ETV Bharat / bharat

'ମାଗଣା ଟୀକା କୋଭିଡ ଯୋଦ୍ଧାଙ୍କ ମନୋବଳ ବଢାଇବ' - ମାଗଣା ଟିକା କୋଭିଡ ଯୋଦ୍ଧାଙ୍କ ମନୋବଳ ବଢାଇବ

ମାଗଣାରେ ଦେଶର ସମସ୍ତ କୋଭିଡ ଯୋଦ୍ଧାଙ୍କୁ କୋରୋନା ଟୀକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Frontline workers reaction on free vaccine
'ମାଗଣା ଟିକା କୋଭିଡ ଯୋଦ୍ଧାଙ୍କ ମନୋବଳ ବଢାଇବ'
author img

By

Published : Jan 2, 2021, 5:37 PM IST

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦେଶରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମାଗଣାରେ କୋରୋନା ଟୀକା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ସେମାନଙ୍କ ମନୋବଳ ଦୃଢ କରିବ ବୋଲି କହି କୋଭିଡ଼ ଯୋଦ୍ଧା( ଫ୍ରଣ୍ଟଲାଇନ କର୍ମଚାରୀ)ମାନେ ଖୁସିବ୍ୟକ୍ତ କରିଛନ୍ତି ।

'ମାଗଣା ଟିକା କୋଭିଡ ଯୋଦ୍ଧାଙ୍କ ମନୋବଳ ବଢାଇବ'

କେନ୍ଦ୍ର ସରକାର 3 କୋଟି ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ଟୀକା ଦିଆଯିବ । ଦିଲ୍ଲୀର ପୂର୍ବ ଭାଗରେ ଜିଟିବି ହସ୍ପିଟାଲରେ କାର୍ଯ୍ୟରତ କୋଭିଡ ଯୋଦ୍ଧାମାନେ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କରେ ଜାଣିବା ପରେ ଖୁସିବ୍ୟକ୍ତ କରିଛନ୍ତି । ତେବେ ଏହାଦ୍ବାରା ସମସ୍ତ କୋଭିଡ଼ ଯୋଦ୍ଧାଙ୍କ ମନୋବଳ ବଢିବା ସହିତ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବାକୁ ସେମାନେ ଆଗ୍ରହୀ ହେବେ ବୋଲି ହସ୍ପିଟାଲର କର୍ମଚାରୀ ସୋମବୀର କହିଛନ୍ତି ।

କୋରୋନା ସମୟରେ ପରିବାର ଲୋକଙ୍କଠାରୁ ଦୂରରେ ରହି ଏହି କୋଭିଡ଼ ଯୋଦ୍ଧାମାନେ କାମ କରିଛନ୍ତି । ବହୁ ସମୟ ଧରି ପିପିଇ କିଟ ପିନ୍ଧି କାର୍ଯ୍ୟ କରିବା ସହିତ ଅଧିକ ସମୟ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଭବିଷ୍ୟତରେ କିଛି ଭଲ ହେବ ବୋଲି ମନରେ ଆଶା ସୃଷ୍ଟି କରିଛି ବୋଲି ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀ ରୋଶନ ପୁରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ଦିଲ୍ଲୀରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତଙ୍କୁ ମାଗଣା ଟୀକା ଦିଆଯିବ । ପ୍ରତିଦିନ ରାଜ୍ୟରେ 1 ଲକ୍ଷ ଲୋକଙ୍କୁ ଟୀକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମଗ୍ର ଦେଶବାସୀଙ୍କୁ ଟୀକା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପରେ କେବଳ 3 କୋଟି ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟୀକା ଦିଆଯିବା ନେଇ ନିଜ ଟ୍ବିଟର ପୃଷ୍ଠାରେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.