ETV Bharat / bharat

ସୁଇସ ସିକ୍ରେସିର ଯୁଗ ଅନ୍ତ, ଆଜିଠୁ ଭାରତୀୟଙ୍କ ଆକାଉଣ୍ଟ ଚିହ୍ନଟ ପ୍ରକ୍ରିୟା - ସୁଇସ ସିକ୍ରେସି

କଳାଧନ ଉପରେ ଭାରତ ସରକାରଙ୍କ ଆଉ ଏକ ଶକ୍ତ ଛାଟ । ଆଉ ଗୋପନୀୟ ରହିବନି ସୁଇସ ବ୍ୟାଙ୍କର ତଥ୍ୟ । କେଉଁ ଭାରତୀୟ ଏହି ବ୍ୟାଙ୍କରେ ଖାତା ଖୋଲିଛନ୍ତି ତାହା ଉପରୁ ଉଠିବ ପରଦା ।

ଫାଇଲ ଫଟୋ
author img

By

Published : Sep 1, 2019, 9:19 AM IST

ନୂଆଦିଲ୍ଲୀ: ଆଉ ସିକ୍ରେଟ ହୋଇ ରହିବନି ସୁଇସ ବ୍ୟାଙ୍କର ତଥ୍ୟ । ଆଜି ଠୁ ଆରମ୍ଭ ହେବ ଭାରତୀୟ ଆକାଉଣ୍ଟଙ୍କ ଚିହ୍ନଟ ପ୍ରକ୍ରିୟା । କେଉଁ ଭାରତୀୟ ଏହି ବ୍ୟାଙ୍କରେ ଖାତା ଖୋଲିଛନ୍ତି ତାହା ଉପରୁ ଉଠିବ ପରଦା । ଏଥିସହ କୌଣସି ଅନିୟମିତତା ଥିଲେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ ।

କଳାଧନ ଉପରେ ଭାରତ ସରକାରଙ୍କ ଏହା ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ । ସେପ୍ଟେମ୍ବରେ ସୁଇସ ବ୍ୟାଙ୍କର ଗୋପନୀୟତାର ଅନ୍ତ ଘଟିବ । ଏଥିସହ ସିବିଟିଡି ଆୟକର ବିଭାଗ ପାଇଁ ନୀତି ନିର୍ଦ୍ଧାରଣ କରାଯିବ । କେବଳ ସେତିକି ନୁହେଁ ଏହା ବନ୍ଦ ହେଲେ 2018ରୁ ଖାତା ବନ୍ଦ କରିଥିବା ଭାରତୀୟ ନାଗରିକଙ୍କ ସୂଚନା ମଧ୍ୟ ମିଳିବ ବୋଲି ସିବିଟିଡି ପକ୍ଷରୁ କୁହାଯାଇଛି ।

ସୂଚନା ଆଦାନ ପ୍ରଦାନର ଏହି ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ଗତ 29-30ରେ ଭାରତକୁ ସ୍ବିଜରଲ୍ୟାଣ୍ଡର ପ୍ରତିନିଧିମଣ୍ଡଳ ସିବିଟିଡି ଅଧ୍ୟକ୍ଷ ପିସି ମୋଦି, ରାଜସ୍ବ ସଚିବ ଏବି ପାଣ୍ଡେ, ବୋର୍ଡର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ସହିତ ବୈଠକ କରିଥିଲେ ।

ତେବେ ଏହି ତଥ୍ୟ ପ୍ରକାଶ ହେବା ଦ୍ବାରା ଦେଶର ମାନ୍ଦାବସ୍ଥା ଉପରେ ସୁଧାର ଆଣିବାରେ ସହାୟକା ହୋଇପାରେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.