ETV Bharat / bharat

ଅନଲକ 3.0: ଜାଣନ୍ତୁ, 31 ଜୁଲାଇ ପରେ କଣ ଖୋଲିପାରେ... - curbs on international flight movement

31 ଜୁଲାଇ ପରେ ଅନଲକ 3.0 କରିବା ଉପରେ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ଅନଲକିଙ୍ଗ ପାଇଁ ଷ୍ଟାନଣ୍ଡାର୍ଡ ଅପରେଟିଙ୍ଗ ପ୍ରସିଜିଓର(SOP) ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି ।

unlock-3.0
ଅନଲକ 3.0ରେ କଣ କଣ ଖୋଲିବ
author img

By

Published : Jul 13, 2020, 4:49 PM IST

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କୋରୋନା ମହାମାରୀ । ପ୍ରତିଦିନ ଦେଶରେ 20 ହଜାର ଉପରେ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଏହାକୁ ଦେଖି ଅନେକ ରାଜ୍ୟ ପୁଣିଥରେ ଲକଡାଉନ ଘୋଷଣା କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ହାଲୁକା ମୁଡରେ ଗ୍ରହଣ କରୁଛନ୍ତି । 31 ଜୁଲାଇ ପରେ ଅନଲକ 3.0 କରିବା ଉପରେ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ଅନଲକିଙ୍ଗ ପାଇଁ ଷ୍ଟାନଣ୍ଡାର୍ଡ ଅପରେଟିଙ୍ଗ ପ୍ରସିଜିଓର(SOP) ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି ।

ତେବେ ଏହି ନିଷ୍ପତି ସବୁ ରାଜ୍ୟ ଉପରେ ଛଡାଯିବ । ରାଜ୍ୟ ସରକାର ଦୈନିକ କାର୍ଯ୍ୟକଳାପ ଉପରେ କେତେ କଟକଣା ଲଗାଇବେ ସେ ନିଷ୍ପତି ନେବେ । ତେବେ ବନ୍ଦ ଥିବା ଇଣ୍ଟରନ୍ୟାସନାଲ ଫ୍ଲାଇଟ, ଜିମ ଏବଂ ସିନେମା ହଲକୁ ପୁଣିଥରେ ଖୋଲିବାକୁ ଅନୁମତି ଦେଇପାରନ୍ତି କେନ୍ଦ୍ର ସରକାର । ଏସବୁ 25 ମାର୍ଚ୍ଚରୁ ଲକଡାଉନ ହେବା ପରେ ବନ୍ଦ ରହିଛି । ଆସନ୍ତୁ ଜଣିବା ଅନଲକ 3.0ର ପର୍ଯ୍ୟାୟର କଣ କଣ ଉପରେ ରିହାତି ମିଳିପାରିବ । ତେବେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଅନଲକ-3 ପାଇଁ ନୂତନ ନିର୍ଦ୍ଦେଶନାମ ଜାରି କରିଛନ୍ତି । ଏହି ପ୍ରକ୍ରିୟା ଅଗଷ୍ଟ 1ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ।

-ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସମ୍ପୂର୍ଣ୍ଣ ସତର୍କତାର ସହିତ ଅନୁମୋଦନ କରାଯାଇପାରିବ

ସରକାର ଇଣ୍ଟରନ୍ୟାସନାଲ ବିମାନ ଉଡାଣ ଆରମ୍ଭ ଉପରେ ବିଚାର କରିପାରନ୍ତି । ଯେଉଁ ଯାତ୍ରୀଙ୍କର କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ବୋଡିଙ୍ଗ ପାଇଁ ଅନୁମତି ମିଳିବ । ବିମାନ ବନ୍ଦରରେ ଆଗମନ ପରୀକ୍ଷଣ ସୁବିଧା ମଧ୍ୟ ରହିବ । ପୂର୍ବରୁ ଜୁଲାଇ 15ରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାର ଯୋଜନା ଥିଲେ ମଧ୍ୟ ଏହାକୁ ଜୁଲାଇ 31 ପରେ ସୁରତ ପାଇଁ ଅଧିକ ତଥ୍ୟ ସଂଗ୍ରହ ଏବଂ ପ୍ରୋଟୋକଲ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖି ନିଷ୍ପତି ନେଇଛନ୍ତି ।

unlock-3.0
ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି

- ଏକ ଘଣ୍ଟା ମଧ୍ୟରେ ଏୟାରପୋର୍ଟରେ ହେବ କୋରୋନା ଟେଷ୍ଟ

ଫ୍ଲାଇଟରେ କେବଳ ସେହି ଯାତ୍ରୀଙ୍କୁ ବସିବାକୁ ଅନୁମତି ମିଳିବ । ଯେଉଁମାନଙ୍କ ପାଖରେ କୋରୋନା ନେଗେଟିଭ ରିପୋର୍ଟ ଥିବ । ସେ ବି 48-72 ଘଣ୍ଟାରୁ ଅଧିକ ପୁରୁଣା ହୋଇ ନଥିବ । ଯେଉଁ ଯାତ୍ରୀଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବ, ସେମାନଙ୍କୁ ବିମାନରେ ବସିବାକୁ ଅନୁମତି ଦିଆଯିବ ନାହିଁ ।

