ସିମଲା: ଅକ୍ଟୋବର ମାସ ଆମ୍ଭ ହେଉହେଉ ପର୍ଯ୍ୟଟନ ନଗରୀ ମନାଲିର ପାଣିପାଗରେ ପରିବର୍ତ୍ତନ ଘଟିବାରେ ଲାଗିଛି । ଯେଉଁଠି 2 ଦିନ ଧରି ମନାଲି ସହରରେ ବର୍ଷା ଜାରି ରହିଥିବାବେଳେ ଅନ୍ୟପଟେ ରୋହତାଙ୍ଗ ସହିତ ଉପର ଅଞ୍ଚଳରେ ବରଫର ବର୍ଷା ଲାଗି ରହିଛି । ଆଉ ଏହି ବରଫ ପାତରେ ଯେପରି ଧରଣୀରାଣୀ ଧଳାଚାଦରରେ ଘୋଡେଇ ହୋଇଥିବାର ଭ୍ରମ ସୃଷ୍ଟି ହେଉଛି ।
ଯେଉଁଆଡେ ଦେଖିବେ କେବଳ ବରଫ ହିଁ ବରଫ । ଏନେଇ ସମଗ୍ର ଘାଟି ଅଞ୍ଚଳ ପୁରା ଥଣ୍ଡାରେ କମ୍ପୂଛି । ଏହା ଭିତରେ ସକାଳ ସମୟରେ କିଛି ସମୟ ପାଇଁ ସୂର୍ଯ୍ୟଙ୍କର କିରଣ ମଧ୍ୟ ପଡିଥିଲା ଯାହକୁ ବେଶ ଆନନ୍ଦର ସହ ଉପଭୋଗ କରିଥିଲେ ମନାଲୀବାସୀ । କିନ୍ତୁ କିଛି ସମୟପରେ ପୁଣି ଥରେ ବରଫର ବର୍ଷା ଆରମ୍ଭ ହୋଇଯାଇଥିଲା ।
ଘାଟିରେ ହେଉଥିବା ବରଫ ବର୍ଷା ଯୋଗୁଁ ପର୍ଯ୍ୟଟନ ବ୍ୟବସାୟୀ ମଧ୍ୟ ବେଶ ଖୁସି ଅଛନ୍ତି । ସେମାନଙ୍କର କହିବାକଥାଯେ, ଶୀତ ଋତୁ ପାଖେଇ ଆସିବାବେଳେ ଏଭଳି ବରଫପାତ ଚଳିତ ବର୍ଷ ଭଲ ଥଣ୍ଡା ପଡିବ ଆଉ ପର୍ଯ୍ୟଟକମାନଙ୍କର ମଧ୍ୟ ଆଗମନ ହେବ ଯାହାଦ୍ବାରା ବ୍ୟବସାୟରେ ମଧ୍ୟ ଭଲ ଲାଭହେବ । ଏବେ ଦେଖିବାରେ କଥାଯେ, ଆଗାମୀ ଦିନରେ ଘାଟିରେ କେତେ ବରଫପାତ ହେଉଛି । ଆଉ କେମିତି ଜମୁଛି ପର୍ଯ୍ୟଟକଙ୍କ ଭିଡ ।