ଲକ୍ଷ୍ନୌ: ଦେଶରେ କୋରୋନା ଜନିତ ଦୀର୍ଘଦିନର ଲକଡାଉନ ପରେ ଧିରେ ଧିରେ ସ୍ବାଭାବିକ ହେବାରେ ଳାଗିଛି ଜନଜୀବନ । ପୁଣି ଚଳଚଞ୍ଚଳ ହୋଇ ଉଠିବ ଶୁନଶାନ ପଡିଥିବା ରାଜରାସ୍ତା । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜୁନ 3ରୁ ଗଡିବ ପରମିଟ ଥିବା ସବୁ ଯାନବାହାନ । ଏଥିରେ ଓଲା, ଉବର ସମେତ ପଞ୍ଜୀକୃତ ଏବଂ ମାନ୍ୟ ପରମିଟ ଥିବା ସବୁ ଯାନବାହାନ ସକାଳ 5ଟାରୁ ରାତି 9 ଯାଏଁ ଚାଲିବ ।
ଏହି ସମୟ ଅବଧି ବ୍ୟତୀତ ଜରୁରୀ ପରିସ୍ଥିତିରେ ମଧ୍ୟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଥିବା ଯାନବାହାନ ଚାଲିବାକୁ ଅନୁମତି ମିଳିବ । ଏହାଛଡା ଅନଲକ-1 ପ୍ରଥମ ପର୍ଯ୍ୟାୟରେ ଲକଡାଉନ କିଛି କୋହଳ କରାଯାଇଥିବାରୁ ଜିଲ୍ଲାର ସବୁ ଦୋକାନ ବଜାର ମଧ୍ୟ ସକାଳ 9ରୁ ରାତି 9 ଯାଏଁ ଖୋଲିବ ।
ଏନେଇ ଡିଏମ ଅଭିଷେକ ପ୍ରକାଶ କହିଛନ୍ତି ଯେ, ପଞ୍ଜୀକୃତ ଏବଂ ମାନ୍ୟ ପରମିଟ ଥିବା ସମସ୍ତ ଟ୍ୟାକ୍ସି, ଅଟୋ, ଇ-ରିକ୍ସା ବୁଧବାର ଠାରୁ ଚାଲିବ । ତେବେ ଯାନବାହାନ ଗଡିବା ପୂର୍ବରୁ ସମସ୍ତ ଯାନବାହାନରେ ସାନିଟାଇଜର ରଖିବାକୁ ପଡିବ । ଏହାସହ ସବୁ ଦୋକାନ ଗୁଡିକରେ ଯୁଗ୍ମ-ଅଯୁଗ୍ମ ନୀତି ଲାଗୁ କରାଯିବ ।