆକଳନ ପରେ ଏପରି ନିଷ୍ପତ୍ତି ନେଇଥିଲେ କେନ୍ଦ୍ରସରକାର ।