ଗଡଚିରୋଲି: ଗତ ବର୍ଷ ମେ ମାସ 1 ତାରିଖରେ ମହାରାଷ୍ଟ୍ରର ଗଡଚିରୋଲିରେ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଦିନକର ଗୋଟାକୁ ଗିରଫ କରିଛି ପୋଲିସ । ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 15 ଜଣ ପୋଲିସ କର୍ମଚାରୀ ଓ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ।
ଲ୍ୟାଣ୍ଡମାଇନ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦିନକର ଗୋଟାକୁ ଗିରଫ କରାଯାଇଥିବା ଗାଡଚିରୋଲି ଏସପି ଶୈଲେଶ ବାଲକୱାଡେ ସୂଚନା ଦେଇଛନ୍ତି । ଜଣେ ମହିଳା ନକ୍ସଲ ସୁନନ୍ଦା କୋରେଟିଙ୍କ ସହ ପୋଲିସ ତାଙ୍କୁ ଗିରଫ କରିଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, 2019 ମେ ମାସ ପହିଲା ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ମାଓବାଦୀଙ୍କ ଦ୍ବାରା କରାଯାଇଥିବା ଆଇଡି ବିସ୍ଫୋରଣରେ 15 ଜଣ ପୋଲିସ କର୍ମଚାରୀ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ନକ୍ସଲମାନେ ଏକ ସଡକ ନିର୍ମାଣକାରୀ କମ୍ପାନୀର 27 ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ ।
@ANI