ସମସ୍ତ ଯାତ୍ରୀଙ୍କୁ ଆଗମନ ସମୟରେ ସେମାନଙ୍କ ନିଜସ୍ବ ଖର୍ଚ୍ଚରେ ପରୀକ୍ଷା କରିବାକୁ ପଡିବ । ଏଥିପାଇଁ ଏକ ର୍ୟାପିଡ ଆଣ୍ଟିଜେନ ପରୀକ୍ଷା କରାଯିବ । ଯାହା ପାଖାପାଖି ପ୍ରାୟ 45 ମିନିଟ ମଧ୍ୟରେ ରେଜଲ୍ଟ ଦେବା ସହ ଏହି ପରୀକ୍ଷାର ମୂଲ୍ୟ ପ୍ରାୟ 500 ଟଙ୍କା ରହିବ । ବିମାନ ବନ୍ଦରରେ ଯାତ୍ରୀଙ୍କ କ୍ଲିୟରାନ୍ସ ପାଇଁ ଏକରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିପାରେ ।

ତେବେ କେନ୍ଦ୍ର ସରକାର ଅନରାଇଭାଲ ଉପରେ ଯାତ୍ରୀଙ୍କୁ କ୍ବାରେନଣ୍ଟାଇନରେ ରଖିବାକୁ ଯୋଜନା ପ୍ରସ୍ତୁତ କରିନାହାନ୍ତି । ହେଲେ କୌଣସି ଯାତ୍ରୀ ଫ୍ଲାଇଟ ଆରାଇଭାଲରେ ପଜେଟିଭ ଟେଷ୍ଟ ବାହାରିଲେ, ନିଜ ଖର୍ଚ୍ଚରେ ବ୍ୟକ୍ତି ଜଣକ କ୍ବାରେନଣ୍ଟାଇନରେ ରହିବେ ।

unlock-3.0
କୋରୋନା ନେଗେଟିଭ ଯାତ୍ରୀଙ୍କୁ ଉଡାଣ ଅନୁମତି

-ସିନେମା ହଲରେ ନିର୍ଦ୍ଦିଷ୍ଟ ବୟସ ସୀମାଙ୍କୁ ମିଳିପାରେ ଅନୁମତି

'ଅନଲକ' ପର୍ଯ୍ୟାୟ ଅଧୀନରେ ପ୍ରାୟ 4ମାସ ପାଇଁ ବନ୍ଦ ସିନେମା ହଲ ଗୁଡିକୁ ମଧ୍ୟ ଖୋଲି ପାରନ୍ତି କେନ୍ଦ୍ର ସରକାର । ତେବେ, ବର୍ତ୍ତମାନ ସମୟରେ କେବଳ 15 ରୁ 50 ବର୍ଷ ବୟସର ଦର୍ଶକଙ୍କୁ ଥିଏଟରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ସିଟିଙ୍ଗ ପ୍ଲାନ ବି ଏଭଳି ହେବ ଯେ, ସାମାଜିକ ଦୂରତା ବଜାୟ ରହିପାରୁଥିବ ।

unlock-3.0
ବନ୍ଦ ସିନେମା ହଲ ଗୁଡିକୁ ମଧ୍ୟ ଖୋଲିପାରେ

-ଫିଟନେସ ଲଭର୍ସଙ୍କୁ ମିଳିପାରେ ଖୁସି ଖବର

ସେଠାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ଅଗଷ୍ଟ 1 ରୁ ଜିମ୍ ଏବଂ ଫିଟନେସ୍ ସେଣ୍ଟର ମଧ୍ୟ ଖୋଲା ଯାଇପାରିବ । ଜଣେ ଅଧିକାରୀଙ୍କ ଅନୁଯାୟୀ, ସୁରକ୍ଷା ଦାୟୀତ୍ବ ଉଭୟ ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କର ହେବ ।

unlock-3.0
ଫିଟନେସ୍ ସେଣ୍ଟର ମଧ୍ୟ ଖୋଲା ଯାଇପାରିବ

-ସ୍କୁଲ, କଲେଜ ଖୋଲିବାରେ ଦ୍ବନ୍ଦ

'ଅନଲକ୍' ଅଧୀନରେ ସବୁଠାରୁ କଠିନ ନିଷ୍ପତ୍ତି ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକର ଖୋଲିବା । ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟ ଓ କଲେଜ ଗୁଡ଼ିକ ପୁଣିଥରେ ଆରମ୍ଭ କରିବାକୁ ଅନେକ ମଡେଲ ଉପରେ ଆଲୋଚନା ହୋଇଛି । କିନ୍ତୁ ଏହା ଉପରେ କୌଣସି ସହମତି ପ୍ରକାଶ ପାଇପାରି ନାହିଁ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ କରି ରଖାଯିବାକୁ ନିଷ୍ପତି ହୋଇପାରେ ।

unlock-3.0
ସ୍କୁଲ, କଲେଜ ଖୋଲିବାରେ ଆଶଙ୍କା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.