ETV Bharat / bharat

ଭାରତ-ପାକ୍‌ର ସମାନ ଶତ୍ରୁ: ଜୁନରେ ମାଡି ଆସିବେ ଲକ୍ଷାଧିକ ପଙ୍ଗପାଳ - ଭାରତକୁ ପଙ୍ଗପାଳ ଭୟ

ଭାରତ ଓ ପାକିସ୍ତାନ ପାଇଁ ପ୍ରଧାନ ଓ ସମାନ ଶତ୍ରୁ ସାଜିଛି ପଙ୍ଗପାଳ । କୃଷି ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଜୁନ ମାସ ଠାରୁ ଭାରତ ଓ ପାକିସ୍ତାନ ମରୁପ୍ରାନ୍ତ ଜିଲ୍ଲା ମାନଙ୍କୁ ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ମାଡି ଆସିବେ ବୋଲି ସୂଚନା ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 16, 2020, 12:35 PM IST

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଭାରତ-ପାକିସ୍ତାନର କୃଷି ପ୍ରଧାନ ରାଜ୍ୟଙ୍କ ପାଇଁ ପ୍ରଧାନ ଶତ୍ରୁ ପଙ୍ଗପାଳ ସାଜିଛନ୍ତି । ଅତି ମାତ୍ରାରେ ପଙ୍ଗପାଳ ଦୁଇ ଦେଶର କୃଷକ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ଫଳରେ ଗତ କିଛି ମାସ ହେଲା ଏହାକୁ ନେଇ ଦୁଇ ଦେଶ ମଧ୍ୟରେ 5ଟି ଉଚ୍ଚସ୍ତରୀୟ ମିଟିଂ ହୋଇସାରିଲାଣି । କୃଷି ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଜୁନ ମାସ ଠାରୁ ଭାରତ ଓ ପାକିସ୍ତାନ ମରୁପ୍ରାନ୍ତ ଜିଲ୍ଲା ମାନଙ୍କୁ ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ମାଡି ଆସିବେ ବୋଲି ସୂଚନା ରହିଛି ।

ବିଗତ ବର୍ଷ ରାଜସ୍ଥାନ ଓ ଗୁଜୁରାଟର ଚାଷୀ ପଙ୍ଗପାଳ ଆକ୍ରମଣରେ ଅନେକ କ୍ଷତି ସହିଛନ୍ତି । ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ପଙ୍ଗପାଳ ପ୍ରାୟ 2ଲକ୍ଷ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଚାଷ ଜମିକୁ ମାଡି ଫସଲ ନଷ୍ଟ କରିବେ । ଏଠାରେ ସୂଚନା ଯୋଗ୍ୟ ଯେ, ମୌସୁମୀ ବାୟୁର ଆଗମନ ଓ ଏହାଫଳରେ ବର୍ଷା ଆରମ୍ଭ ହୋଇଥାଏ । ଠିକ ଏହି ସମୟରେ ପଙ୍ଗପାଳ ଦକ୍ଷିଣପୂର୍ବ ଇରାନ୍‌, ଦକ୍ଷିଣପଶ୍ଚିମ ପାକିସ୍ତାନ ଏବଂ ହର୍ଣ୍ଣ ଅଫ୍‌ ଆଫ୍ରିକାରୁ ଭାରତ-ପାକ ଆଡକୁ ମାଡି ଆସିଥାନ୍ତି । ପୂର୍ବରୁ ପାକିସ୍ତାନ ପଙ୍ଗପାଳ ଆତଙ୍କରେ ଆପାତ୍ତକାଳୀନ ପରିସ୍ଥିତି ଦେଶରେ ଘୋଷଣା କରିଥିଲେ ।

କେନ୍ଦ୍ରମନ୍ତ୍ରୀ କୈଳାସ ଚୈାଧୁରୀ ପଙ୍ଗପାଳ ମୁକାବିଲା କରିବା ପାଇଁ ଭାରତ ବ୍ୟାପକ ପ୍ରସ୍ତୁତି କରିଥିବା କହିଛନ୍ତି । ଭାରତ 60 ସ୍ବତନ୍ତ୍ର ଧରଣର ସ୍ପ୍ରୋୟାର କ୍ରୟ କରିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି । ପଙ୍ଗପାଳ ଆତଙ୍କ ଭୟ ଥିବା ଅଞ୍ଚଳରେ ଡ୍ରୋନ ଓ ହେଲିକପ୍ଟର ମାଧ୍ୟମରେ କୀଟନାଶକ ସିଞ୍ଚନ କରାଯିବ ବୋଲି ସେ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ 1993ରେ ଭାରତ ପଙ୍ଗପାଳ ଆତଙ୍କର ଏକ ଭୟାନକ ଦିଗରୁ ସାମ୍ନା କରିଥିଲା । 2ଲକ୍ଷ ସ୍କୋୟାର କିଲୋମିଟର(ପଞ୍ଜାବର 4ଗୁଣା ବଡ ଅଞ୍ଚଳ)ରେ ନଷ୍ଟ କରିଥିଲେ । ରାଜସ୍ଥାନର 4ଟି ଜିଲ୍ଲା ଓ ଗୁଜୁରାଟର 2 ଜିଲ୍ଲାରେ ଚାଷଜମି ନଷ୍ଟଭ୍ରଷ୍ଟ କରିଦେଇଥିଲେ ।

ବିଶ୍ବର 30 ଦେଶ(ମୁଖ୍ୟତଃ ଆଫ୍ରକା ଓ ପଶ୍ଚିମ ଏସିଆ)ଦେଶ ସମୂହରେ ପଙ୍ଗପାଳ ଆତଙ୍କ ରହିଛନ୍ତି । ଏକ ବର୍ଗ କିଲୋମିଟରରେ 40 ମିଲିୟନ ପଙ୍ଗପାଳ ରହିଥାନ୍ତି । ଏହି ପଙ୍ଗପାଳ ଦଳ ଦିନକୁ ଯେତିକି ପରିମାଣର ଖାଦ୍ୟକୁ ନଷ୍ଟ କରିଥାନ୍ତି ତାହା 35ହଜାର ଲୋକ, 20 ଓଟ ଓ 6 ହାତୀଙ୍କ ଖାଦ୍ୟର ପରିମାଣ ସହ ସମାନ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.