ETV Bharat / bharat

ଚଳିତମାସରୁ ଭରତୀୟ ମହାକାଶଚାରୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଚଳିତମାସରୁ ଆରମ୍ଭ ହେବ ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ରେ ଯିବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ। ସଂପୂର୍ଣ୍ଣ ପଢନ୍ତୁ ...

author img

By

Published : Jan 16, 2020, 12:27 AM IST

gaganyaan
gaganyaan

ନୂଆଦିଲ୍ଲୀ: ଇସ୍ରୋର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ପାଇଁ ଚଳିତମାସ ଠାରୁ ଆରମ୍ଭ ହେଉଛି ମହାକାଶଚାରୀଙ୍କ ପ୍ରଶିକ୍ଷଣ ଶିବିର। କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ବୁଧବାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଭାରତର ପ୍ରଥମ ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ଚଳିତମାସ ଶେଷ ସୁଦ୍ଧା ଋଷରେ ଆରମ୍ଭ ହେବ। ଏନେଇ ଚୟନ ହୋଇଥିବା ମହାକାଶଚାରୀମାନେ ଦୀର୍ଘ ୧୧ ମାସ ଧରି ପ୍ରଶିକ୍ଷଣ ନେବେ ।

ଋଷରେ ତାଲିମ ଶେଷ ହେବାପରେ ମହାକାଶଚାରୀମାନେ ଭାରତରେ ସ୍ବତନ୍ତ୍ର ମଡ୍ୟୁଲ ତାଲିମ ନେବେ। ଏଥିରେ ସେମାନେ ଇସ୍ରୋ ଦ୍ବାରା ପ୍ରସ୍ତୁତ ହୋଇଥିବା କ୍ରିଉ ଓ ସର୍ଭିସ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ। ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ସବୁଠୁ ଓଜନିଆ ଉତକ୍ଷେପଣ ଯାନ ‘ବାହୁବଳୀ’ ଜିଏସଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ।

ଗତବର୍ଷ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରିଥିଲେ। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ। ଏଥପାଇଁ କେନ୍ଦ୍ର ସରକାର 10 ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ତେବେ ମହାକାଶଚାରୀଙ୍କ ସୁରକ୍ଷା, ଦେଶର ପ୍ରଯୁକ୍ତି ବିଦ୍ୟାକୁ ଦୃଷ୍ଟିରେ ରଖି ଚୟନ ହୋଇଥିବା ମହାକାଶଚାରୀଙ୍କ ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.